ଓଏସ୍ଆର୍ଟିସି ହାଇଟେକ୍ ବସ୍ରେ ଲାଗିଲା ନିଆଁ
ହିଞ୍ଜିଳିକାଟୁ,୧୬।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଲକ୍ଷ୍ମୀ ବଜାର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ନିକଟରେ ଏକ ଓଏସ୍ଆର୍ଟିସି ହାଇଟେକ୍ ଯାତ୍ରୀବାହୀ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ବସ୍ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡ଼ିକୁ ତୁରନ୍ତ ଅଟକାଇ ଦେଇଥିଲେ। ପରେ ବସ୍ରେ ଥିବା ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିଲେ। ଅନ୍ୟପକ୍ଷେ ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାଁନ୍ତି । ଓଏସ୍ଆର୍ଟିସି ବସ୍(ନଂ.ଓଡି୦୭ଡି-୭୭୦୩ ) ଓଡ଼ଗାଁ, ନୟାଗଡ଼ ଖଣ୍ଡପଡ଼ାରୁ ବାହାରି ଆସିକା ହିଞ୍ଜିଳିକାଟୁ ଦେଇ ବ୍ରହ୍ମପୁର ଯାଉଥିଲା। ହେଲେ ଚଳନ୍ତା ଅବସ୍ଥାରେ […] The post ଓଏସ୍ଆର୍ଟିସି ହାଇଟେକ୍ ବସ୍ରେ ଲାଗିଲା ନିଆଁ appeared first on Dharitri Odia News.
ହିଞ୍ଜିଳିକାଟୁ,୧୬।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଲକ୍ଷ୍ମୀ ବଜାର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ନିକଟରେ ଏକ ଓଏସ୍ଆର୍ଟିସି ହାଇଟେକ୍ ଯାତ୍ରୀବାହୀ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ବସ୍ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡ଼ିକୁ ତୁରନ୍ତ ଅଟକାଇ ଦେଇଥିଲେ। ପରେ ବସ୍ରେ ଥିବା ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିଲେ। ଅନ୍ୟପକ୍ଷେ ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାଁନ୍ତି ।
ଓଏସ୍ଆର୍ଟିସି ବସ୍(ନଂ.ଓଡି୦୭ଡି-୭୭୦୩ ) ଓଡ଼ଗାଁ, ନୟାଗଡ଼ ଖଣ୍ଡପଡ଼ାରୁ ବାହାରି ଆସିକା ହିଞ୍ଜିଳିକାଟୁ ଦେଇ ବ୍ରହ୍ମପୁର ଯାଉଥିଲା। ହେଲେ ଚଳନ୍ତା ଅବସ୍ଥାରେ ବସ୍ରେ ନିଆଁ ଲାଗି ଯିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଦମକଳବାହିନୀ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ହିଞ୍ଜିଳି ପୋଲିସ ପହଞ୍ଚି ଟ୍ରାଫିକ ସୁଧାରିବା ସହ ବସ୍କୁ ହେପାଜତରେ ରଖିଛି। ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
The post ଓଏସ୍ଆର୍ଟିସି ହାଇଟେକ୍ ବସ୍ରେ ଲାଗିଲା ନିଆଁ appeared first on Dharitri Odia News.