ଭାରତ ଆସିବେନି ନଦିମ
ନୂଆଦିଲ୍ଲୀ,୨୪ା୪: ଆସନ୍ତା ମେ’ ୨୪ ତାରିଖରୁ ବେଙ୍ଗାଲୁରୁରେ ହେବାକୁ ଥିବା ନୀରଜ ଚୋପ୍ରା କ୍ଲାସିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନର ଅଲିମ୍ପିକ ଚାମ୍ପିୟନ ଅର୍ଶଦ ନଦିମ ଭାରତ ଆସିବେ ନାହିଁ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ତାଙ୍କ ପାକିସ୍ତାନୀ ବନ୍ଧୁ ନଦିମଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଇଭେଣ୍ଟ ବେଳେ କୋରିଆରେ ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ସ ଲାଗି ତାଙ୍କ ଟ୍ରେନିଂ କାର୍ଯ୍ୟସୂଚୀ ଥିବାରୁ ସେ ଆସିପାରିବେ ନାହିଁ ବୋଲି ଜଣାଇବା […] The post ଭାରତ ଆସିବେନି ନଦିମ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୪: ଆସନ୍ତା ମେ’ ୨୪ ତାରିଖରୁ ବେଙ୍ଗାଲୁରୁରେ ହେବାକୁ ଥିବା ନୀରଜ ଚୋପ୍ରା କ୍ଲାସିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନର ଅଲିମ୍ପିକ ଚାମ୍ପିୟନ ଅର୍ଶଦ ନଦିମ ଭାରତ ଆସିବେ ନାହିଁ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ତାଙ୍କ ପାକିସ୍ତାନୀ ବନ୍ଧୁ ନଦିମଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଇଭେଣ୍ଟ ବେଳେ କୋରିଆରେ ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ସ ଲାଗି ତାଙ୍କ ଟ୍ରେନିଂ କାର୍ଯ୍ୟସୂଚୀ ଥିବାରୁ ସେ ଆସିପାରିବେ ନାହିଁ ବୋଲି ଜଣାଇବା ସହ ଆମନ୍ତ୍ରଣ ଲାଗି କୃତଜ୍ଞତା ବ୍ୟକ୍ତ କରିଛନ୍ତି।
କୋରିଆରେ ମେ ୨୭ରୁ ୩୧ ପର୍ଯ୍ୟନ୍ତ ଏସିଆନ ଚାମ୍ପିୟନଶିପ୍ ହେବାକୁ ଥିବାରୁ ନଦିମ ଟ୍ରେନିଂ ଉପରେ ଅଧିକ ଫୋକସ କରୁଛନ୍ତି। ଏନ୍ସି କ୍ଲାସିକ ଇଭେଣ୍ଟ ୨୪ ତାରିଖରୁ ହେବାକୁ ଥିବା ବେଳେ ଏସିଆନ ଚାମ୍ପିୟନଶିପ ଲାଗି ୨୨ ତାରିଖରେ ତାଙ୍କର କୋରିଆ ଯିବାର କାର୍ଯ୍ୟସୂଚୀ ରହିଥିବା କହିଛନ୍ତି।
The post ଭାରତ ଆସିବେନି ନଦିମ appeared first on Dharitri Odia News.