IPL 2024 : ଅହମ୍ମଦାବାଦରେ ଗୁଜୁରାଟ-ଦିଲ୍ଲୀ ଫାଇଟ୍, ବିଜୟ ପାଇଁ ଉଭୟଙ୍କ ସଂଘର୍ଷ
ଅହମ୍ମଦାବାଦ ୧୭।୦୪ : ଆଇପିଏଲ୍ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ବୁଧବାର ଦିନ ଖେଳାଯିବା ୩୨ ତମ ମ୍ୟାଚ୍ । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସାମ୍ନାସାମ୍ନା ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ରାତି ୭ଟା ୩୦ମିନିଟ ସମୟରେ ଖେଳାଯିବ ଏହି ମ୍ୟାଚ୍ । ବର୍ତ୍ତମାନ ଯାଏଁ ୬ଟି ମ୍ୟାଚ୍ ଖେଳିସାରିଛି ଗୁଜୁରାଟ ଟାଇଟନ୍ସ । ସେଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୬ଷ୍ଠ ସ୍ଥାନରେ ରହିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଉଚ୍ଚ ପ୍ରଦର୍ଶନ ଜାରି ରଖିଛି ଗୁଜୁରାଟ ଟିମ୍ । ତଥାପି ଟିମ୍ ପାଇଁ ଆଜିର ମ୍ୟାଚ୍ରେ ବିଜୟୀ ଦରକାର । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ । ଦଳ ଏବେ ଯାଏଁ ୬ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୪ ଅଙ୍କ ସହ ୯ମ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ବ୍ୟାଟିଂରେ ଜବରଦସ୍ତ ଫର୍ମରେ ରହିଥିବା ବେଳେ ବୋଲିଂରେ ସଠିକ୍ ପ୍ରଦର୍ଶନ କରିପାରୁନାହିଁ । ଯାହାଫଳରେ ଟିମ୍କୁ ଲଗାତର ପରାଜୟର ସାମ୍ନା କରିବାକୁ ପଡିଛି । ସୂଚନାଯୋଗ୍ୟ ଯେ, ଆଇପିଏଲ୍ର ୧୭ ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଟପ୍ରେ ରହିଛି । ଏବେ ଯାଏଁ ୭ଟି ମ୍ୟାଚ୍ ଖେଳି ୬ଟିରେ ବିଜୟୀ
ଅହମ୍ମଦାବାଦ ୧୭।୦୪ : ଆଇପିଏଲ୍ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ବୁଧବାର ଦିନ ଖେଳାଯିବା ୩୨ ତମ ମ୍ୟାଚ୍ । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସାମ୍ନାସାମ୍ନା ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ରାତି ୭ଟା ୩୦ମିନିଟ ସମୟରେ ଖେଳାଯିବ ଏହି ମ୍ୟାଚ୍ ।
ବର୍ତ୍ତମାନ ଯାଏଁ ୬ଟି ମ୍ୟାଚ୍ ଖେଳିସାରିଛି ଗୁଜୁରାଟ ଟାଇଟନ୍ସ । ସେଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୬ଷ୍ଠ ସ୍ଥାନରେ ରହିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଉଚ୍ଚ ପ୍ରଦର୍ଶନ ଜାରି ରଖିଛି ଗୁଜୁରାଟ ଟିମ୍ । ତଥାପି ଟିମ୍ ପାଇଁ ଆଜିର ମ୍ୟାଚ୍ରେ ବିଜୟୀ ଦରକାର ।
ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ । ଦଳ ଏବେ ଯାଏଁ ୬ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୪ ଅଙ୍କ ସହ ୯ମ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ବ୍ୟାଟିଂରେ ଜବରଦସ୍ତ ଫର୍ମରେ ରହିଥିବା ବେଳେ ବୋଲିଂରେ ସଠିକ୍ ପ୍ରଦର୍ଶନ କରିପାରୁନାହିଁ । ଯାହାଫଳରେ ଟିମ୍କୁ ଲଗାତର ପରାଜୟର ସାମ୍ନା କରିବାକୁ ପଡିଛି ।
ସୂଚନାଯୋଗ୍ୟ ଯେ, ଆଇପିଏଲ୍ର ୧୭ ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଟପ୍ରେ ରହିଛି । ଏବେ ଯାଏଁ ୭ଟି ମ୍ୟାଚ୍ ଖେଳି ୬ଟିରେ ବିଜୟୀ ହୋଇଛି ରାଜସ୍ଥାନ ଟିମ୍ । ବାକି ଗୋଟିଏ ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି ରାଜସ୍ଥାନ । ଏହାପରେ ୨ୟ ସ୍ଥାନରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଟିମ୍ ଏବେ ଯାଏଁ ୬ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି ।ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ମୋଟ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି । ୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ମୋଟ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି ଟିମ୍ । ଦଳ ୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି ହାଇଦ୍ରାବାଦ୍ ଟିମ୍ ।