ଅଯୋଧ୍ୟା ଗଲା ୩୨୦୦ କିଲୋର ଧନୁ, ୩୦୦୦ କିଲୋର ଗଦା ; ରାଜସ୍ଥାନର ଭକ୍ତ କଲେ ଦାନ
ନୂଆଦିଲ୍ଲୀ ୧୬।୦୬: ଅଯୋଧ୍ୟା ରାମ ମନ୍ଦିରକୁ ମିଳିବ ବିଶାଳ ଗଦା ଓ ଧନୁ । ରାଜସ୍ଥାନର ସିରୋହୀ ସ୍ଥିତ କାରିଗରମାନେ ଏହାକୁ ନିର୍ମାଣ କରିଛନ୍ତି । ୩,୨୦୦ କିଲୋବିଶିଷ୍ଟ ୨୬ ଫୁଟର ଗଦା ଓ ୩ ହଜାର କିଲୋର ଧନୁକୁ ପଞ୍ଚଧାତୁ ଯଥା- ସୁନା, ରୁପା, ତମ୍ବା, ଲୁହା ଓ ଜିଙ୍କ୍ରେ ନିର୍ମାଣ କରାଯାଇଛି । ଧନୁ ଓ ଗଦାକୁ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ମୁଖ୍ୟ ଅସ୍ତ୍ର ଭାବେ ବିବେଚନା କରାଯାଏ । ଏହାକୁ ଏକ ରାମ ରଥରେ ଅଯୋଧ୍ୟାକୁ ପଠାଯାଇଛି । ରାମ ମନ୍ଦିରରେ ପୂଜା ପାଉଥିବା ଶ୍ରୀରାମ ଓ ହନୁମାନଙ୍କ ମୂର୍ତ୍ତି ନିକଟରେ ଏହାକୁ ସ୍ଥାନିତ କରାଯିବ ବୋଲି ଆଶା କରାଯାଉଛି ।ରାମ ରଥ ଅଯୋଧ୍ୟାକୁ ଯିବା ପୂର୍ବରୁ ବିଶାଳ ଧନୁ ଓ ଗଦାକୁ ବିଧିମତେ ପୂଜା କରାଯାଇଥିଲା । ଏଥିପାଇଁ ସନାତନ ସେବା ସଂସ୍ଥା ଦ୍ୱାରା ଶିଓଗଞ୍ଜର ମହାରାଜା ମୈଦାନରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଚିବ ଚମ୍ପତ ରାୟଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରଣ କରାଯାଇଥିଲା । ଧନୁ ଓ ଗଦାକୁ ଅଯୋଧ୍ୟା ଅଭିମୁଖେ ନେବା ଲାଗି ସେ ନାରଙ୍ଗୀ ପତାକା ଉଡ଼ାଇଥିଲେ । ୧୮ ଜଣ କାରିଗର ଧନୁ ଓ ଗଦା ନିର୍ମାଣ କାମରେ ନିୟୋଜିତ ହୋଇଥିଲେ । ରାମ ରଥ ଯାତ୍ରା ଆଜି ଅଯୋଧ୍ୟାରେ ପହଞ୍ଚିବ ।
ନୂଆଦିଲ୍ଲୀ ୧୬।୦୬: ଅଯୋଧ୍ୟା ରାମ ମନ୍ଦିରକୁ ମିଳିବ ବିଶାଳ ଗଦା ଓ ଧନୁ । ରାଜସ୍ଥାନର ସିରୋହୀ ସ୍ଥିତ କାରିଗରମାନେ ଏହାକୁ ନିର୍ମାଣ କରିଛନ୍ତି । ୩,୨୦୦ କିଲୋବିଶିଷ୍ଟ ୨୬ ଫୁଟର ଗଦା ଓ ୩ ହଜାର କିଲୋର ଧନୁକୁ ପଞ୍ଚଧାତୁ ଯଥା- ସୁନା, ରୁପା, ତମ୍ବା, ଲୁହା ଓ ଜିଙ୍କ୍ରେ ନିର୍ମାଣ କରାଯାଇଛି । ଧନୁ ଓ ଗଦାକୁ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ମୁଖ୍ୟ ଅସ୍ତ୍ର ଭାବେ ବିବେଚନା କରାଯାଏ । ଏହାକୁ ଏକ ରାମ ରଥରେ ଅଯୋଧ୍ୟାକୁ ପଠାଯାଇଛି । ରାମ ମନ୍ଦିରରେ ପୂଜା ପାଉଥିବା ଶ୍ରୀରାମ ଓ ହନୁମାନଙ୍କ ମୂର୍ତ୍ତି ନିକଟରେ ଏହାକୁ ସ୍ଥାନିତ କରାଯିବ ବୋଲି ଆଶା କରାଯାଉଛି ।
ରାମ ରଥ ଅଯୋଧ୍ୟାକୁ ଯିବା ପୂର୍ବରୁ ବିଶାଳ ଧନୁ ଓ ଗଦାକୁ ବିଧିମତେ ପୂଜା କରାଯାଇଥିଲା । ଏଥିପାଇଁ ସନାତନ ସେବା ସଂସ୍ଥା ଦ୍ୱାରା ଶିଓଗଞ୍ଜର ମହାରାଜା ମୈଦାନରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଚିବ ଚମ୍ପତ ରାୟଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରଣ କରାଯାଇଥିଲା । ଧନୁ ଓ ଗଦାକୁ ଅଯୋଧ୍ୟା ଅଭିମୁଖେ ନେବା ଲାଗି ସେ ନାରଙ୍ଗୀ ପତାକା ଉଡ଼ାଇଥିଲେ । ୧୮ ଜଣ କାରିଗର ଧନୁ ଓ ଗଦା ନିର୍ମାଣ କାମରେ ନିୟୋଜିତ ହୋଇଥିଲେ । ରାମ ରଥ ଯାତ୍ରା ଆଜି ଅଯୋଧ୍ୟାରେ ପହଞ୍ଚିବ ।