ସ୍ବାମୀଙ୍କ ଯୌନ ଅକ୍ଷମତା: ବିବାହକୁ ଅବୈଧ ଘୋଷଣା କଲେ ହାଇକୋର୍ଟ

ମୁମ୍ବାଇ,୨୧ା୪:ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖିବାରେ ସ୍ବାମୀଙ୍କ ଅକ୍ଷମତା ପାଇଁ ଏକ ଯୁବ ଦମ୍ପତିଙ୍କ ବିବାହକୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ ଅବୈଧ ଘୋଷଣା କରିଛନ୍ତି। ସେମାନଙ୍କ ହତାଶାର ପୀଡ଼ାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ବିଭା କଙ୍କନଓ୍ବାଡ଼ି ଏବଂ ଏସ୍‌.ଜି. ଚପାଲଗାଓଙ୍କରଙ୍କ ଖଣ୍ଡପୀଠ କହିଛନ୍ତି। ବୈବାହିକ ଜୀବନରେ ଉଭୟଙ୍କ ମଧ୍ୟରେ ମାନସିକ, ଆବେଗିକ କିମ୍ବା ଶାରୀରିକ ସମ୍ପର୍କ ରଖିପାରୁ ନ ଥିବା ଯୁବ ଦମ୍ପତିଙ୍କୁ ସହାୟତା କରିବା ଲାଗି ଏହା ଉପଯୁକ୍ତ ମାମଲା ବୋଲି […] The post ସ୍ବାମୀଙ୍କ ଯୌନ ଅକ୍ଷମତା: ବିବାହକୁ ଅବୈଧ ଘୋଷଣା କଲେ ହାଇକୋର୍ଟ appeared first on Dharitri Odia News.

ସ୍ବାମୀଙ୍କ ଯୌନ ଅକ୍ଷମତା: ବିବାହକୁ ଅବୈଧ ଘୋଷଣା କଲେ ହାଇକୋର୍ଟ

ମୁମ୍ବାଇ,୨୧ା୪:ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖିବାରେ ସ୍ବାମୀଙ୍କ ଅକ୍ଷମତା ପାଇଁ ଏକ ଯୁବ ଦମ୍ପତିଙ୍କ ବିବାହକୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ ଅବୈଧ ଘୋଷଣା କରିଛନ୍ତି। ସେମାନଙ୍କ ହତାଶାର ପୀଡ଼ାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ବିଭା କଙ୍କନଓ୍ବାଡ଼ି ଏବଂ ଏସ୍‌.ଜି. ଚପାଲଗାଓଙ୍କରଙ୍କ ଖଣ୍ଡପୀଠ କହିଛନ୍ତି। ବୈବାହିକ ଜୀବନରେ ଉଭୟଙ୍କ ମଧ୍ୟରେ ମାନସିକ, ଆବେଗିକ କିମ୍ବା ଶାରୀରିକ ସମ୍ପର୍କ ରଖିପାରୁ ନ ଥିବା ଯୁବ ଦମ୍ପତିଙ୍କୁ ସହାୟତା କରିବା ଲାଗି ଏହା ଉପଯୁକ୍ତ ମାମଲା ବୋଲି ଅଦାଲତ କହିଛନ୍ତି। ୨୬ ବର୍ଷୀୟା ସ୍ତ୍ରୀ ଜଣକ ବିବାହ ବିଚ୍ଛେଦ ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଗତ ଫେବୃଆରୀରେ ଖାରଜ କରିଦେଇଥିଲେ। ପରେ ୨୭ ବର୍ଷୀୟ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରିଲେଟିଭ୍‌ ଇମ୍ପୋଟେନ୍ସି ହେଉଛି, ଏକ ସ୍ଥିତି ଯେଉଁଥିରେ ବ୍ୟକ୍ତି ଜଣକ ସହବାସ ପାଇଁ ସକ୍ଷମ ହୋଇଥିବାବେଳେ ଜୀବନସାଥୀଙ୍କ ସହ ଏହି କାର୍ଯ୍ୟ ପାଇଁ ଅସମର୍ଥ ହୋଇଥାନ୍ତି। ଏହାର ବିଭିନ୍ନ ଶାରୀରିକ ଓ ମାନସିକ କାରଣ ରହିଥାଇପାରେ ବୋଲି ଅଦାଲତ କହିଛନ୍ତି।

The post ସ୍ବାମୀଙ୍କ ଯୌନ ଅକ୍ଷମତା: ବିବାହକୁ ଅବୈଧ ଘୋଷଣା କଲେ ହାଇକୋର୍ଟ appeared first on Dharitri Odia News.