ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ, ଗିରଫ କରିବାକୁ ଦାବି କଲେ ଶ୍ରୀଜଗନ୍ନାଥ ସେନା
ପୁରୀ,୮ା୬(ଅଜିତ୍ କୁମାର ମହାନ୍ତି): ଓଡ଼ିଆ ଅସ୍ମିତାକୁ ନଷ୍ଟ କରିଥିବା ଏବଂ ଓଡ଼ିଶାରୁ ୫୦ ହଜାର କୋଟି ଲୁଟି ନେଇଥିବା ଅଭିଯୋଗରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ନିକଟରେ ଅଭିଯୋଗ କରାଯାଇଛି। ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପାଣ୍ଡିଆନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ସେହିପରି […] The post ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ, ଗିରଫ କରିବାକୁ ଦାବି କଲେ ଶ୍ରୀଜଗନ୍ନାଥ ସେନା appeared first on Dharitri Odia News.
ପୁରୀ,୮ା୬(ଅଜିତ୍ କୁମାର ମହାନ୍ତି): ଓଡ଼ିଆ ଅସ୍ମିତାକୁ ନଷ୍ଟ କରିଥିବା ଏବଂ ଓଡ଼ିଶାରୁ ୫୦ ହଜାର କୋଟି ଲୁଟି ନେଇଥିବା ଅଭିଯୋଗରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ନିକଟରେ ଅଭିଯୋଗ କରାଯାଇଛି। ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପାଣ୍ଡିଆନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ସେହିପରି ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ ଆଳରେ ୪ ହଜାର ୨୦୦ କୋଟି ଟଙ୍କାର ହେରଫେର କରିଛନ୍ତି। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦ୍ୱାର ଦ୍ୱାର ବୁଲି ଭିକ ମଗାଇ ୧୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକୁ ନେଇ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଆଘାତ ଲାଗିଛି। ତେଣୁ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ପଟ୍ଟନାୟକ ଦାବି କରିଛନ୍ତି।
The post ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ, ଗିରଫ କରିବାକୁ ଦାବି କଲେ ଶ୍ରୀଜଗନ୍ନାଥ ସେନା appeared first on Dharitri Odia News.