ବିମାନ ପରିଚାରିକାଙ୍କୁ ଅସଦାଚରଣ, ନିଶାସକ୍ତ ଯାତ୍ରୀ ଅଟକ

ସମାଜ ଡିଜିଟାଲ ଡେସ୍କ: ବିମାନରେ ପରିଚାରିକାଙ୍କୁ ଅସଦାଚରଣ କରିଛନ୍ତି ନିଶାସକ୍ତ ଯାତ୍ରୀ। ଦିଲ୍ଲୀରୁ ଶିରିଡି ଯାଉଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି। ବିମାନ ଅବତରଣ କରିବା ପରେ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁସାରେ, ବିମାନ ସଂଖ୍ୟା ୬ଇ ୬୪୦୪ ଦିଲ୍ଲୀରୁ ଶିରିଡ଼ି ଯାଉଥିଲା। ବିମାନରେ ଜଣେ ଯାତ୍ରୀ ଶୌଚାଳୟରୁ ବାହାରିବା ସମୟରେ ନିକଟରେ ଛିଡ଼ା ହୋଇଥିବା ଜଣେ ପରିଚାରିକାଙ୍କୁ ଅସଦାଚରଣ କରିଥିଲେ। ଏ ନେଇ ପରିଚାରିକା ଜଣକ କ୍ରୁ ପରିଚାଳକଙ୍କୁ ଅବଗତ କରାଇଥିଲେ। ଏହା […]

ବିମାନ ପରିଚାରିକାଙ୍କୁ ଅସଦାଚରଣ, ନିଶାସକ୍ତ ଯାତ୍ରୀ ଅଟକ

ସମାଜ ଡିଜିଟାଲ ଡେସ୍କ: ବିମାନରେ ପରିଚାରିକାଙ୍କୁ ଅସଦାଚରଣ କରିଛନ୍ତି ନିଶାସକ୍ତ ଯାତ୍ରୀ। ଦିଲ୍ଲୀରୁ ଶିରିଡି ଯାଉଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି। ବିମାନ ଅବତରଣ କରିବା ପରେ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁସାରେ, ବିମାନ ସଂଖ୍ୟା ୬ଇ ୬୪୦୪ ଦିଲ୍ଲୀରୁ ଶିରିଡ଼ି ଯାଉଥିଲା। ବିମାନରେ ଜଣେ ଯାତ୍ରୀ ଶୌଚାଳୟରୁ ବାହାରିବା ସମୟରେ ନିକଟରେ ଛିଡ଼ା ହୋଇଥିବା ଜଣେ ପରିଚାରିକାଙ୍କୁ ଅସଦାଚରଣ କରିଥିଲେ। ଏ ନେଇ ପରିଚାରିକା ଜଣକ କ୍ରୁ ପରିଚାଳକଙ୍କୁ ଅବଗତ କରାଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଥିଲା। ବିମାନଟି ଅବତରଣ କରିବା ପରେ ସୁରକ୍ଷାକର୍ମୀ ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ପୁଲିସ ଜିମା ଦିଆଯାଇଥିଲା। ପରୀକ୍ଷା ପରେ ଯାତ୍ରୀ ଜଣକ ମଦ୍ୟପାନ କରିଥିବା ଜଣାପଡ଼ିଥିଲା।