ଆଜିଠାରୁ ମା’ ବିରଜାଙ୍କ ରଥଯାତ୍ରା, ପାଦ ଦର୍ଶନ
ଯାଜପୁର ଟାଉନ,୩ା୧୦(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମା’ବିରଜାଙ୍କ କ୍ଷେତ୍ର ନାଭିଗୟାରେ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ବୁଧବାର ପିତୃପକ୍ଷ ପିଣ୍ଡଦାନ ଶେଷ ହୋଇଛି। ଭାରତର କୋଣ ଅନୁକୋଣରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କଲେ ପିତୃଲୋକର ସବୁ ଅତୃତ୍ୱ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାଆନ୍ତି ବୋଲି ଯେଉଁ ପରମ୍ପରା ଅଛି ସେହି ପରମ୍ପରାକୁ ଆଧାର କରି ଭକ୍ତ ପିଣ୍ଡଦାନ କରିବା ସହିତ ମା’ଙ୍କୁ ଦର୍ଶନକରି ପିତୃପୁରୁଷଙ୍କୁ ମୋକ୍ଷ ପାଇଁ ପ୍ରାର୍ଥନା କରିଛନ୍ତି। ସେହିପରି […] The post ଆଜିଠାରୁ ମା’ ବିରଜାଙ୍କ ରଥଯାତ୍ରା, ପାଦ ଦର୍ଶନ appeared first on Dharitri Odia News.
ଯାଜପୁର ଟାଉନ,୩ା୧୦(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମା’ବିରଜାଙ୍କ କ୍ଷେତ୍ର ନାଭିଗୟାରେ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ବୁଧବାର ପିତୃପକ୍ଷ ପିଣ୍ଡଦାନ ଶେଷ ହୋଇଛି। ଭାରତର କୋଣ ଅନୁକୋଣରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କଲେ ପିତୃଲୋକର ସବୁ ଅତୃତ୍ୱ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାଆନ୍ତି ବୋଲି ଯେଉଁ ପରମ୍ପରା ଅଛି ସେହି ପରମ୍ପରାକୁ ଆଧାର କରି ଭକ୍ତ ପିଣ୍ଡଦାନ କରିବା ସହିତ ମା’ଙ୍କୁ ଦର୍ଶନକରି ପିତୃପୁରୁଷଙ୍କୁ ମୋକ୍ଷ ପାଇଁ ପ୍ରାର୍ଥନା କରିଛନ୍ତି।
ସେହିପରି ମା’ବିରଜାଙ୍କ ରଥ ନିର୍ମାଣ କାର୍ଯ୍ୟ ଇନ୍ଦୁପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବାବେଳେ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ବିରଜା ମନ୍ଦିର ସମ୍ମୁଖରେ ଥିବା ରଥାଧିବାସ ମଣ୍ଡପରେ ରାତ୍ର ୧୦ଟାପରେ ରଥାଧିବାସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ପ୍ରତିପଦା ଦିନ ମା’ଙ୍କ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ରଥଟଣା ହେବ। ୯ଦିନ ବ୍ୟାପୀ ମା’ଙ୍କ ପାଦଦର୍ଶନ ପ୍ରତିପଦା ଗୁରୁବାରଠାରୁ ଆରମ୍ଭ ହେବ। ସେହିପରି ମା’ଙ୍କ ଦୁର୍ଗାତ୍ସୋବ ନିମନ୍ତେ ଦ୍ୱିତୀୟାଷ୍ଟମୀଠାରୁ ଆରମ୍ଭ ହୋଇଥିବା ବିଶେଷ ଷୋଡ଼ଶୋପଚାର ପୂଜା ଅମାବାସ୍ୟା ତିଥିରେ ଅଷ୍ଟମ ଦିନରେ ପହଞ୍ଚତ୍ଛି। ଅମାବାସ୍ୟା ଦିନ ବୈତରଣୀ ଜଳରେ ମା’ଙ୍କୁ ମହାସ୍ନାନ କରାଯିବା ପରେ ବେଶକରାଯାଇ ପହୁଡ଼ କରାଯାଇଥିଲା। ପହୁଡ଼ ଖୋଲିବା ପରେ ମା’ଙ୍କ ଆଳତି କରାଯିବା ସହିତ ରାତ୍ର ୧୦ଟା୫୮ ପରେ ରଥାଧିବାସ କାର୍ଯ୍ୟ ସମ୍ପନ୍ନ ହେବା ପରେ ମା’ଙ୍କ ବିଶେଷ ଷୋଡ଼ଶୋପଚାର ପୂଜା କରାଯାଇ ପହୁଡ଼ କରାଯାଇଥିଲା। ରଥାଧିବାସ କାର୍ଯ୍ୟକ୍ରମ ଓ ବିଶେଷ ଷୋଡ଼ଶୋପଚାର ପୂଜାକୁ ଧର୍ମାଧିକାରୀ ହିମାଂଶୁ ଶେଖର ପତିମିଶ୍ର, ବିରଜା କିଂକର ପତି, ପ୍ରମୋଦ ପତି, ମୋହିନୀ ମୋହନ ପତି, ମନୋରଞ୍ଜନ ପତି, ଡ. ଜ୍ଞାନରଞ୍ଜନ ପତି, ସରୋଜ ପତି, ପ୍ରତାପ କୁମାର ପତି, ପ୍ରଭାତ ରଞ୍ଜନ ପତି, ବିରଜା ଶଙ୍କର ପତି, ଶଶାଙ୍କ ଶେଖର ପତି ଓ ପୂଜକ ନାଗେନ୍ଦ୍ରଭୂଷଣ କର ପ୍ରମୁଖ ସମ୍ପନ୍ନ କରିଥିଲେ। ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଯାଜପୁର ଥାନାଧିକାରୀ ଶରତ ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।
The post ଆଜିଠାରୁ ମା’ ବିରଜାଙ୍କ ରଥଯାତ୍ରା, ପାଦ ଦର୍ଶନ appeared first on Dharitri Odia News.