ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର
ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍ବ ଘର ଭାଙ୍ଗି ଘର ଭିତରୁ ଧାନ, ଚାଉଳ, ଡାଲି ଖାଇ ନଷ୍ଟ କରିଦେଇଛି। ହାତୀ ଉପଦ୍ରବ ଓ ଉତ୍ପାତରେ ଲୋକେ ଅତିଷ୍ଟ ହୋଇଗଲେଣି। ସୋମବାର ବିଳମ୍ବିତ ରାତିରେ ଏହି ଦନ୍ତା ପାଟଣା ସେକ୍ସନ ମାଧପୁର୍ ଗ୍ରାମ ଶୁଆଗ ନାଏକ ଓ ଦଇତାରୀ ମହାନ୍ତ, ନୂଆପଡ଼ା, ଗାଁର କନକ ମହାନ୍ତ ଓ ସାହାର ପଡ଼ା […] The post ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର appeared first on Dharitri Odia News.
ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍ବ ଘର ଭାଙ୍ଗି ଘର ଭିତରୁ ଧାନ, ଚାଉଳ, ଡାଲି ଖାଇ ନଷ୍ଟ କରିଦେଇଛି। ହାତୀ ଉପଦ୍ରବ ଓ ଉତ୍ପାତରେ ଲୋକେ ଅତିଷ୍ଟ ହୋଇଗଲେଣି। ସୋମବାର ବିଳମ୍ବିତ ରାତିରେ ଏହି ଦନ୍ତା ପାଟଣା ସେକ୍ସନ ମାଧପୁର୍ ଗ୍ରାମ ଶୁଆଗ ନାଏକ ଓ ଦଇତାରୀ ମହାନ୍ତ, ନୂଆପଡ଼ା, ଗାଁର କନକ ମହାନ୍ତ ଓ ସାହାର ପଡ଼ା ସେକ୍ସନ ସିଲିପଦାର ଆଶୀର୍ବାଦ ମହାନ୍ତ ଏବଂ ଜଗନ୍ନାଥପୁର ଗ୍ରାମର ବୁଦ୍ଧଦେବ ମୁଣ୍ଡାଙ୍କ ଘର ଭାଙ୍ଗି ଚୁରମାର କରିଦେଇଛି। ମାଧପୁର ଗ୍ରାମ ଧଉଳି ସାହିର ଗରିବ ବିଧବା ବୃଦ୍ଧା ସୁଆଗ ନାଏକ ନାମ ଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦନ୍ତା ଆଜବେଷ୍ଟ ଘର କାନ୍ଥ ଓ କବାଟ ଭାଙ୍ଗି ତାଙ୍କ ଝିଅ ବାହାଘର ପାଇଁ ଯୋଗାଡ଼ କରିଥିବା ଦୁଇ କ୍ୱିଣ୍ଟାଲ ଚାଉଳ ସହ ଡାଲି ଖାଇ ନଷ୍ଟ କରିଦେଇଛି ।
ସୂଚନା ଯୋଗ୍ୟ, ସୁଆଗଙ୍କ ଝିଅ ବାହାଘର ଆସନ୍ତା ୧୧ ତାରିଖ ହେବାକୁ ନିଷ୍ପତ୍ତି ହୋଇଛି। ଅଭାବି ସୁଆଗ କଷ୍ଟରେ ବାହାଘର ବରଯାତ୍ରୀଙ୍କ ଭୋଜି ପାଇଁ ସଞ୍ଚିଥିବା ଚାଉଳ ଗଣ୍ଡାକ ଦନ୍ତା ଖାଇ ଦେଇଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି। ସେହିଭଳି ନୂଆପଡ଼ା ପଧାନ ସାହିର ବିଧବା ବୃଦ୍ଧା କନକ ମହାନ୍ତଙ୍କ ମାଟି ଟାଇଲ ରେ ନିର୍ମିିତ ରୋଷେଇ ଘର ଓ ଧାନ ଅମାର ଥିବା ୨ ବଖରା ଘର ଭାଙ୍ଗି ଦେଇ ଏକ ମରେଇ ଧାନ ଖାଇଦେଉଛି ଏହି ଦନ୍ତା। ଜଗନ୍ନାଥ ପୁରବୁଦ୍ଧଦେବ ମୁଣ୍ଡା ମାଟି ଟାଇଲଘର ଓ ଶିଲିପଦା ଆଶୀର୍ବାଦ ମହାନ୍ତ ଙ୍କ କାନ୍ଥ କଣା କରି ଧାନ ଚାଉଳ ଖାଇ ଯାଇଛି। ଏବେ ଏହି ଦନ୍ତା ସାହାର ପଡ଼ା ସେକ୍ସନ ଭର୍ତିଆବସା ଗାଁ ନିକଟରେ ଘୁରି ବୁଲୁଛି। ବନ ବିଭାଗ ହାତୀର ଗତି ବିଧି ଉପରେ ନଜର ରଖିଛି।
The post ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର appeared first on Dharitri Odia News.