IPL 2024 : ଜୟପୁରରେ ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ରାତି ୮ଟାରେ ଖେଳାଯିବ ମ୍ୟାଚ୍
ଜୟପୁର ୨୮।୦୩ : ଆଇପିଏଲ୍ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯିବ ୯ମ ମ୍ୟାଚ୍ । ରାଜସ୍ଥାନ ଜୟପୁର ସଓ୍ୱାଇ ମାନ୍ସିଂହ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ । ବର୍ତ୍ତମାନ ଯାଏଁ ରାଜସ୍ଥାନ ଗୋଟିଏ ମ୍ୟାଚ୍ ଖେଳିଛି । ଯେଉଁଥିରେ ସେ ବିଜୟ ହାସଲ କରିଛି । ୨୪ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୨୦ ରନ୍ରେ ପରାସ୍ତ କରିଥିଲା । ଯାହାଫଳରେ ରାଜସ୍ଥାନ ଟିମ୍ ଏବେ ପଏଣ୍ଟ ଟେବୁଲରେ ୨ୟ ସ୍ଥାନରେ ରହିଛି । ପ୍ରଥମରେ ଚେନ୍ନାଇ ଥିବା ବେଳେ ରାଜସ୍ଥାନ ୨ୟ ସ୍ଥାନରେ ରହିଛି। ତେବେ ଟିମ୍ ବଟଲର, ଅଶ୍ୱିନୀ, ସଞ୍ଜୁ, ଟ୍ରେଣ୍ଟ ବୋଲ୍ଟ ପରି ଷ୍ଟାର ଖେଳାଳି ରହିଛନ୍ତି । ତେଣୁ ନିଜର ବିଜୟ ଧାରାକୁ ଜାରି ରଖିବାକୁ ଉଦ୍ୟମ କରିବ ରାଜସ୍ଥାନ ରୟାଲ୍ସ ଟିମ୍ । ସେହିପରି ଆଇପିଏଲ୍ର ୧୭ ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ମ୍ୟାଚ୍ ହାରି ସାରିଛି । ୨୩ ମାର୍ଚ୍ଚରେ ପଞ୍ଜାବ କିଙ୍ଗସ୍ରୁ ବିରୋଧରେ ଖେଳିଥିବା ମ୍ୟାଚ୍ରେ ୪ ଓ୍ୱିକେଟ୍ରେ ପରାସ୍ତ ହୋଇଛି । ତେଣୁ ୨ୟ ମ୍ୟାଚ୍ରେ ଟିମ୍ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ରହିଛି । ଦଳରେ ପନ୍ଥ, ଓ୍ୱାର୍ଣ୍ଣର, ଇଶାନ୍ତ ଶର୍ମା, କୁଳଦୀପ ଯାଦବ ପରି ଷ୍ଟାର ଖେଳାଳି ଅଛନ୍ତି । ତେଣୁ ଯେକୌଣସି ପରିସ୍ଥିତିରେ ବିରୋଧୀ ଟିମ୍କୁ ଚକ୍ମା ଦେଇପାରନ୍ତି । ସୂଚନାଯୋଗ୍ୟ ଯେ, ବୁଧବାର ହାଇ
ଜୟପୁର ୨୮।୦୩ : ଆଇପିଏଲ୍ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯିବ ୯ମ ମ୍ୟାଚ୍ । ରାଜସ୍ଥାନ ଜୟପୁର ସଓ୍ୱାଇ ମାନ୍ସିଂହ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ ।
ବର୍ତ୍ତମାନ ଯାଏଁ ରାଜସ୍ଥାନ ଗୋଟିଏ ମ୍ୟାଚ୍ ଖେଳିଛି । ଯେଉଁଥିରେ ସେ ବିଜୟ ହାସଲ କରିଛି । ୨୪ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୨୦ ରନ୍ରେ ପରାସ୍ତ କରିଥିଲା । ଯାହାଫଳରେ ରାଜସ୍ଥାନ ଟିମ୍ ଏବେ ପଏଣ୍ଟ ଟେବୁଲରେ ୨ୟ ସ୍ଥାନରେ ରହିଛି । ପ୍ରଥମରେ ଚେନ୍ନାଇ ଥିବା ବେଳେ ରାଜସ୍ଥାନ ୨ୟ ସ୍ଥାନରେ ରହିଛି। ତେବେ ଟିମ୍ ବଟଲର, ଅଶ୍ୱିନୀ, ସଞ୍ଜୁ, ଟ୍ରେଣ୍ଟ ବୋଲ୍ଟ ପରି ଷ୍ଟାର ଖେଳାଳି ରହିଛନ୍ତି । ତେଣୁ ନିଜର ବିଜୟ ଧାରାକୁ ଜାରି ରଖିବାକୁ ଉଦ୍ୟମ କରିବ ରାଜସ୍ଥାନ ରୟାଲ୍ସ ଟିମ୍ ।
ସେହିପରି ଆଇପିଏଲ୍ର ୧୭ ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ମ୍ୟାଚ୍ ହାରି ସାରିଛି । ୨୩ ମାର୍ଚ୍ଚରେ ପଞ୍ଜାବ କିଙ୍ଗସ୍ରୁ ବିରୋଧରେ ଖେଳିଥିବା ମ୍ୟାଚ୍ରେ ୪ ଓ୍ୱିକେଟ୍ରେ ପରାସ୍ତ ହୋଇଛି । ତେଣୁ ୨ୟ ମ୍ୟାଚ୍ରେ ଟିମ୍ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ରହିଛି । ଦଳରେ ପନ୍ଥ, ଓ୍ୱାର୍ଣ୍ଣର, ଇଶାନ୍ତ ଶର୍ମା, କୁଳଦୀପ ଯାଦବ ପରି ଷ୍ଟାର ଖେଳାଳି ଅଛନ୍ତି । ତେଣୁ ଯେକୌଣସି ପରିସ୍ଥିତିରେ ବିରୋଧୀ ଟିମ୍କୁ ଚକ୍ମା ଦେଇପାରନ୍ତି ।
ସୂଚନାଯୋଗ୍ୟ ଯେ, ବୁଧବାର ହାଇଦ୍ରାବାଦ୍ ଗ୍ରାଉଣ୍ଡରେ ଥିଲା ହାଇଭୋଲଟେଜ୍ ଗେମ୍ । ଏଥିରେ ପ୍ରଥମ ବ୍ୟାଟିଂ କରି ହାଇଦ୍ରାବାଦ୍ ଟିମ୍ ୨୦ ଓଭରରେ ୨୭୭ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ମୁମ୍ବାଇ ମଧ୍ୟ ଜୋରଦାର ଆରମ୍ଭ କରିଥିଲା । ହେଲେ ଦଳ ବିଶାଳ ଲକ୍ଷ୍ୟର ପିଛା କରିପାରିନଥିଲା । ଶେଷରେ ୨୦ ଓଭରରେ ୨୪୬ ରନ୍ କରିବାରେ ସକ୍ଷମ ହୋଇଛି । ଆଉ ୩୧ ରନ୍ରେ ନିଜର ୨ୟ ମ୍ୟାଚ୍ରେ ବି ପରାଜୟର ସାମ୍ନା କରିବାକୁ ପଡିଥିଲା ।