ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଏହି ବ୍ୟାଟର୍, ଚମକାଇଲା ନିଷ୍ପତ୍ତି
ହୋବାର୍ଟ, ୧୫ା୩: ଆଗାମୀ ଶିଫିଲ୍ଡ ଶିଲ୍ଡ ଫାଇନାଲ ପରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଉଇକେଟକିପର-ବ୍ୟାଟର ମାଥ୍ୟୁ ଓ୍ବେଡ୍। କିନ୍ତୁ ହ୍ବାଇଟ-ବଲ୍ ଫର୍ମାଟରେ ସିଲେକ୍ସନ ପାଇଁ ସେ ଉପଲବ୍ଧ ରହିବେ ବୋଲି ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୧ରୁ ଟାସମାନିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଶିଫିଲ୍ଡ ଫାଇନାଲ ଆରମ୍ଭ ହେବ। ଏହା ଓ୍ବେଡ୍ଙ୍କର ଏହା ଫାଇନାଲ ରେଡ୍-ବଲ୍ ମ୍ୟାଚ ହେବ। ଏହି ମ୍ୟାଚ ପରେ ବାମହାତୀ ବ୍ୟାଟର ଆଇପିଏଲ୍ ୨୦୨୪ ପାଇଁ ଗୁଜରାଟ ଟାଇଟନ୍ସ […] The post ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଏହି ବ୍ୟାଟର୍, ଚମକାଇଲା ନିଷ୍ପତ୍ତି appeared first on Dharitri Odia News.
ହୋବାର୍ଟ, ୧୫ା୩: ଆଗାମୀ ଶିଫିଲ୍ଡ ଶିଲ୍ଡ ଫାଇନାଲ ପରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଉଇକେଟକିପର-ବ୍ୟାଟର ମାଥ୍ୟୁ ଓ୍ବେଡ୍। କିନ୍ତୁ ହ୍ବାଇଟ-ବଲ୍ ଫର୍ମାଟରେ ସିଲେକ୍ସନ ପାଇଁ ସେ ଉପଲବ୍ଧ ରହିବେ ବୋଲି ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୧ରୁ ଟାସମାନିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଶିଫିଲ୍ଡ ଫାଇନାଲ ଆରମ୍ଭ ହେବ। ଏହା ଓ୍ବେଡ୍ଙ୍କର ଏହା ଫାଇନାଲ ରେଡ୍-ବଲ୍ ମ୍ୟାଚ ହେବ। ଏହି ମ୍ୟାଚ ପରେ ବାମହାତୀ ବ୍ୟାଟର ଆଇପିଏଲ୍ ୨୦୨୪ ପାଇଁ ଗୁଜରାଟ ଟାଇଟନ୍ସ ଦଳରେ ଯୋଗ ଦେବେ।
ପ୍ରକାଶ ଯେ, ୨୦୧୨ରୁ କ୍ୟାରିୟର ଆରମ୍ଭ କରିଥିଲେ ଓ୍ବେଡ୍। ଏଯାବତ ଅଷ୍ଟ୍ରେଲିଆ ତରଫରୁ ସେ ୩୬ ଟେଷ୍ଟ ଖେଳିଛନ୍ତି। ୨୯.୮୭ ହାରରେ ୪ ଶତକ ସହ ୧୬୧୩ ରନ ସଂଗ୍ରହ କରିଛନ୍ତି। ୨୦୨୧ରେ ସେ ତାଙ୍କ ଅନ୍ତିମ ଟେଷ୍ଟ ବ୍ରିସ୍ବେନ୍ରେ ଖେଳିଥିଲେ।
The post ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଏହି ବ୍ୟାଟର୍, ଚମକାଇଲା ନିଷ୍ପତ୍ତି appeared first on Dharitri Odia News.