୧୧ ମୃତକଙ୍କ ଡିଏନଏ ମେଳ ଖାଇଲା

ସମାଜ ଡିଜିଟାଲ ଡେସ୍କ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ମୁସ୍କିଲ। ତେଣୁ ସେମାନଙ୍କ ପରିଚୟ ଜାଣିବା ଲାଗି ଡିଏନଏ ମ୍ୟାଚ୍‌ କରାଇବାକୁ ପ୍ରଶାସନ ଉଦ୍ୟମ ଚଳାଇଛି। ଶନିବାର ସୁଦ୍ଧା ୧୧ ଜଣ ମୃତକଙ୍କ ଡିଏନଏ ମେଳ ଖାଇଛି। ଯାହାଫଳରେ ସେମାନଙ୍କ ପରିଚୟ ଜଣାପଡ଼ିଛି। ମୃତଦେହ ରଖାଯାଇଥିବା ଡାକ୍ତରଖାନାର ଅତିରିକ୍ତ ଅଧୀକ୍ଷକ ଡା. ରଜନିଶ ପଟେଲ କହିଛନ୍ତି, ଶନିବାର ସୁଦ୍ଧା ୧୧ଟି ଡିଏନଏ ମେଳ ଖାଇଛି। ଗୋଟିଏ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର […]

୧୧ ମୃତକଙ୍କ ଡିଏନଏ ମେଳ ଖାଇଲା

ସମାଜ ଡିଜିଟାଲ ଡେସ୍କ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ମୁସ୍କିଲ। ତେଣୁ ସେମାନଙ୍କ ପରିଚୟ ଜାଣିବା ଲାଗି ଡିଏନଏ ମ୍ୟାଚ୍‌ କରାଇବାକୁ ପ୍ରଶାସନ ଉଦ୍ୟମ ଚଳାଇଛି। ଶନିବାର ସୁଦ୍ଧା ୧୧ ଜଣ ମୃତକଙ୍କ ଡିଏନଏ ମେଳ ଖାଇଛି। ଯାହାଫଳରେ ସେମାନଙ୍କ ପରିଚୟ ଜଣାପଡ଼ିଛି।

ମୃତଦେହ ରଖାଯାଇଥିବା ଡାକ୍ତରଖାନାର ଅତିରିକ୍ତ ଅଧୀକ୍ଷକ ଡା. ରଜନିଶ ପଟେଲ କହିଛନ୍ତି, ଶନିବାର ସୁଦ୍ଧା ୧୧ଟି ଡିଏନଏ ମେଳ ଖାଇଛି। ଗୋଟିଏ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ରାତି ସୁଦ୍ଧା ଆଉ ୨ଟି ମୃତଦେହ ହସ୍ତାନ୍ତର କରାଯିବ। ଏହା ଏକ ଅତି ଧିମା ପ୍ରକ୍ରିୟା। ଏହାକୁ ଅତି ସାବଧାନତାର ସହିତ କରାଯାଉଛି। ଆଜି ଆଉ ଏକ ମୃତଦେହ ଉଦ୍ଧାର ହୋଇଛି। ବିମାନ ପଛଭାଗରେ ମୃତଦେହଟି ଲାଖି ରହିଥିଲା ବୋଲି​‌ ସେ କହିଛନ୍ତି।