ଭୀଷଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭାରତୀୟ ରେସର କୁଶ ମେନି, ଖଣ୍ଡଖଣ୍ଡ ହୋଇଗଲା କାର, ଦେଖନ୍ତୁ Video

ବାକୁ ୧୫।୯: ଭାରତୀୟ ରେସର କୁଶ ମେନି ରବିବାର ଅଜରବୈଜାନ ଗ୍ରାଣ୍ଡପ୍ରିକ୍ସ କାଳରେ ଏକ ଭୀଷଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁଶ ମେନି ୫ମ ସ୍ଥାନରେ ରେସ୍ ଆରମ୍ଭ କରିଥିଲେ। ରେସ୍ ଆରମ୍ଭ ହେବାମାତ୍ରେ ତାଙ୍କ କାର ଆଗକୁ ବଢି ପାରିନଥିଲା। ଏଣୁ ତାଙ୍କ ପଛରେ ଥିବା ଡ୍ରାଇଭରମାନେ କାରକୁ କଟେଇ ଯିବାକୁ ଚେଷ୍ଟା କରିଥିଲେ। ତେବେ ଜର୍ମାନ ଡ୍ରାଇଭର ଓଲିଭର ଗୋଏଥେ ଓ ସ୍ପେନୀୟ ଡ୍ରାଇଭର ପେପେ ମାର୍ଟି କୁଶ ମେନିଙ୍କ କାର ସହ ଧକ୍କା ହୋଇଯାଇଥିଲେ। ଫଳରେ ବଡ଼ ଧରଣର ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ରେସରଙ୍କ କାର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ତେବେ ଡ୍ରାଇଭର କୁଶ ମେନି ଯେନତେନ ପ୍ରକାରେ କାରରୁ ନିଜକୁ ବାହର କରି ନେଇଛନ୍ତି। ଫଳରେ ସେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ କେବଳ କୁଶ ମେନି ନୁହନ୍ତି ଜର୍ମାନ ଡ୍ରାଇଭର ଗୋଏଥେ ଓ ସ୍ପେନୀୟ ଡ୍ରାଇଭର ମାର୍ଟି ମଧ୍ୟ ଦୁର୍ଘଟଣାରୁ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲେ ସେମାନଙ୍କ ଗାଡି ଗୁଡିକ ଡ୍ୟାମେଜ ହୋଇଯାଇଛି। ¡Impactante!????Así fue el incidentado inicio de carrera en la F2 de Baku donde se vieron involucrados Kush Maini, Pepe Marti y Oliver Goethe.Afortunadamente, los pilotos están bien. #F2 #AzerbaijanGP pic.twitter.com/vZ2ryJ4vqI— Formuleros (@formuleros_p

ଭୀଷଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭାରତୀୟ ରେସର କୁଶ ମେନି, ଖଣ୍ଡଖଣ୍ଡ ହୋଇଗଲା କାର, ଦେଖନ୍ତୁ Video

ବାକୁ ୧୫।୯: ଭାରତୀୟ ରେସର କୁଶ ମେନି ରବିବାର ଅଜରବୈଜାନ ଗ୍ରାଣ୍ଡପ୍ରିକ୍ସ କାଳରେ ଏକ ଭୀଷଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁଶ ମେନି ୫ମ ସ୍ଥାନରେ ରେସ୍ ଆରମ୍ଭ କରିଥିଲେ। ରେସ୍ ଆରମ୍ଭ ହେବାମାତ୍ରେ ତାଙ୍କ କାର ଆଗକୁ ବଢି ପାରିନଥିଲା। ଏଣୁ ତାଙ୍କ ପଛରେ ଥିବା ଡ୍ରାଇଭରମାନେ କାରକୁ କଟେଇ ଯିବାକୁ ଚେଷ୍ଟା କରିଥିଲେ। ତେବେ ଜର୍ମାନ ଡ୍ରାଇଭର ଓଲିଭର ଗୋଏଥେ ଓ ସ୍ପେନୀୟ ଡ୍ରାଇଭର ପେପେ ମାର୍ଟି କୁଶ ମେନିଙ୍କ କାର ସହ ଧକ୍କା ହୋଇଯାଇଥିଲେ। ଫଳରେ ବଡ଼ ଧରଣର ଦୁର୍ଘଟଣା ହୋଇଛି। 

ଏହି ଦୁର୍ଘଟଣାରେ ଭାରତୀୟ ରେସରଙ୍କ କାର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ତେବେ ଡ୍ରାଇଭର କୁଶ ମେନି ଯେନତେନ ପ୍ରକାରେ କାରରୁ ନିଜକୁ ବାହର କରି ନେଇଛନ୍ତି। ଫଳରେ ସେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ କେବଳ କୁଶ ମେନି ନୁହନ୍ତି ଜର୍ମାନ ଡ୍ରାଇଭର ଗୋଏଥେ ଓ ସ୍ପେନୀୟ ଡ୍ରାଇଭର ମାର୍ଟି ମଧ୍ୟ ଦୁର୍ଘଟଣାରୁ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲେ ସେମାନଙ୍କ ଗାଡି ଗୁଡିକ ଡ୍ୟାମେଜ ହୋଇଯାଇଛି। 


ଅଚାନକ ଦୁର୍ଘଟଣାରେ ଡ୍ରାଇଭରମାନେ ଘାବରେଇ ଯାଇଥିଲେ। ଦୁର୍ଘଟଣା ପରେ ଡ୍ରାଇଭରମାନଙ୍କୁ ଉଦ୍ଧାର କରି ମେଡିକାଲ ଟିମ୍‌ ନିକଟକୁ ନିଆଯାଇଥିଲା। ତେବେ ମେଡିକାଲ ଟିମ୍‌ କୁଶ ମେନି ଓ ଅନ୍ୟ ଦୁଇ ଡ୍ରାଇଭର ସୁସ୍ଥ ଥିବାର ସବୁଜ ସଂକେତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୁଶ ମେନି ଇନଭିକ୍ଟା ରେସିଂ ଟିମ୍‌ ଲାଗି ଫର୍ମୂଲା-୨ରେ ଡ୍ରାଇଭ କରନ୍ତି।