IPL 2024 : ଜୟପୁରରେ ରାଜସ୍ଥାନ ରୟାଲ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲା, ରାତି ୮ଟାରେ ଖେଳାଯିବ ମ୍ୟାଚ୍
ଜୟପୁର ୦୬।୦୪ : ଆଇପିଏଲ୍ ୨୦୨୪ । ଶନିବାର ଦିନ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୧୯ ତମ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର । ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ । ବର୍ତ୍ତମାନ ଯାଏଁ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସ ୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ସମସ୍ତ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ପ୍ରଥମ ମ୍ୟାଚ୍କୁ ୨୦ ରନ୍ରେ ବିଜୟୀ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ୨ୟ ମ୍ୟାଚ୍କୁ ୧୨ ରନ୍ରେ ବିଜୟୀ ହୋଇଥିଲା । ଏହାପରେ ତୃତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ୱିକେଟ୍ରେ ପରାସ୍ତ କରିଥିଲା । ମୋଟ ୫ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ରାଜସ୍ଥାନ ଏବେ ଜବରଦସ୍ତ ଫର୍ମରେ ରହିଛି । ତେଣୁ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଆଇପିଏଲ୍ର ୧୭ତମ ସିଜିନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ବର୍ତ୍ତମାନ ସୁଦ୍ଧା ୪ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୬ରନ୍ରେ ହାରିଥିବା ବେଳେ ୨ୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ବିରୋଧରେ ବିଜୟୀ ହୋଇଥିଲା । ଆଉ
ଜୟପୁର ୦୬।୦୪ : ଆଇପିଏଲ୍ ୨୦୨୪ । ଶନିବାର ଦିନ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୧୯ ତମ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର । ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ ।
ବର୍ତ୍ତମାନ ଯାଏଁ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସ ୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ସମସ୍ତ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ପ୍ରଥମ ମ୍ୟାଚ୍କୁ ୨୦ ରନ୍ରେ ବିଜୟୀ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ୨ୟ ମ୍ୟାଚ୍କୁ ୧୨ ରନ୍ରେ ବିଜୟୀ ହୋଇଥିଲା । ଏହାପରେ ତୃତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ୱିକେଟ୍ରେ ପରାସ୍ତ କରିଥିଲା । ମୋଟ ୫ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ରାଜସ୍ଥାନ ଏବେ ଜବରଦସ୍ତ ଫର୍ମରେ ରହିଛି । ତେଣୁ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଆଇପିଏଲ୍ର ୧୭ତମ ସିଜିନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ବର୍ତ୍ତମାନ ସୁଦ୍ଧା ୪ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୬ରନ୍ରେ ହାରିଥିବା ବେଳେ ୨ୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ବିରୋଧରେ ବିଜୟୀ ହୋଇଥିଲା । ଆଉ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ୩ୟ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ୪ରେ ମ୍ୟାଚ୍ରେ ଟିମ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ମୋଟ ୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୮ମ ସ୍ଥାନରେ ରହିଛି ।
ସୂଚନାଯୋଗ୍ୟ ଯେ, ଆଇପିଏଲ୍ର ୧୭ ତମ ସିଜିନ୍ରେ କୋଲକାତା ନାଇଟ୍ ରାଇଡର୍ସ ୩ଟି ମ୍ୟାଚ୍ରେ ବିଜୟୀ ହୋଇ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ପ୍ରଥମ ସ୍ଥାନରେ ରହିଛି । ଏହାପଛକୁ ରାଜସ୍ଥାନ ରୟାଲ୍ସ ରହିଛି । ୩ଟି ମ୍ୟାଚ୍ରେ ବିଜୟୀ ହୋଇ ୬ଅଙ୍କ ସହ ପଏଣ୍ଟ ଟେବୁଲ୍ର ୨ୟ ସ୍ଥାନରେ ରହିଛି । ଏହାପଛକୁ ଚେନ୍ନାଇ ସୁପର କିଙ୍ଗସ୍ ୪ଟି ମ୍ୟାଚ୍ ଖେଳି ୨ଟିରେ ବିଜୟୀ ହୋଇ ୪ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବେ ସୁଦ୍ଧା ୩ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ଟିମ୍ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୪ର୍ଥ ସ୍ଥାନରେ ରହିଛି ।
ବନ୍ଦ ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା; ବଚସାକୁ ନେଇ ହତ୍ୟା କରିଥିଲା ପ୍ରେମିକ