iOS 19 ରେ ମିଳିବ ନୂଆ କ୍ୟାମେରା ଆପ୍, AI ଫିଚର୍ସ ମଧ୍ୟ ହେବ ଅପଗ୍ରେଡ୍

କିଛି ମାସ ପୂର୍ବରୁ iOS 18 ରିଲିଜ୍ ହୋଇଥିଲା । ଅପଡେଟରେ ଆପଲ ଇଣ୍ଟେଲିଜେନ୍ସି ପରି ଅନେକ ଫିଚର୍ସ ସହିତ ରୋଲଆଉଟ୍ କରାଯାଇଛି । ବର୍ତ୍ତମାନ ଆପଲର ନେଷ୍ଟ ଅପଡେଟକୁ ନେଇ ଖବର ଆସିବା ଆରମ୍ଭ ହେଇଛି । iOS 19 ରେ କେଉଁ ଫିଚର୍ସ ଦେଖିବାକୁ ମିଳିବ, ଏହା ବିଷୟରେ ଆପଣଙ୍କୁ କହିବୁ । iOS 18 ସହିତ ଆପଲ୍ ଫଟୋ, ଜର୍ନାଲ୍ ଏବଂ ନୋଟ୍ସ ପରି ଆପ୍ ପାଇଁ ନୂଆ କଷ୍ଟମାଇଜେସନ୍ ଅପ୍ସନ୍ ଏବଂ […] The post iOS 19 ରେ ମିଳିବ ନୂଆ କ୍ୟାମେରା ଆପ୍, AI ଫିଚର୍ସ ମଧ୍ୟ ହେବ ଅପଗ୍ରେଡ୍ appeared first on KNews Odisha.

iOS 19 ରେ ମିଳିବ ନୂଆ କ୍ୟାମେରା ଆପ୍, AI ଫିଚର୍ସ ମଧ୍ୟ ହେବ ଅପଗ୍ରେଡ୍
iphone

କିଛି ମାସ ପୂର୍ବରୁ iOS 18 ରିଲିଜ୍ ହୋଇଥିଲା । ଅପଡେଟରେ ଆପଲ ଇଣ୍ଟେଲିଜେନ୍ସି ପରି ଅନେକ ଫିଚର୍ସ ସହିତ ରୋଲଆଉଟ୍ କରାଯାଇଛି । ବର୍ତ୍ତମାନ ଆପଲର ନେଷ୍ଟ ଅପଡେଟକୁ ନେଇ ଖବର ଆସିବା ଆରମ୍ଭ ହେଇଛି । iOS 19 ରେ କେଉଁ ଫିଚର୍ସ ଦେଖିବାକୁ ମିଳିବ, ଏହା ବିଷୟରେ ଆପଣଙ୍କୁ କହିବୁ । iOS 18 ସହିତ ଆପଲ୍ ଫଟୋ, ଜର୍ନାଲ୍ ଏବଂ ନୋଟ୍ସ ପରି ଆପ୍ ପାଇଁ ନୂଆ କଷ୍ଟମାଇଜେସନ୍ ଅପ୍ସନ୍ ଏବଂ ସୁବିଧା ଯୋଡିଛି ।

ସେହିଭଳି iOS 19 ବିଷୟରେ କହିବାକୁ ଗଲେ ଏଥିରେ କ୍ୟାମେରା ଆପ୍ ଠାରୁ ଆରମ୍ଭ କରି ଡିଜାଇନ୍ ପର୍ଯ୍ୟନ୍ତ ଏଥିରେ ଅନେକ ପରିବର୍ତ୍ତନ ହୋଇପାରେ । iOS 19 ରେ ନୂଆ କ୍ୟାମେରା ଆପ୍ visionOS ରୁ ନିଆଯିବ ବୋଲି ଜଣାଯାଇଛି । ଆସନ୍ତୁ ଅପଡେଟ୍ ବିଷୟରେ କିଛି ଜାଣିବା ।

