ନୂଆ ବର୍ଷ ନିଜ ସହ ଆଣିଛି ନୂଆ ଯୁଗ, ଜେନ୍ Z-ଆଲ୍ଫା ପରେ ଏବେ ଜେନେରେସନ 'ବିଟା'
ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୫ ନିଜ ସହ ନୂଆ ଯୁଗ ମଧ୍ୟ ଧରି ଆସିଛି । ଏହି ଯୁଗ ହେଉଛି ଜେନେରେସନ ଗ୍ୟାପ୍ର । ଏହି ଗ୍ୟାପ୍ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢି ମଧ୍ୟରେ ସ୍ପଷ୍ଟ ନଜର ଆସିବ । ଜେନ୍Z, ଆଲ୍ଫା ପରେ ୨୦୨୫ ଏବଂ ଏହାପରେ ଜନ୍ମ ହେବାକୁ ଥିବା ପିଲାଙ୍କୁ 'ବିଟା' କୁହାଯିବ । ବିଶେଷଜ୍ଞଙ୍କ ମତରେ ଏହି ପିଢିର ପିଲାଙ୍କ ମଧ୍ୟରେ ଶୀଘ୍ର ପ୍ରଯୁକ୍ତି ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନର ସମ୍ଭାବନା ରହିଛି ।୨୦୨୫ ଆରମ୍ଭ ସହ ନୂଆ ଜେନେରେସନ ଆରମ୍ଭ ହେବ, ଏହାକୁ ବିଟା ବୋଲି କୁହାଯିବ । ୨୦୨୫ରୁ ୨୦୩୯ ମଧ୍ୟରେ ଜନ୍ମ ହେବାକୁ ଥିବା ପିଲାଙ୍କୁ ଏହି ଜେନେରେସନର ବୋଲି କୁହାଯିବ । ବର୍ତ୍ତମାନରେ ଜେନେରେସନ ଆଲ୍ଫା ଚାଲିଛି । ୨୦୧୦ରୁ ୨୦୨୪ ମଧ୍ୟରେ ଜନ୍ମ ହୋଇଥିବା ପିଲା ଆଲ୍ଫା ଜେନେରେସନରେ ଆସନ୍ତି । ସେହିପରି ୧୯୯୬ରୁ ୨୧୦ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କୁ ଜେନ-Z ଏବଂ ୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କୁ ମିଲେନିୟଲ୍ସ କୁହାଯାଏ ।ନୂଆ ଜେନେରେସନର ପିଲା ଏଆଇ ଏବଂ ସ୍ମାର୍ଟ ଉପକରଣର ଅଧିକ ବ୍ୟବହାର କରିବେ । ଏହି ପିଢିର ପିଲା ଦୈନନ୍ଦିନ କାର୍ଯ୍ୟରେ ଏଆଇ ଉପକରଣର ଅଧିକ ପ୍ରୟୋଗ କରିବାର ସମ୍ଭାବନା ରହିଛି । ଏହି ପିଢି ମହାମାରୀ ପରେ ଦୁନିଆର ବଡ଼ ହେବ । ଦ ଇଣ୍ଡିପେଣ୍ଡେଣ୍ଟର ଏକ ରିପୋର୍ଟ ଅନୁସାରେ ଏହି ଦୁନିଆର ପିଲା ସ୍କୁଲ ବନ୍ଦ ଏବଂ ସାମାଜିକ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ରହିବେ । ଭବିଷ୍ୟବକ୍ତା ମାର୍କ
ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୫ ନିଜ ସହ ନୂଆ ଯୁଗ ମଧ୍ୟ ଧରି ଆସିଛି । ଏହି ଯୁଗ ହେଉଛି ଜେନେରେସନ ଗ୍ୟାପ୍ର । ଏହି ଗ୍ୟାପ୍ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢି ମଧ୍ୟରେ ସ୍ପଷ୍ଟ ନଜର ଆସିବ । ଜେନ୍Z, ଆଲ୍ଫା ପରେ ୨୦୨୫ ଏବଂ ଏହାପରେ ଜନ୍ମ ହେବାକୁ ଥିବା ପିଲାଙ୍କୁ 'ବିଟା' କୁହାଯିବ । ବିଶେଷଜ୍ଞଙ୍କ ମତରେ ଏହି ପିଢିର ପିଲାଙ୍କ ମଧ୍ୟରେ ଶୀଘ୍ର ପ୍ରଯୁକ୍ତି ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନର ସମ୍ଭାବନା ରହିଛି ।
୨୦୨୫ ଆରମ୍ଭ ସହ ନୂଆ ଜେନେରେସନ ଆରମ୍ଭ ହେବ, ଏହାକୁ ବିଟା ବୋଲି କୁହାଯିବ । ୨୦୨୫ରୁ ୨୦୩୯ ମଧ୍ୟରେ ଜନ୍ମ ହେବାକୁ ଥିବା ପିଲାଙ୍କୁ ଏହି ଜେନେରେସନର ବୋଲି କୁହାଯିବ । ବର୍ତ୍ତମାନରେ ଜେନେରେସନ ଆଲ୍ଫା ଚାଲିଛି । ୨୦୧୦ରୁ ୨୦୨୪ ମଧ୍ୟରେ ଜନ୍ମ ହୋଇଥିବା ପିଲା ଆଲ୍ଫା ଜେନେରେସନରେ ଆସନ୍ତି । ସେହିପରି ୧୯୯୬ରୁ ୨୧୦ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କୁ ଜେନ-Z ଏବଂ ୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କୁ ମିଲେନିୟଲ୍ସ କୁହାଯାଏ ।
ନୂଆ ଜେନେରେସନର ପିଲା ଏଆଇ ଏବଂ ସ୍ମାର୍ଟ ଉପକରଣର ଅଧିକ ବ୍ୟବହାର କରିବେ । ଏହି ପିଢିର ପିଲା ଦୈନନ୍ଦିନ କାର୍ଯ୍ୟରେ ଏଆଇ ଉପକରଣର ଅଧିକ ପ୍ରୟୋଗ କରିବାର ସମ୍ଭାବନା ରହିଛି । ଏହି ପିଢି ମହାମାରୀ ପରେ ଦୁନିଆର ବଡ଼ ହେବ । ଦ ଇଣ୍ଡିପେଣ୍ଡେଣ୍ଟର ଏକ ରିପୋର୍ଟ ଅନୁସାରେ ଏହି ଦୁନିଆର ପିଲା ସ୍କୁଲ ବନ୍ଦ ଏବଂ ସାମାଜିକ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ରହିବେ । ଭବିଷ୍ୟବକ୍ତା ମାର୍କ ମ୍ୟାକ୍ରିଡଲ୍ ଜେନେରେସନ ବିଟା ନାମକ ବ୍ଲଗରେ ଲେଖିଛନ୍ତି ଯେ ଆମକୁ ଏପରି ଏକ ଦୁନିଆ ମିଳିବାକୁ ଯାଉଛି, ଯିଏ ସାମାଜିକ ଆହ୍ୱାନ ସହ ସଂଘର୍ଷ କରୁଥିବ । ଜେନେରେସନ ରିସର୍ଚ୍ଚରଙ୍କ ଅନୁସାରେ ନୂଆ ପିଢି ନିଜ ପୂର୍ବ ପିଢି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ଜୀବନ ବିତାଇବେ ।