୧୧ ସଫେଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ପିକଅପ ଭ୍ୟାନ୍, ୬ ମୃତ, ୫ ଆହତ

ନୁହ: ହରିୟାଣା ନୁହ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି... The post ୧୧ ସଫେଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ପିକଅପ ଭ୍ୟାନ୍, ୬ ମୃତ, ୫ ଆହତ appeared first on .

୧୧ ସଫେଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ପିକଅପ ଭ୍ୟାନ୍, ୬ ମୃତ, ୫ ଆହତ

ନୁହ: ହରିୟାଣା ନୁହ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏଥିରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଫିରୋଜପୁର ଝିରକା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଇବ୍ରାହିମବାସ ଗାଁ ନିକଟରେ ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ସଫେଇ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ, ୬ ଜଣ ସଫେଇ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।  ଅନ୍ୟ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ପ୍ରାୟ ୧୧ ଜଣ ସଫେଇ କର୍ମଚାରୀ ଏକ୍ସପ୍ରେସୱେ ସଫା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ଏକ ଦ୍ରୁତ ଗତିର ପିକଅପ୍ ଆସି ଏହି କର୍ମଚାରୀମାନଙ୍କୁ ଜୋରରେ ଧକ୍କା ଦେଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣା ସ୍ଥଳରେ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଆହତ ଦୁଇ କର୍ମଚାରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

The post ୧୧ ସଫେଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ପିକଅପ ଭ୍ୟାନ୍, ୬ ମୃତ, ୫ ଆହତ appeared first on .