ସମୁଦ୍ର ମଝିରେ ଫସିଲେ ୧୪ ମତ୍ସ୍ୟଜୀବୀ, ଉଦ୍ଧାର କରିବାକୁ ଯାଇଥିବା ବୋଟ ବି ଫସିଲା

ଭୁବନେଶ୍ୱର,୨୬।୯: ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଗୁରୁବାର ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ମଝି ସମୁଦ୍ରରେ ଫସିରହିଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି। ପ୍ରଥମେ ଏକ ମାଝଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ଉଦ୍ଧାର କରିବାକୁ ଆଉ ଏକ ବୋଟକୁ ସମୁଦ୍ର ମଝିକୁ ପଠାଯାଇଥିଲା। ଅଚଳ ବୋଟକୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ […] The post ସମୁଦ୍ର ମଝିରେ ଫସିଲେ ୧୪ ମତ୍ସ୍ୟଜୀବୀ, ଉଦ୍ଧାର କରିବାକୁ ଯାଇଥିବା ବୋଟ ବି ଫସିଲା appeared first on Dharitri Odia News.

ସମୁଦ୍ର ମଝିରେ ଫସିଲେ ୧୪ ମତ୍ସ୍ୟଜୀବୀ,  ଉଦ୍ଧାର କରିବାକୁ ଯାଇଥିବା ବୋଟ ବି ଫସିଲା

ଭୁବନେଶ୍ୱର,୨୬।୯: ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଗୁରୁବାର ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ମଝି ସମୁଦ୍ରରେ ଫସିରହିଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି।

ପ୍ରଥମେ ଏକ ମାଝଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ଉଦ୍ଧାର କରିବାକୁ ଆଉ ଏକ ବୋଟକୁ ସମୁଦ୍ର ମଝିକୁ ପଠାଯାଇଥିଲା। ଅଚଳ ବୋଟକୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ ମଧ୍ୟ ଫସିଯାଇଛି। ଫଳରେ ବୋଟ ଦୁଇଟି ମଝି ସମୁଦ୍ରରେ ଭାସୁଥିବା ବେଳେ ସେଥିରେ ୧୪ ମତ୍ସ୍ୟଜୀବୀ ଭାସୁଛନ୍ତି।

The post ସମୁଦ୍ର ମଝିରେ ଫସିଲେ ୧୪ ମତ୍ସ୍ୟଜୀବୀ, ଉଦ୍ଧାର କରିବାକୁ ଯାଇଥିବା ବୋଟ ବି ଫସିଲା appeared first on Dharitri Odia News.