ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ପରେ ମାଡ଼ିଗଲା ଟ୍ରକ୍: ଜଣେ ମୃତ, ୩ ଗୁରୁତର
ବାଲିଗୁଡା,୧୭।୧୧: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ୫୯ ନମ୍ବର ଜାତୀୟ ରାଜପଥର ପରମପାଙ୍ଗା ନିକଟ ଇର୍ପିଗୁଡାଠାରେ ରବିବାର ରାତିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଇର୍ପିଗୁଡାଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସେତିକିବେଳେ ଉକ୍ତ ରାସ୍ତାରେ ଏକ ମାଲବାହୀ ଟ୍ରକ୍ ଆସୁଥିବା ବେଳେ ବାଇକ୍ ଦ୍ୱୟ ଘୋଷାଡି ହୋଇ ଚକା […] The post ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ପରେ ମାଡ଼ିଗଲା ଟ୍ରକ୍: ଜଣେ ମୃତ, ୩ ଗୁରୁତର appeared first on Dharitri Odia News.
ବାଲିଗୁଡା,୧୭।୧୧: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ୫୯ ନମ୍ବର ଜାତୀୟ ରାଜପଥର ପରମପାଙ୍ଗା ନିକଟ ଇର୍ପିଗୁଡାଠାରେ ରବିବାର ରାତିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଇର୍ପିଗୁଡାଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସେତିକିବେଳେ ଉକ୍ତ ରାସ୍ତାରେ ଏକ ମାଲବାହୀ ଟ୍ରକ୍ ଆସୁଥିବା ବେଳେ ବାଇକ୍ ଦ୍ୱୟ ଘୋଷାଡି ହୋଇ ଚକା ତଳେ ପଡି ଯାଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ଉପରେ ଟ୍ରକ୍ ମାଡି ଯାଇଥିଲା। ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ। ମୃତକ ହେଲେ ବିଷ୍ନୁ ଚରଣ ପ୍ରଧାନ। ତାଙ୍କ ଘର ଦାରିଙ୍ଗବାଡି ଥାନା ଅଧୀନ ସାମନବାଡି ଗ୍ରାମରେ। ତିନି ଗୁରୁତର ହେଲେ ଗୋପାଳ ପ୍ରଧାନ, ଦିସନ ଦିଗାଳ ଓ ରଜନ୍ତ ଦିଗାଳ। ସେମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ ଡ୍ରାଇଭର ବାଲିଗୁଡା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହିଥିଲେ।
The post ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ପରେ ମାଡ଼ିଗଲା ଟ୍ରକ୍: ଜଣେ ମୃତ, ୩ ଗୁରୁତର appeared first on Dharitri Odia News.