‘ରିଓନ୍’ର ନେଟ୍ୱର୍କ ସମ୍ପ୍ରସାରଣ
ନୂଆଦିଲ୍ଲୀ,୧୮।୧୨: ରୟାଲ ଏନ୍ଫିଲ୍ଡ (ଆର୍ଇ)ର ପ୍ରି-ଓନ୍ଡ ମୋଟରସାଇକେଲ ବ୍ୟବସାୟ ‘ରିଓନ୍’ର ନେଟ୍ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ୨୩୬ ସହରର ଗ୍ରାହକ ଓ ଆର୍ଇ ଉତ୍ସାହୀମାନେ ବର୍ତ୍ତମାନ ସହଜରେ ନିଜର ବିଦ୍ୟମାନ ମୋଟରସାଇକେଲଗୁଡିକୁ ବିକ୍ରି ଏବଂ ରୟାଲ ଏନ୍ଫିଲ୍ଡର ଉତ୍ସାହଜନକ ଶୃଙ୍ଖଳାରୁ ନୂଆ ରାଇଡ୍କୁ ମଧ୍ୟ କିଣିପାରିବେ। ପ୍ରି-ଓନ୍ଡ ରୟାଲ ଏନ୍ଫିଲ୍ଡ ଯାନଗୁଡିକୁ କ୍ରୟ ଓ ବିକ୍ରି କରିବା ପାଇଁ ଏକ ସ୍ବଚ୍ଛ ପ୍ଲାଟ୍ଫର୍ମ ରିଓନ୍କୁ ୨୦୨୩ ରେ କିଛି ନିର୍ଦ୍ଦିଷ୍ଟ ସହରରେ ଶୁଭାରମ୍ଭ […] The post ‘ରିଓନ୍’ର ନେଟ୍ୱର୍କ ସମ୍ପ୍ରସାରଣ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୨: ରୟାଲ ଏନ୍ଫିଲ୍ଡ (ଆର୍ଇ)ର ପ୍ରି-ଓନ୍ଡ ମୋଟରସାଇକେଲ ବ୍ୟବସାୟ ‘ରିଓନ୍’ର ନେଟ୍ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ୨୩୬ ସହରର ଗ୍ରାହକ ଓ ଆର୍ଇ ଉତ୍ସାହୀମାନେ ବର୍ତ୍ତମାନ ସହଜରେ ନିଜର ବିଦ୍ୟମାନ ମୋଟରସାଇକେଲଗୁଡିକୁ ବିକ୍ରି ଏବଂ ରୟାଲ ଏନ୍ଫିଲ୍ଡର ଉତ୍ସାହଜନକ ଶୃଙ୍ଖଳାରୁ ନୂଆ ରାଇଡ୍କୁ ମଧ୍ୟ କିଣିପାରିବେ। ପ୍ରି-ଓନ୍ଡ ରୟାଲ ଏନ୍ଫିଲ୍ଡ ଯାନଗୁଡିକୁ କ୍ରୟ ଓ ବିକ୍ରି କରିବା ପାଇଁ ଏକ ସ୍ବଚ୍ଛ ପ୍ଲାଟ୍ଫର୍ମ ରିଓନ୍କୁ ୨୦୨୩ ରେ କିଛି ନିର୍ଦ୍ଦିଷ୍ଟ ସହରରେ ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନ ଗ୍ରାହକଙ୍କ ପାଇଁ ରିଓନ୍ ଭାରତର ୨୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୩୬ଟି ସହରରେ ରୟାଲ ଏନ୍ଫିଲ୍ଡର ୪୭୫ ଡିଲରଶିପ ମାଧ୍ୟମରେ ଉପଲବ୍ଧ। ନେଟ୍ୱର୍କ ସମ୍ପ୍ରସାରଣ ବ୍ୟତୀତ ରୟାଲ ଏନ୍ଫିଲ୍ଡ ରିଓନ୍ର ଆର୍ଇ-ଟୁ-ଆର୍ଇ-ଏକ୍ସଚେଞ୍ଜଗୁଡିକ ମାଧ୍ୟମରେ ଏକ ପ୍ରି-ଓନ୍ଡ ରୟାଲ ଏନ୍ଫିଲ୍ଡ ମୋଟରସାଇକେଲରୁ ଏକ ନୂଆ ମୋଟରସାଇକେଲକୁ ଅପ୍ଗ୍ରେଡ୍ ହେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ୍ସଚେଞ୍ଜ ଲାଭ ସହ ଏହାର ପ୍ରଥମ ଲୟାଲିଟ ପ୍ରୋଗ୍ରାମର ଶୁଭାରମ୍ଭ କରିଛି।
