ପ୍ରାର୍ଥୀ ନିଯୁକ୍ତି ଅସ୍ୱୀକାର କରିବାରୁ ରିକ୍ରୁଇଟର ଭାଙ୍ଗିଲେ କି ବୋର୍ଡ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ଲଣ୍ଡନ ୧୯।୨: ଚାକିରୀ ମିଳୁନଥିବାରୁ ପ୍ରାୟତଃ ଲୋକଙ୍କୁ ଆମେ ହତାସ ହେଉଥିବା ଦେଖୁ, ହେଲେ ଏବେ ଏକ ଏପରି ଘଟଣା ସାମ୍ନାକୁ ଆସୁଛି ଯେଉଁଥିରେ ଏକ ରିକ୍ରୁଇଟର କ୍ୟାଣ୍ଡେଟ୍ ଜବ ଅଫର ରିଜେକ୍ଟ କରିଦେବାରୁ ଏତେମାତ୍ରାରେ ହତାସ ହୋଇପଡିଲେ ଯେ ସେ ତାଙ୍କର କମ୍ପ୍ୟୁଟର କି ବୋର୍ଡ ଭାଙ୍ଗି ଦେଇଛନ୍ତି। ଲଣ୍ଡନରେ ଜଣେ ରିକ୍ରୁଇଟରଙ୍କ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ରାଗରେ ତାଙ୍କ କି ବୋର୍ଡ ଭାଙ୍ଗି ଦେଇଥିବା ଫଟୋ ସେୟାର କରିଛନ୍ତି।  ଏହି ଘଟଣା ସେତେବେଳେ ହୋଇଛି ଯେତେବେଳେ ଜଣେ କ୍ୟାଣ୍ଡେଟ୍ ରିକ୍ରୁଇଟରଙ୍କ ଅଫରକୁ ଏଡି ଯାଇ ଆଉ ଏକ ଚାକିରୀ ଅଫର ସ୍ୱୀକାର କରିନେଇଛନ୍ତି। ରିକ୍ରୁଇଟମେଣ୍ଟ କନସଲଟାଣ୍ଟ ଇଥନ ମୁନି ତାଙ୍କ ଲିଙ୍କଡଇନ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଭଙ୍ଗା କି ବୋର୍ଡ ପୋଷ୍ଟ କରିଛନ୍ତି। ଏହାର କାରଣ ଦର୍ଶାଇ ସେ ଉଲ୍ଲେଖ କରିଛନ୍ତି ଯେ ‘ଆଜି ପୂର୍ବାହ୍ନ ସାଢେ ୯ଟାରେ ପ୍ରାର୍ଥୀଙ୍କୁ ତାଙ୍କ ଦ୍ୱିତୀୟ ରାଉଣ୍ଡ ଇଣ୍ଟରେଭ୍ୟୁ ପାଇଁ ଆସିବାର ଥିଲା। ହେଲେ ସେ ବିନା କୌଣସି ପୂର୍ବସୂଚନାରେ ଅନୁପସ୍ଥିତ ଥିଲେ। ପାଖାପାଖି ଅଧଘଣ୍ଟା ପରେ ପ୍ରାର୍ଥୀ ତାଙ୍କୁ ଏକ ଏସଏମଏସ୍ ପଠାଇଥିଲେ। ଏଥିରେ ସେ ଅନ୍ୟ ନିଯୁକ୍ତିଦାତାଙ୍କ ଅଫର ସ୍ୱୀକାର କରିନେଇଥିବା ଉଲ୍ଲେଖ କରିଥିଲେ’। ଏହି ଘଟଣାରେ ମୁନି ଏତେମାତ୍ରାରେ ଉତକ୍ଷିପ୍ତ ହୋଇପଡିଲେ ଯେ ସେ ତାଙ୍କ କମ୍ପ୍ୟୁଟର କି ବୋର୍ଡ ଭାଙ୍ଗି

ପ୍ରାର୍ଥୀ ନିଯୁକ୍ତି ଅସ୍ୱୀକାର କରିବାରୁ ରିକ୍ରୁଇଟର ଭାଙ୍ଗିଲେ କି ବୋର୍ଡ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ଲଣ୍ଡନ ୧୯।୨: ଚାକିରୀ ମିଳୁନଥିବାରୁ ପ୍ରାୟତଃ ଲୋକଙ୍କୁ ଆମେ ହତାସ ହେଉଥିବା ଦେଖୁ, ହେଲେ ଏବେ ଏକ ଏପରି ଘଟଣା ସାମ୍ନାକୁ ଆସୁଛି ଯେଉଁଥିରେ ଏକ ରିକ୍ରୁଇଟର କ୍ୟାଣ୍ଡେଟ୍ ଜବ ଅଫର ରିଜେକ୍ଟ କରିଦେବାରୁ ଏତେମାତ୍ରାରେ ହତାସ ହୋଇପଡିଲେ ଯେ ସେ ତାଙ୍କର କମ୍ପ୍ୟୁଟର କି ବୋର୍ଡ ଭାଙ୍ଗି ଦେଇଛନ୍ତି। ଲଣ୍ଡନରେ ଜଣେ ରିକ୍ରୁଇଟରଙ୍କ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ରାଗରେ ତାଙ୍କ କି ବୋର୍ଡ ଭାଙ୍ଗି ଦେଇଥିବା ଫଟୋ ସେୟାର କରିଛନ୍ତି।  

