IPL 2024: କରନ-ଲିଭିଙ୍ଗଷ୍ଟୋନଙ୍କ ଦମଦାର ବ୍ୟାଟିଂ, ଦିଲ୍ଲୀକୁ ହରାଇ ବିଜୟରୁ ପଞ୍ଜାବର ଅଭିଯାନ ଆରମ୍ଭ
ଚଣ୍ଡିଗଡ଼: ସାମ କରନଙ୍କ ଲଢୁଆ ଦମଦାର ଅର୍ଦ୍ଧଶତକ ବଳରେ ଚଣ୍ଡିଗଡ଼ରେ ଖେଳା ଯାଇଥିବା ଆଇପିଏଲ୍ର ୩ୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ନିଜ ଘରେ ବିଜୟ ହାସଲ କରିଛି। ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଓ୍ଵିକେଟ୍ରେ ହରାଇ ବିଜୟରୁ ଆଇପିଏଲ୍ ୨୦୨୪ ସିଜିନ ଆରମ୍ଭ କରିଛି ପଞ୍ଜାବ କିଙ୍ଗ୍ସସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୭୪ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ପୋରେଲ ୧୦ ବଲ୍ରୁ ୩୨ ରନ, ସାଇ ହୋପ୍ ୩୩ ରନ କରିଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୯ ରନ କରିଥିଲେ। ଜବାବରେ ପଞ୍ଜାବ କିଙ୍ଗ୍ସ ୧୯.୨ ଓଭରରେ ସାମ କରନଙ୍କ ୬୩ ରନ ବଳରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଲିୟାମ ଲିଭିଙ୍ଗଷ୍ଟୋନ ଅପରାଜିତ ୩୮ ରନର ଉଲ୍ଲେକନୀୟ ଇନିଂସ ଖେଳିଛନ୍ତି। ଶିଖର ଧାଓ୍ଵନ ୨୨ ରନ ଓ ପ୍ରଭସିମରନ ସିଂ ୨୬ ରନ କରିଥିଲେ। ଅନ୍ୟପଟେ ଋଭଷ ପନ୍ତ ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ପରାଜୟର ସ୍ଵାଦ ଚାଖିଛନ୍ତି।Also read: ଆଇପିଏଲ୍ ୨୦୨୪ର ସବୁ ମ୍ୟାଚ୍ ଖେଳିବେନି ଧୋନୀ, ଏମିତି କହିଲେ ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଓପନର୍୧୭୫ ରନ ବିଜୟ ଲକ୍ଷ୍ୟ ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସର ଦୁଇ ଓପନର ଶିଖର ଧାଓ୍ଵନ ଓ ଜୋନି ବେୟାରଷ୍ଟୋ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ ଓପନିଂରେ ୩୪ ରନ ଯୋଡ଼ିଥିଲେ। ଧାଓ୍ଵନ ୨୨
ଚଣ୍ଡିଗଡ଼: ସାମ କରନଙ୍କ ଲଢୁଆ ଦମଦାର ଅର୍ଦ୍ଧଶତକ ବଳରେ ଚଣ୍ଡିଗଡ଼ରେ ଖେଳା ଯାଇଥିବା ଆଇପିଏଲ୍ର ୩ୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ନିଜ ଘରେ ବିଜୟ ହାସଲ କରିଛି। ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଓ୍ଵିକେଟ୍ରେ ହରାଇ ବିଜୟରୁ ଆଇପିଏଲ୍ ୨୦୨୪ ସିଜିନ ଆରମ୍ଭ କରିଛି ପଞ୍ଜାବ କିଙ୍ଗ୍ସସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୭୪ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ପୋରେଲ ୧୦ ବଲ୍ରୁ ୩୨ ରନ, ସାଇ ହୋପ୍ ୩୩ ରନ କରିଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୯ ରନ କରିଥିଲେ। ଜବାବରେ ପଞ୍ଜାବ କିଙ୍ଗ୍ସ ୧୯.୨ ଓଭରରେ ସାମ କରନଙ୍କ ୬୩ ରନ ବଳରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଲିୟାମ ଲିଭିଙ୍ଗଷ୍ଟୋନ ଅପରାଜିତ ୩୮ ରନର ଉଲ୍ଲେକନୀୟ ଇନିଂସ ଖେଳିଛନ୍ତି। ଶିଖର ଧାଓ୍ଵନ ୨୨ ରନ ଓ ପ୍ରଭସିମରନ ସିଂ ୨୬ ରନ କରିଥିଲେ। ଅନ୍ୟପଟେ ଋଭଷ ପନ୍ତ ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ପରାଜୟର ସ୍ଵାଦ ଚାଖିଛନ୍ତି।
Also read: ଆଇପିଏଲ୍ ୨୦୨୪ର ସବୁ ମ୍ୟାଚ୍ ଖେଳିବେନି ଧୋନୀ, ଏମିତି କହିଲେ ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଓପନର୍
୧୭୫ ରନ ବିଜୟ ଲକ୍ଷ୍ୟ ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସର ଦୁଇ ଓପନର ଶିଖର ଧାଓ୍ଵନ ଓ ଜୋନି ବେୟାରଷ୍ଟୋ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ ଓପନିଂରେ ୩୪ ରନ ଯୋଡ଼ିଥିଲେ। ଧାଓ୍ଵନ ୨୨ ରନ କରି ଆଉଟ୍ ହୋଇଥିଲେ। ପୁଣି ଜୋନି ବେୟାରଷ୍ଟୋ(୯) ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏହା ପରେ ପ୍ରଭସିମରନ ସିଂ ଓ ସାମ କରନ ଭଲ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ିଥିଲେ। ପ୍ରଭସିମରନ ସିଂ ୧୭ ବଲ୍ରୁ ୫ ଚୌକା ସହ ୨୬ ରନ କରିଥିଲେ। ଜିତେଶ ଶର୍ମା(୯)କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୧୦୦ ରନରେ ୪ ଓ୍ଵିକେଟ୍ ହରାଇ ଅଡୁଆରେ ପଡିଥିବା ପଞ୍ଜାବ ଇନିଂସକୁ ସମ୍ଭାଳିଲେ ସାମ କରନ ଓ ଲିୟାମ ଲିଭିଙ୍ଗଷ୍ଟୋନ। ସାମ କରନ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ରେ ୬୭ ରନ ଯୋଡ଼ି ପଞ୍ଜାବକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। କରନ ୪୭ ବଲ୍ରୁ ୬ ଚୌକା ଓ ୧ ଛକା ସହ ୬୩ ରନ କରି ଆଉଟ୍ ହୋଇଥିଲେ। ୧୯ତମ ଓଭରରେ ଖଲିଲ ଅହମ୍ମଦ କ୍ରମାଗତ ୨ଟି ବଲରେ କରନ ଓ ଶଶାଙ୍କ ସିଂ(୦)ଙ୍କୁ ଆଉଟ୍ କରି ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ। ତେବେ ଲିଭିଙ୍ଗଷ୍ଟୋନ ୩୮ ରନର ଅପରାଜିତ ଇନିଂସ ଖେଳି ପଞ୍ଜାବକୁ ୪ ଓ୍ଵିକେଟ୍ରେ ବିଜୟୀ କରାଇଛନ୍ତି।