କମ୍ପାନୀକୁ କାମ କରିବାକୁ ଆସି ପୁଅ ନିଖୋଜ: ବଢୁଛି ସନ୍ଦେହ…
କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଭେଣ୍ଡର ପାର୍ଟନର ସତ୍ୟମ୍ ଏଣ୍ଟରପ୍ରାଇଜେସ ଅଧୀନରେ ହେଲପର ଭାବେ କାର୍ଯ୍ୟ କରୁଥିବା ସିଲୁ ପ୍ରଧାନ ଗତ ୩୦ ତାରିଖରୁ ନିଖୋଜ ଥିବା ନେଇ ନେଇ ଶୁକ୍ରବାର ପରିବାର ଲେକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ, ପୁଅ ସିଲୁ ଗତ ୩୦ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ୩ ମିନିଟରେ କାରଖାନା ଭିତରକୁ ପ୍ରବେଶ କରିଥିଲା। ଯାହାକି ମୁଖ୍ୟ ଫାଟକରେ ଥିବା ସୁରକ୍ଷାକର୍ମୀଙ୍କ ପ୍ରବେଶ […] The post କମ୍ପାନୀକୁ କାମ କରିବାକୁ ଆସି ପୁଅ ନିଖୋଜ: ବଢୁଛି ସନ୍ଦେହ… appeared first on Dharitri Odia News.
କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଭେଣ୍ଡର ପାର୍ଟନର ସତ୍ୟମ୍ ଏଣ୍ଟରପ୍ରାଇଜେସ ଅଧୀନରେ ହେଲପର ଭାବେ କାର୍ଯ୍ୟ କରୁଥିବା ସିଲୁ ପ୍ରଧାନ ଗତ ୩୦ ତାରିଖରୁ ନିଖୋଜ ଥିବା ନେଇ ନେଇ ଶୁକ୍ରବାର ପରିବାର ଲେକେ ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ କହିବା ମୁତାବକ, ପୁଅ ସିଲୁ ଗତ ୩୦ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ୩ ମିନିଟରେ କାରଖାନା ଭିତରକୁ ପ୍ରବେଶ କରିଥିଲା। ଯାହାକି ମୁଖ୍ୟ ଫାଟକରେ ଥିବା ସୁରକ୍ଷାକର୍ମୀଙ୍କ ପ୍ରବେଶ ଉପସ୍ଥାପନ ରେକର୍ଡରେ ଉପଲବ୍ଧ ରହିଛି। ହେଲେ ସିଲୁ କମ୍ପାନୀ ଭିତରକୁ ଯାଇ ଫେରି ନ ଥିବା ବେଳେ କୌଣସି ଖୋଜଖବର ମିଳୁ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସିଲୁ ଢେଙ୍କାନାଳ ଜିଲା କାଳୁଣିଗୋଡ଼ା ଗ୍ରାମର ବାସିନ୍ଦା।
ଅନ୍ୟପକ୍ଷେ ପରିବାର ଲୋକଙ୍କ ସହ ଗ୍ରାମବାସୀ ଶୁକ୍ରବାର କମ୍ପାନୀ ଗେଟ୍ ସମ୍ମୁଖରେ ପହଞ୍ଚି ସିଲୁଙ୍କୁ ଫେରାଇ ଦେବାକୁ ଦାବି କରିଛନ୍ତି। ଏପରିକି ଗ୍ରାମବାସୀ କମ୍ପାନୀ ଗେଟ୍କୁ ବନ୍ଦ କରିଦେଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଲୋକଙ୍କୁ ବୁଝାଶୁଝା କୁରୁଥିବା ବେଳେ ଗ୍ରାମବାସୀ ସିଲୁଙ୍କୁ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏପରିକି ସିଲୁ କେଉଠି ଓ କିପରି ଅଛି ସେନେଇ କମ୍ପାନୀ ପକ୍ଷରୁ ଜଣାଇବାକୁ ଦାବି କରିଛନ୍ତି।
The post କମ୍ପାନୀକୁ କାମ କରିବାକୁ ଆସି ପୁଅ ନିଖୋଜ: ବଢୁଛି ସନ୍ଦେହ… appeared first on Dharitri Odia News.