ଏହି ଘଟଣା ସେତେବେଳେ ହୋଇଛି ଯେତେବେଳେ ଜଣେ କ୍ୟାଣ୍ଡେଟ୍ ରିକ୍ରୁଇଟରଙ୍କ ଅଫରକୁ ଏଡି ଯାଇ ଆଉ ଏକ ଚାକିରୀ ଅଫର ସ୍ୱୀକାର କରିନେଇଛନ୍ତି। ରିକ୍ରୁଇଟମେଣ୍ଟ କନସଲଟାଣ୍ଟ ଇଥନ ମୁନି ତାଙ୍କ ଲିଙ୍କଡଇନ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଭଙ୍ଗା କି ବୋର୍ଡ ପୋଷ୍ଟ କରିଛନ୍ତି। ଏହାର କାରଣ ଦର୍ଶାଇ ସେ ଉଲ୍ଲେଖ କରିଛନ୍ତି ଯେ ‘ଆଜି ପୂର୍ବାହ୍ନ ସାଢେ ୯ଟାରେ ପ୍ରାର୍ଥୀଙ୍କୁ ତାଙ୍କ ଦ୍ୱିତୀୟ ରାଉଣ୍ଡ ଇଣ୍ଟରେଭ୍ୟୁ ପାଇଁ ଆସିବାର ଥିଲା। ହେଲେ ସେ ବିନା କୌଣସି ପୂର୍ବସୂଚନାରେ ଅନୁପସ୍ଥିତ ଥିଲେ। ପାଖାପାଖି ଅଧଘଣ୍ଟା ପରେ ପ୍ରାର୍ଥୀ ତାଙ୍କୁ ଏକ ଏସଏମଏସ୍ ପଠାଇଥିଲେ। ଏଥିରେ ସେ ଅନ୍ୟ ନିଯୁକ୍ତିଦାତାଙ୍କ ଅଫର ସ୍ୱୀକାର କରିନେଇଥିବା ଉଲ୍ଲେଖ କରିଥିଲେ’। 

ଏହି ଘଟଣାରେ ମୁନି ଏତେମାତ୍ରାରେ ଉତକ୍ଷିପ୍ତ ହୋଇପଡିଲେ ଯେ ସେ ତାଙ୍କ କମ୍ପ୍ୟୁଟର କି ବୋର୍ଡ ଭାଙ୍ଗିଦେଇଥିଲେ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ଏବେ କିଏ କହିବ ଯେ ରିକ୍ରୁଇଟର ପ୍ରାର୍ଥୀଙ୍କ କଦର କରୁନାହାନ୍ତି?’ ମୁନିଙ୍କ ଏହି ପୋଷ୍ଟ ଉପରେ ଏବେ ମିଶ୍ରିତ ପ୍ରତିକ୍ରିୟା ପଢିବାକୁ ମିଳୁଛି। କିଛି ଲୋକେ ଏହି ପୋଷ୍ଟରୁ ମଜା ନେଉଥିବା ବେଳେ ଆଉ କିଛି ଲୋକେ ଏହାକୁ ଅପସନ୍ଦ କରିଛନ୍ତି। ତେବେ କେତେକ ଦାୟିତ୍ୱବାନ ୟୁଜର କହିଛନ୍ତି ଏହା ଜୀବନର ଅଂଶବିଶେଷ। ଆମକୁ ବି କେତେକ ଇଣ୍ଟରେଭ୍ୟୁର ଫଳାଫଳ ମିଳି ନାହିଁ। ଆମକୁ କେବଳ ‘ଡେଡ ଜୋନ’ରେ ଛାଡି ଦିଆଯାଉଛି। ଏଥିରେ ଯଦି କେଉଁଠି ନିଯୁକ୍ତି କନଫର୍ମେସନ ହୋଇଯାଉଛି ଲୋକେ ପ୍ରଥମେ ସେହି ଅଫର ଗ୍ରହଣ କରିବେ ବୋଲି ଉଲ୍ଲେଖ କରିଛନ୍ତି।