ବାଇକରେ ଚାଲାଣ କରୁଥିଲେ ବ୍ରାଉନ ସୁଗାର, ମାଡ଼ି ବସିଲା ପୋଲିସ

ଭଦ୍ରକ: ବ୍ରାଉନ ସୁଗାର ଚାଲାଣବେଳେ ମାଡ଼ି ବସିଲା ପୋଲିସ। ଜବତ ହେଲା ୪୧ ଗ୍ରାମରୁ ଅଧିକ ବ୍ରାଉନ ସୁଗାର। ଶନିବାର ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଜଣେ ବାଇକ୍ ଚାଳକଙ୍କ ନିକଟରୁ ଏତେ ପରିମାଣର ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୪ ଲକ୍ଷ ଟଙ୍କା ହେବା ନେଇ କୁହାଯାଇଛି। ସୂଚନା ଅନୁଯାୟୀ, ଯୁବକ ଜଣକ ବାରାଲପୋଖରୀରୁ ବ୍ରାଉନ ସୁଗାର ନେଇ ଆଗରପଡ଼ା ଥାନା ଅଧୀନ ଅଞ୍ଚଳକୁ ଯାଉଥିଲେ। ହେଲେ ଝାଟିଆ ନିକଟରେ ପୋଲିସ ଚେକିଂରେ ଧରାପଡ଼ିଯାଇଥିଲେ। ଗିରଫ ଯୁବକ ହେଉଛନ୍ତି ଆଗରପଡ଼ା ଥାନା ଅଧୀନ କୁଆଂସମଢ଼ିଆ ଗ୍ରାମର ଶିବ ସୁନ୍ଦର। ପୋଲିସ ଯୁବକଙ୍କୁ ଗିରଫ କରିବା ସହ ବାଇକ ଓ ମୋବାଇଲ୍ ଜବତ କରିଛି । ତେବେ କେଉଁ ଠାରୁ ବ୍ରାଉନ ସୁଗାର ଆଣୁଥିଲେ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରିଛି ପୋଲିସ ।

ବାଇକରେ ଚାଲାଣ କରୁଥିଲେ ବ୍ରାଉନ ସୁଗାର, ମାଡ଼ି ବସିଲା ପୋଲିସ

ଭଦ୍ରକ: ବ୍ରାଉନ ସୁଗାର ଚାଲାଣବେଳେ ମାଡ଼ି ବସିଲା ପୋଲିସ। ଜବତ ହେଲା ୪୧ ଗ୍ରାମରୁ ଅଧିକ ବ୍ରାଉନ ସୁଗାର। ଶନିବାର ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଜଣେ ବାଇକ୍ ଚାଳକଙ୍କ ନିକଟରୁ ଏତେ ପରିମାଣର ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୪ ଲକ୍ଷ ଟଙ୍କା ହେବା ନେଇ କୁହାଯାଇଛି। 

ସୂଚନା ଅନୁଯାୟୀ, ଯୁବକ ଜଣକ ବାରାଲପୋଖରୀରୁ ବ୍ରାଉନ ସୁଗାର ନେଇ ଆଗରପଡ଼ା ଥାନା ଅଧୀନ ଅଞ୍ଚଳକୁ ଯାଉଥିଲେ। ହେଲେ ଝାଟିଆ ନିକଟରେ ପୋଲିସ ଚେକିଂରେ ଧରାପଡ଼ିଯାଇଥିଲେ। ଗିରଫ ଯୁବକ ହେଉଛନ୍ତି ଆଗରପଡ଼ା ଥାନା ଅଧୀନ କୁଆଂସମଢ଼ିଆ ଗ୍ରାମର ଶିବ ସୁନ୍ଦର। ପୋଲିସ ଯୁବକଙ୍କୁ ଗିରଫ କରିବା ସହ ବାଇକ ଓ ମୋବାଇଲ୍ ଜବତ କରିଛି । ତେବେ କେଉଁ ଠାରୁ ବ୍ରାଉନ ସୁଗାର ଆଣୁଥିଲେ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରିଛି ପୋଲିସ ।