IPL 2024: ଶିବମ-ରଚିନ-ଗାଏକ୍ଵାଡ଼ଙ୍କ ଦମଦାର ବ୍ୟାଟିଂ, ଗୁଜରାଟକୁ ବିଶାଳ ଟାର୍ଗେଟ୍ ଦେଲା ଚେନ୍ନାଇ
ଚେନ୍ନାଇ: ଆଇପିଏଲର ସପ୍ତମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଉପ ବିଜେତା ଗୁଜରାଟ ଟାଇଟନ୍ସ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଛି। ମ୍ୟାଚ୍ରେ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ୬ ଓ୍ଵିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଛି। ଶିବମ ଦୁବେ ୫୧ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଓ ରଚିନ ରବିନ୍ଦ୍ରନ ୪୬ ରନ ଲେଖାଏଁ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ସମ୍ମୁଖରେ ୨୦୭ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଆଜିର ମ୍ୟାଚ୍ରେ ଗୁଜରାଟ୍ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।Also read: କ'ଣ ରୋହିତ ଶର୍ମା ପୁଣି ଥରେ ହେବେ ମୁମ୍ବାଇର ଅଧିନାୟକ ? ପାଣ୍ଡ୍ୟାଙ୍କୁ ନେଇ ଟମ୍ ମୁଡିଙ୍କ ବଡ଼ ବୟାନଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଦୁଇ ଓପନର ଋତୁରାଜ ଓ ରଚିନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ୫.୨ ଓଭରରେ ୬୨ ରନ ଯୋଡ଼ିଥିଲେ। ରଚିନ ମାତ୍ର ୨୦ ବଲ୍ରୁ ୬ ଚୌକା ଓ ୩ ଛକା ସହ ୪୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଋତୁରାଜ ଆଜିଙ୍କ୍ୟ ରାହାଣେଙ୍କ ସହ ମିଶି ୨ୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ି ଦଳର ସ୍କୋର ୧୦୦ ପାର କରାଇଥିଲେ। ରାହାଣେ(୧୨) ଆଉଟ୍ ହୋଇଥିଲେ। ରଚିନଙ୍କ ପରି ଗାଏକ୍ଵାଡ଼ ମଧ୍ୟ ୪୬ ରନ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ ଦ
ଚେନ୍ନାଇ: ଆଇପିଏଲର ସପ୍ତମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଉପ ବିଜେତା ଗୁଜରାଟ ଟାଇଟନ୍ସ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଛି। ମ୍ୟାଚ୍ରେ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ୬ ଓ୍ଵିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଛି। ଶିବମ ଦୁବେ ୫୧ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଓ ରଚିନ ରବିନ୍ଦ୍ରନ ୪୬ ରନ ଲେଖାଏଁ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ସମ୍ମୁଖରେ ୨୦୭ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଆଜିର ମ୍ୟାଚ୍ରେ ଗୁଜରାଟ୍ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
Also read: କ'ଣ ରୋହିତ ଶର୍ମା ପୁଣି ଥରେ ହେବେ ମୁମ୍ବାଇର ଅଧିନାୟକ ? ପାଣ୍ଡ୍ୟାଙ୍କୁ ନେଇ ଟମ୍ ମୁଡିଙ୍କ ବଡ଼ ବୟାନ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଦୁଇ ଓପନର ଋତୁରାଜ ଓ ରଚିନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ୫.୨ ଓଭରରେ ୬୨ ରନ ଯୋଡ଼ିଥିଲେ। ରଚିନ ମାତ୍ର ୨୦ ବଲ୍ରୁ ୬ ଚୌକା ଓ ୩ ଛକା ସହ ୪୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଋତୁରାଜ ଆଜିଙ୍କ୍ୟ ରାହାଣେଙ୍କ ସହ ମିଶି ୨ୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ି ଦଳର ସ୍କୋର ୧୦୦ ପାର କରାଇଥିଲେ। ରାହାଣେ(୧୨) ଆଉଟ୍ ହୋଇଥିଲେ। ରଚିନଙ୍କ ପରି ଗାଏକ୍ଵାଡ଼ ମଧ୍ୟ ୪୬ ରନ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ।
ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ ଦୁବେ ଧୂଆଁଧାର ବ୍ୟାଟିଂ କରିଥିଲେ। ଦୁବେ ମାତ୍ର ୨୩ ବଲରୁ ୫ ଛକା ଓ ୨ ଚୌକା ବଳରେ ୫୧ ରନ କରି ପାଭିଲିୟନ ଫେରିଥିଲେ। ଆଇପିଏଲରେ ଡେବ୍ୟୁ କରିଥିବା ସମୀର ରିଜଭି ୬ ବଲରୁ ୧୪ ରନ କରି ପାଭିଲିୟନ ଫେରିଥିଲେ। ଡାରିଲ ମିଚେଲ ୨୪ ରନ କରି ଶେଷ ବଲରେ ରନ ଆଉଟ୍ ହୋଇଥିବା ବେଳେ ଜାଡ଼େଜା ୭ ରନରେ ଅପରାଜିତ ଥିଲେ। ଶେଷରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ଓ୍ଵିକେଟ୍ ହରାଇ ୨୦୬ ରନ କରିଛି।