ଏ ସମ୍ପର୍କରେ ରୟାଲ ଏନ୍ଫିଲ୍ଡର ସିଓଓ ୟଦ୍ବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ଆମେ ରାଇଡିଂ ଉତ୍ସାହୀମାନଙ୍କୁ ଏକ ରୟାଲ ଏନ୍ଫିଲ୍ଡର ମାଲିକ ହେବାର ଆନନ୍ଦ ପ୍ରଦାନ କରିବା ପାଇଁ ନିରନ୍ତର ଭାବେ ଉଦ୍ଭାବନ କରୁଛୁ। କେବଳ କିଛି ନିର୍ଦ୍ଦିଷ୍ଟ ସହରରୁ ଆରମ୍ଭ ହୋଇଥିବା ଏହି ସେବା ୧ ବର୍ଷ ମଧ୍ୟରେ ଦେଶର ୨୩୬ଟି ସହରକୁ ରିଓନ୍ର ସମ୍ପ୍ରସାରଣ ହୋଇପାରିଛି। ଏପରିକି ପ୍ରଥମ ହେଉ କିମ୍ବା ଅପ୍ଗ୍ରେଡ୍ ଗ୍ରାହକମାନଙ୍କୁ ଏକ ରୟାଲ ଏନ୍ଫିଲ୍ଡ କ୍ରୟ କରିବାର ବାଧାହୀନ ଓ ସ୍ବଚ୍ଛ ମାଧ୍ୟମ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିର ବିସ୍ତାର ହୋଇପାରିଛି।
ସେହିଭଳି ରିଓନ୍ ଉଭୟ ଇନ୍-ଷ୍ଟୋର ଓ ଅନ୍ଲାଇନ ବିକଳ୍ପ ପ୍ରଦାନ କରୁଛି, ଯାହା ଏହାକୁ ଗ୍ରାହକଙ୍କ ପାଇଁ ନିଜର ପୁରୁଣା ରୟାଲ ଏନ୍ଫିଲ୍ଡ ମୋଟରସାଇକେଲକୁ କ୍ରୟ, ବିକ୍ରୟ ଓ ଏକ୍ସଚେଞ୍ଜ କରିବା ସହଜ କରୁଛି। ଏପରିକି ସେଲରମାନେ ଏକ ଅନ୍ଲାଇନ ଫର୍ମ ପୂରଣକରି ଯେକୌଣସି ସ୍ଥାନରେ ନିଜର ମୋଟରସାଇକେଲ ପାଇଁ ଏକ ମାଗଣା ଯାଞ୍ଚ ସମୟ ଧାର୍ଯ୍ୟ କରିପାରିବେ। ରିଓନ୍ ନନ୍-ଆର୍ଇ ମୋଟରସାଇକେଲଗୁଡିକର ଏକ୍ସଚେଞ୍ଚକୁ ସୁଗମ କରିବା ପାଇଁ ଆଡ୍ରଏଟ ଅଟୋ, ଏସ୍ଏଏମ୍ଆଇଏଲ୍ ଓ ଇନ୍ଷ୍ଟାବିଡ୍ ସହ ସହଭାଗିତା କରିଛି।
ସେହିପରି ରିଓନ୍ରେ ତାଲିକାଭୁକ୍ତ ପ୍ରତ୍ୟେକ ମୋଟରସାଇକେଲ ରୟାଲ ଏନ୍ଫିଲ୍ଡ ଦ୍ୱାରା ସାର୍ଟିଫାଏଡ୍ ଏବଂ ଏହା ୨୦୦ରୁ ଅଧିକ ଟେକ୍ନିକାଲ ଓ ମେକାନିକାଲ ଯାଞ୍ଚର ସମ୍ମୁଖୀନ ହୋଇଥାଏ। ଏଥିସହ ଏଗୁଡ଼କୁ ଅଥୋରାଇଜ୍ଡ ରୟାଲ ଏନ୍ଫିଲ୍ଡ ସର୍ଭିସ ସେଣ୍ଟରଗୁଡିକରେ ଜେନୁଇନ ପାର୍ଟସର ବ୍ୟବହାରକରି ରିଫର୍ବିଶ କରାଯାଇଥାଏ। ଏହି ମୋଟରସାଇକେଲଗୁଡିକ ୧୨ମାସର ବ୍ରାଣ୍ଡ ୱାରେଣ୍ଟି ଏବଂ ଦୁଇଟି ମାଗଣା ସର୍ଭିସ୍ ସହ ଆସୁଛି।
The post ‘ରିଓନ୍’ର ନେଟ୍ୱର୍କ ସମ୍ପ୍ରସାରଣ appeared first on Dharitri Odia News.