IPL 2024 : ଚଣ୍ଡିଗଡ଼ରେ ଦିଲ୍ଲୀ-ପଞ୍ଜାବ ଫାଇଟ୍, ରାତିରେ କୋଲକାତା-ହାଇଦ୍ରାବାଦ ଲଢେଇ
ମୁମ୍ବାଇ ୨୩।୦୩ : ଆଇପିଏଲ୍ ୨୦୨୪ । ଶୁକ୍ରବାର ଚିପକ୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୭ ତମ ସଂସ୍କରଣ । ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ୱିକେଟ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ଏହିକ୍ରମରେ ଶନିବାର ଦିନ ଆଇପିଏଲ୍ର ଏହି ଟୁର୍ଣ୍ଣମେଣ୍ଟରେ ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ରେ ଚଣ୍ଡିଗଡ଼ ସ୍ଥିତ ଷ୍ଟାଡିୟମ୍ରେ ପଞ୍ଜାବ କିଙ୍ଗସ ବିରୋଧରେ ଲଢିବ ଦିଲ୍ଲୀ କ୍ୟାପିଟାଲ୍ସ । ଆଉ ଏହା ପରେ ରାତି ୮ଟାରେ କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ୍ । ତେବେ ଆସନ୍ତୁ ଜାଣିବା କିପରି ରହିବ ଉଭୟ ମ୍ୟାଚ୍। ଦୀର୍ଘ ଦିନ ପରେ ଟିମ୍କୁ ଫେରିଛନ୍ତି ଦିଲ୍ଲୀ କ୍ୟାପଟେନ୍ ରିଷଭ ପନ୍ଥ । ତେଣୁ ପୂର୍ବ ବର୍ଷ ଅପେକ୍ଷା ଦଳ ଏଥର ମଜବୁତ ନଜର ଆସୁଛି । କାହିଁକି ନା ଦଳରେ ଡେଭିଡ୍ ଓ୍ୱାର୍ଣ୍ଣର, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମିଚେଲ୍ ମାର୍ଶ, ଅକ୍ଷର ପଟେଲ ପରି ଖେଳାଳି ରହିଛନ୍ତି । ତେଣୁ ଚଳିତ ବର୍ଷ ଟିମ୍ ପ୍ରଦର୍ଶନ ଉଚ୍ଚତର ରହିବ ବୋଲି ଆଶା କରାଯାଉଛି । ସେହିପରି ଶିଖର ଧାଓ୍ୱନଙ୍କ ନେତୃତ୍ୱାଧିନ ପଞ୍ଜାବ ଟିମ୍ ମଧ୍ୟ ଜବରଦସ୍ତ ରହିଛି । ଦଳରେ ଶିଖରଙ୍କ ପରି ଅନୁଭବୀ ବ୍ୟାଟର, ଜିତେଶ ଶର୍ମା, ଶିକନ୍ଦର ରାଜା, ସାମ କୁରମ, ଅର୍ଶଦୀପ ସିଂହ, କାଗିସୋ ରାବ
ମୁମ୍ବାଇ ୨୩।୦୩ : ଆଇପିଏଲ୍ ୨୦୨୪ । ଶୁକ୍ରବାର ଚିପକ୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୭ ତମ ସଂସ୍କରଣ । ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ୱିକେଟ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ଏହିକ୍ରମରେ ଶନିବାର ଦିନ ଆଇପିଏଲ୍ର ଏହି ଟୁର୍ଣ୍ଣମେଣ୍ଟରେ ଖେଳାଯିବ ଦୁଇଟି ମ୍ୟାଚ୍ ।
ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ରେ ଚଣ୍ଡିଗଡ଼ ସ୍ଥିତ ଷ୍ଟାଡିୟମ୍ରେ ପଞ୍ଜାବ କିଙ୍ଗସ ବିରୋଧରେ ଲଢିବ ଦିଲ୍ଲୀ କ୍ୟାପିଟାଲ୍ସ । ଆଉ ଏହା ପରେ ରାତି ୮ଟାରେ କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ୍ । ତେବେ ଆସନ୍ତୁ ଜାଣିବା କିପରି ରହିବ ଉଭୟ ମ୍ୟାଚ୍।
ଦୀର୍ଘ ଦିନ ପରେ ଟିମ୍କୁ ଫେରିଛନ୍ତି ଦିଲ୍ଲୀ କ୍ୟାପଟେନ୍ ରିଷଭ ପନ୍ଥ । ତେଣୁ ପୂର୍ବ ବର୍ଷ ଅପେକ୍ଷା ଦଳ ଏଥର ମଜବୁତ ନଜର ଆସୁଛି । କାହିଁକି ନା ଦଳରେ ଡେଭିଡ୍ ଓ୍ୱାର୍ଣ୍ଣର, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମିଚେଲ୍ ମାର୍ଶ, ଅକ୍ଷର ପଟେଲ ପରି ଖେଳାଳି ରହିଛନ୍ତି । ତେଣୁ ଚଳିତ ବର୍ଷ ଟିମ୍ ପ୍ରଦର୍ଶନ ଉଚ୍ଚତର ରହିବ ବୋଲି ଆଶା କରାଯାଉଛି । ସେହିପରି ଶିଖର ଧାଓ୍ୱନଙ୍କ ନେତୃତ୍ୱାଧିନ ପଞ୍ଜାବ ଟିମ୍ ମଧ୍ୟ ଜବରଦସ୍ତ ରହିଛି । ଦଳରେ ଶିଖରଙ୍କ ପରି ଅନୁଭବୀ ବ୍ୟାଟର, ଜିତେଶ ଶର୍ମା, ଶିକନ୍ଦର ରାଜା, ସାମ କୁରମ, ଅର୍ଶଦୀପ ସିଂହ, କାଗିସୋ ରାବାଡ଼ା ପରି ଖେଳାଳି ରହିଛନ୍ତି । ତେଣୁ ଆଇପିଏଲ୍ ୧୭ ତମ ସଂସ୍କରଣର ୨ୟ ମ୍ୟାଚ୍ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ରାତି ୮ଟାରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ ୨ୟ ମ୍ୟାଚ୍ । ସନରାଇଜର୍ସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । ଶ୍ରେୟସ ଆୟରଙ୍କ ନେତୃତାଧିନ କୋଲକାତା ପୂର୍ବ ବର୍ଷ ଅପେକ୍ଷା ଜବରଦସ୍ତ ରହିଛି । ତେଣୁ ପ୍ୟାଟ୍ କମିନ୍ସଙ୍କ ନେତୃତାଧୀନ ହାଇଦ୍ରାବାଦ୍କୁ ଚକ୍ମା ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ହେଲେ ହାଇଦ୍ରାବାଦ୍ ଟିମ୍ ମଧ୍ୟ ପୂର୍ବ ବର୍ଷ ତୁଳନାରେ ଶକ୍ତିଶାଳି ରହିଛି । ଦଳରେ ପ୍ୟାଟ୍ କମିନ୍ସ, କ୍ଲାସନ୍, ଟ୍ରାଭିସ ହେଡ୍, ଭୁବନେଶ୍ୱର କୁମାର, ଆଡେମ ମାକ୍ରମ ପରି ଖେଳାଳି ରହିଛନ୍ତି ।