IPL 2024: ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ୱିକେଟରେ ହରାଇଲା ହାଇଦ୍ରାବାଦ
ହାଇଦ୍ରାବାଦ: ଆଇପିଏଲ-୨୦୨୪ର ୧୮ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କରିଛି ଏସଆରଏଚ । ୧୮.୧ ଓଭାରରେ ୪ ଓ୍ବିକେଟ୍ ହରାଇରେ ୧୬୬ ରନର ବିଜୟ ଲକ୍ଷ୍ୟ ହାସଲ କରିଛି ହାଇଦ୍ରାବାଦ । ଆଜି ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍) ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ରକ୍ଷଣଶୀଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୫ ରନ୍ କରିଥିଲା ଚେନ୍ନାଇ । ହାଇଦ୍ରାବାଦ ସାମ୍ନାରେ ୧୬୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ସିଏସକେ । ହେଲେ ଏହି ମ୍ୟାଚକୁ ୬ ଓ୍ବିକେଟରେ ଜିତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ।ହାଇଦ୍ରାବାଦର ଆଡନ ମାକ୍ରମ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ୩୬ ବଲରେ ୫୦ ରନ କରି ପ୍ୟାଭିଲିୟନ୍ ଫେରିଥିଲେ ମାକ୍ରମ । ସେହିଭଳି ଟ୍ରେଭିସ ହେଡ୍ (୩୧), ଅଭିଶେଖ ଶର୍ମା (୩୭), ଶାହବାଜ ଅହମ୍ମଦ (୧୮) ଏବଂ ହେନରିଚ କ୍ଲାସେନଙ୍କ ଅପରାଜିତ ୧୦ ରନ୍ ଓ ନିତୀଶ ରେଡ୍ଡିଙ୍କ ଅପରାଜିତ ୧୪ ରନ୍ ବଳରେ ସହଜ ବିଜୟ ହାସଲ କରିଛି ହାଇଦ୍ରାବାଦ । ସେପଟେ ଚେନ୍ନାଇର ମୋଇନ ଅଲି ସର୍ବାଧିକ ୨ ଟି ଓ୍ବିକେଟ ନେଇଥିବା ବେଳେ ଦୀପକ ଚହର ଏବଂ ମହିଶ ତୀକ୍ଷଣା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଆଜିର ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଦେଖିବାକୁ ମିଳିଥିଲା । ତା
ହାଇଦ୍ରାବାଦ: ଆଇପିଏଲ-୨୦୨୪ର ୧୮ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କରିଛି ଏସଆରଏଚ । ୧୮.୧ ଓଭାରରେ ୪ ଓ୍ବିକେଟ୍ ହରାଇରେ ୧୬୬ ରନର ବିଜୟ ଲକ୍ଷ୍ୟ ହାସଲ କରିଛି ହାଇଦ୍ରାବାଦ । ଆଜି ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍) ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ରକ୍ଷଣଶୀଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୫ ରନ୍ କରିଥିଲା ଚେନ୍ନାଇ । ହାଇଦ୍ରାବାଦ ସାମ୍ନାରେ ୧୬୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ସିଏସକେ । ହେଲେ ଏହି ମ୍ୟାଚକୁ ୬ ଓ୍ବିକେଟରେ ଜିତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ।
ହାଇଦ୍ରାବାଦର ଆଡନ ମାକ୍ରମ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ୩୬ ବଲରେ ୫୦ ରନ କରି ପ୍ୟାଭିଲିୟନ୍ ଫେରିଥିଲେ ମାକ୍ରମ । ସେହିଭଳି ଟ୍ରେଭିସ ହେଡ୍ (୩୧), ଅଭିଶେଖ ଶର୍ମା (୩୭), ଶାହବାଜ ଅହମ୍ମଦ (୧୮) ଏବଂ ହେନରିଚ କ୍ଲାସେନଙ୍କ ଅପରାଜିତ ୧୦ ରନ୍ ଓ ନିତୀଶ ରେଡ୍ଡିଙ୍କ ଅପରାଜିତ ୧୪ ରନ୍ ବଳରେ ସହଜ ବିଜୟ ହାସଲ କରିଛି ହାଇଦ୍ରାବାଦ । ସେପଟେ ଚେନ୍ନାଇର ମୋଇନ ଅଲି ସର୍ବାଧିକ ୨ ଟି ଓ୍ବିକେଟ ନେଇଥିବା ବେଳେ ଦୀପକ ଚହର ଏବଂ ମହିଶ ତୀକ୍ଷଣା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।
ଆଜିର ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଦେଖିବାକୁ ମିଳିଥିଲା । ତାଙ୍କୁ ମାତ୍ର ୨ଟି ବଲ୍ ଖେଳିବାକୁ ସୁଯୋଗ ମିଳିଥିଲା । ସେ ଦୁଇଟି ବଲରେ ଅପରାଜିତ ୧ ରନ୍ କରିପାରିଥିଲେ । ଶେଷ ମ୍ୟାଚ୍ ଭଳି ଏଥର ମଧ୍ୟର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଧୋନିଙ୍କ ଏଣ୍ଟ୍ରି ଉପରେ ଫ୍ୟାନଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ତେବେ ଆଜି ହାଇଦ୍ରାବାଦର ଦମଦାର ବୋଲିଂ ସାମ୍ନାରେ ସିଏସକେ ବଡ଼ ସ୍କୋର କରିପାରି ନଥିଲା ।
ରଚିନ ରବୀନ୍ଦ୍ର (୧୨), ଅଧିନାୟକ ଋତୁରାଜ ଗାଏକ୍ବାଡ(୨୬), ଅଜିଙ୍କ୍ୟ ରାହାଣେ (୩୫), ଶିବମ ଦୁବେ (୪୫), ରବୀନ୍ଦ୍ର ଜାଡେଜା(୩୧) ଏବଂ ଡାରିଲ ମିଚେଲ (୧୩)ଙ୍କ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ୧୬୫ ରନ୍ କରିଥିଲା ।