ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଗୁଳି ଫୁଟିଛି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଛନ୍ତି। ସେମାନେ କାହିଁକି ଗୁଳି ଫୁଟାଇଲେ, ସଲମାନଙ୍କୁ ଡରାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ନା ଆଉ କିଛି ଏନେଇ ମୁମ୍ବାଇ ପୋଲିସ ଘଟଣାର […] The post ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର appeared first on Dharitri Odia News.

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଗୁଳି ଫୁଟିଛି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଛନ୍ତି। ସେମାନେ କାହିଁକି ଗୁଳି ଫୁଟାଇଲେ, ସଲମାନଙ୍କୁ ଡରାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ନା ଆଉ କିଛି ଏନେଇ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ଜେଲରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଟାର୍ଗେଟରେ ଅଛନ୍ତି ସଲମାନ ଖାନ। ସେ ସଲମାନଙ୍କୁ ମାରିବାକୁ ଚାହୁଁଛନ୍ତି। ଏନେଇ ଅନେକ ଥର ତାଙ୍କୁ ଧମକ ମିଳି ସାରିଛି।

The post ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର appeared first on Dharitri Odia News.