iOS 19 ଅପଡେଟରେ ରି-ଡିଜାଇନ୍ କରାଯାଇଥିବା କ୍ୟାମେରା ଆପ୍ ମିଳିବ । ଏହା କ୍ଲିନର ଲୁକ୍ ସହିତ ସଂପୂର୍ଣ୍ଣ ରୂପେ ରି-ଡିଜାଇନ୍ ପରି ଲାଗୁଛି । ଏଥିରେ ଟ୍ରାନ୍ସପରେଣ୍ଟ ବ୍ୟାକଗ୍ରାଉଣ୍ଡ ଦେଖାଯାଇଛି । ବର୍ତ୍ତମାନ ଫଟୋ/ଭିଡିଓ ପାଇଁ କେବଳ ଦୁଇଟି ଅପ୍ସନ ରହିଛି ଯାହାକୁ ଆପଣ- depth, spatial, pano ଏବଂ style ପରି ଫିଚର୍ସ ବ୍ୟବହାର କରିବା ପାଇଁ ବାଛି ପାରିବେ । ଭିଟିଓ ବଟନରେ slow-mo, timelapse ଏବଂ action ଭଳି ସୁବିଧା ଅଛି । ଏହା ଉପରେ ଆପଣ ଆପ୍ ରିଜୋଲ୍ୟୁସନ୍ ଏବଂ ଫ୍ରେମ୍ ରେଟର ବାଲାନ୍ସ କରିପାରିବେ ।

କୁହାଯାଇଛି ଯେ ରି-ଡିଜାଇନ୍ ନୂଆ ନୁହେଁ । ବରଂ ଏହି visionOS ରୁ ନିଆଯାଇଛି, ଯାହା ଆପଲ୍ Vision Pro ପାଇଁ ବ୍ୟବହାର କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ନୂଆ ଡିଜାଇନ୍ iOS 19 ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ, ଯେଉଁଥିରେ UI ପ୍ରାୟତଃ visionOS ପରି ଦେଖାଯିବ । iOS ବର୍ଷ ବର୍ଷ ଧରି ସମାନ ରହିଆସିଛି, ଏଥିରେ ବହୁତ କମ୍ ଡିଜାଇନ୍ ପରିବର୍ତ୍ତନ କରାଯାଇଛି, କିନ୍ତୁ ପୂର୍ବ କିଛି ଅପଡେଟରେ ୟୁଜର୍ସମାନଙ୍କୁ ସମ୍ପୂର୍ଣ୍ଣ UI ଉପରେ କଷ୍ଟମାଇଜ୍ ଦେଇଛି ।

ନୂଆ visionOS ପ୍ରେରିତ UI iOS ୟୁଜର୍ସମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବ । iOS 19 ରେ କ୍ୟାମେରା ଆପ୍ ପାଇଁ ରି-ଡିଜାଇନ୍ ହୋଇଛି । iOS 19 ଚଳିତ ବର୍ଷ ଶେଷରେ iPhone 17 ଲଞ୍ଚର ଆଖପାଖରେ ରିଲିଜ୍ ହେବ । ହେଲେ ଏହା ପୂବର୍ରୁ ଅପଡେଟ୍ ବିଷୟରେ ଅଧିକ ଡିଟେଲ୍ସ ସାମ୍ନାକୁ ଆସିବ ।

ଜୁନରେ ହେବାକୁ ଥିବା WWDC ରେ ମଧ୍ୟ ଅନେକ କିଛି ଦେଖିବାକୁ ମିଳିପାରେ । iOS 19 ପାଇଁ ସମ୍ଭାବ୍ୟ ଡିଭାଇସଗୁଡିକର ଲିଷ୍ଟ ବିଷୟରେ ରିପୋର୍ଟ ସାମ୍ନାକୁ ଆସିଛି । ଏଥିମଧ୍ୟରେ iPhone 11 ଏବଂ iPhone XR ପରି ପୁରୁଣା ମଡେଲ୍ ଏବଂ iPhone SE 2020 ମଧ୍ୟ ସାମିଲ ଅଛି । ଆପଲ୍ ବହୁତ ପୁରୁଣା ମଡେଲକୁ ସଫ୍ଟୱେର ସପୋର୍ଟ ଦେବା ପାଇଁ ଜାଉଛି ।

The post iOS 19 ରେ ମିଳିବ ନୂଆ କ୍ୟାମେରା ଆପ୍, AI ଫିଚର୍ସ ମଧ୍ୟ ହେବ ଅପଗ୍ରେଡ୍ appeared first on KNews Odisha.