ସୁଧୀର ବେହେରା ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବଲାଙ୍ଗୀର,୬ା୩(ସୁନୀଲ କୁମାର ମହାନ୍ତି): ୨୦୨୨ରେ ସଂଘଟିତ ସୁଧୀର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏହି ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତିନି ଅଭିଯୁକ୍ତ ହେଲେ ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା ଓ ଶିବ ନାଗ। ଆଡିଶନାଲ ସେସନ୍ସ ଜଜ ତିନି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଲେଖା ଜରିମାନା ଏବଂ ଅନାଦେୟରେ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ଆଡିଶନାଲ ପବ୍ଲିକ ପ୍ରସିକ୍ୟୁଟର […] The post ସୁଧୀର ବେହେରା ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.

ସୁଧୀର ବେହେରା ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବଲାଙ୍ଗୀର,୬ା୩(ସୁନୀଲ କୁମାର ମହାନ୍ତି): ୨୦୨୨ରେ ସଂଘଟିତ ସୁଧୀର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏହି ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତିନି ଅଭିଯୁକ୍ତ ହେଲେ ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା ଓ ଶିବ ନାଗ। ଆଡିଶନାଲ ସେସନ୍ସ ଜଜ ତିନି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଲେଖା ଜରିମାନା ଏବଂ ଅନାଦେୟରେ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମାମଲାକୁ ଆଡିଶନାଲ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ପାଢ଼ୀ ପରିଚାଳନା କରିଥିଲେ। ବଲାଙ୍ଗୀର ସହର ନିକଟସ୍ଥ ସଦାଇପାଲିଠାରେ ସୁଧୀର ବେହେରାଙ୍କୁ ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

The post ସୁଧୀର ବେହେରା ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.