IPL 2024: କୋହଲି-କାର୍ତ୍ତିକଙ୍କ ଧୂଆଁଧାର ବ୍ୟାଟିଂରେ ପଞ୍ଜାବ ଧରାଶାୟୀ, ୪ ଓ୍ଵିକେଟ୍‌ରେ ଜିତିଲା ବେଙ୍ଗଲୁରୁ

ବେଙ୍ଗାଲୁରୁ: ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂ ଏବଂ ଦିନେଶ କାର୍ତ୍ତିକଙ୍କ ମ୍ୟାଚ୍ ଫିନିସ୍ ଇନିଂସରେ ଧରାଶାୟୀ ପଞ୍ଜାବ କିଙ୍ଗ୍ସ।  ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ଷଷ୍ଠ ତଥା ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ। ପଞ୍ଜାବକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରି ଦ୍ଵିତୀୟ ମ୍ୟାଚ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି ଆରସିବି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ପ୍ରଥମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ଓ୍ଵିକେଟ୍ ହରାଇ ୧୭୬ ରନ କରିଥିଲା। ଧାଓ୍ଵନ ୪୫ ରନ କରିଥିବା ବେଳେ ଶଶାଙ୍କ ସିସଂ ୮ ବଲ୍‌ରୁ ୨୧ ରନ କରିଥିଲେ। ଜବାବରେ ବିରାଟ କୋହଲିଙ୍କ ଦମଦାର ୭୭ ରନ ଏବଂ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୨୮ ରନ ବଳରେ ବେଙ୍ଗଲୁରୁ ୬ ଓ୍ଵିକେଟ୍ ହରାଇ ୧୯.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ପଞ୍ଜାବ ପକ୍ଷରୁ କାଗିସୋ ରାବଡା ଓ ହରପ୍ରୀତ ବ୍ରାର ଶାଣିତ ବୋଲିଂ କରି ୨ଟି ଓ୍ଵିକେଟ୍ ନେଇଥିଲେ ହେଁ କୋହଲିଙ୍କ ଇନିଂସ ଆଗରେ ସବୁ ଫିକା ପଡିଛି। 