ମହାକୁମ୍ଭରେ ବୁଡ଼ ପକାଇଲେ ଶାହା, ଯୋଗୀ: କଲେ ଆଳତି

ପ୍ରୟାଗରାଜ,୨୭।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ସୋମବାର ପବିତ୍ର ତ୍ରୟୋଦଶୀ ତିଥିରେ ସାଧୁସନ୍ଥଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ସହ ଯୋଗଗୁରୁ ବାବା ରାମଦେବ ଉପସ୍ଥିତ ରହି ବୁଡ଼ ପକାଇଛନ୍ତି। ସଙ୍ଗମ ସ୍ନାନ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଘାଟରେ ଆଳତି କରିଥିଲେ। #WATCH | #MahaKumbh2025 | Union Home Minister Amit Shah takes […] The post ମହାକୁମ୍ଭରେ ବୁଡ଼ ପକାଇଲେ ଶାହା, ଯୋଗୀ: କଲେ ଆଳତି appeared first on Dharitri Odia News.

ମହାକୁମ୍ଭରେ ବୁଡ଼ ପକାଇଲେ ଶାହା, ଯୋଗୀ: କଲେ ଆଳତି

ପ୍ରୟାଗରାଜ,୨୭।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ସୋମବାର ପବିତ୍ର ତ୍ରୟୋଦଶୀ ତିଥିରେ ସାଧୁସନ୍ଥଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ସହ ଯୋଗଗୁରୁ ବାବା ରାମଦେବ ଉପସ୍ଥିତ ରହି ବୁଡ଼ ପକାଇଛନ୍ତି। ସଙ୍ଗମ ସ୍ନାନ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଘାଟରେ ଆଳତି କରିଥିଲେ।

ସ୍ନାନ ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ମହାକୁମ୍ଭ ଯିବା ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଥିଲେ। ସେ ଲେଖିଥିଲେ, ସମଗ୍ର ବିଶ୍ୱକୁ ସମାନତା ଏବଂ ସମନ୍ବୟର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଏବଂ ଜ୍ଞାନ ପରମ୍ପରାର ଏକ ସଙ୍ଗମସ୍ଥଳ। ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବା, ପୂଜା କରିବା ଏବଂ ପୂଜ୍ୟ ସନ୍ଥଙ୍କୁ ଭେଟିବା ପାଇଁ ଉତ୍ସାହିତ ଥିବା ସେ ଉଲ୍ଲେଖ କରିଥିଲେ। ସୂଚନା ଯୋଗ୍ୟ, ମହାକୁମ୍ଭର ୧୫ ଦିନରେ, ୧୧ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି।

The post ମହାକୁମ୍ଭରେ ବୁଡ଼ ପକାଇଲେ ଶାହା, ଯୋଗୀ: କଲେ ଆଳତି appeared first on Dharitri Odia News.