ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ
ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ ପୁଅ ଜୁରଜ ଦିଗାଲ ନିଶାସକ୍ତ ଅବସ୍ଥାରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ରାତିରେ ବାପା ବାହାରକୁ ପରିଶ୍ରା କରିବାକୁ ଯାଇଥିଲେ। ପୁଅ ସୁରଜ ବାହାରକୁ ଯାଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥଲେ। ବାପା ତାଙ୍କୁ ଗାଳି ମନ୍ଦ କାରିବାରୁ ଉତ୍ୟକ୍ତ ହୋଇ ହାତୁଡିରେ ବାପାଙ୍କ ମୁଣ୍ଡକୁ ପିଟି […] The post ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ appeared first on Dharitri Odia News.
ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ ପୁଅ ଜୁରଜ ଦିଗାଲ ନିଶାସକ୍ତ ଅବସ୍ଥାରେ ନିର୍ମମ ଭାବେ ହତ୍ୟା କରିଛନ୍ତି।
ସୂଚନା ଅନୁସାରେ, ରାତିରେ ବାପା ବାହାରକୁ ପରିଶ୍ରା କରିବାକୁ ଯାଇଥିଲେ। ପୁଅ ସୁରଜ ବାହାରକୁ ଯାଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥଲେ। ବାପା ତାଙ୍କୁ ଗାଳି ମନ୍ଦ କାରିବାରୁ ଉତ୍ୟକ୍ତ ହୋଇ ହାତୁଡିରେ ବାପାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା।
ଡକେଣାଙ୍କ ସ୍ତ୍ରୀ ପାଟି ତୁଣ୍ଡ ଶୁଣି ବାହାରକୁ ଆସି ଦେଖିଥିଲା ବେଳକୁ ସ୍ବାମୀଙ୍କ ମତ୍ୟୁ ହୋଇ ସାରିଥିଲା। ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ସୁରଜକୁ ଗିରଫ କରିଛି। ଏନେଇ ଥାନାରେ ଏକ ହତ୍ୟା(୬୯/୨୫)ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
The post ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ appeared first on Dharitri Odia News.