ଦୀପ ତିଆରିରେ ଲାଗିଛନ୍ତି କାରିଗର
ନନ୍ଦିଘୋଷ ବ୍ୟୁରୋ: ବାଣ ବଦଳରେ ଜଳିବ ଦୀପ। ସାରା ଦେଶ ଦୀପାବଳି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦୀପାବଳି ପାଇଁ... The post ଦୀପ ତିଆରିରେ ଲାଗିଛନ୍ତି କାରିଗର appeared first on .
ନନ୍ଦିଘୋଷ ବ୍ୟୁରୋ: ବାଣ ବଦଳରେ ଜଳିବ ଦୀପ। ସାରା ଦେଶ ଦୀପାବଳି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଛନ୍ତି ନବରଙ୍ଗପୁରର କୁମ୍ଭାର ପରିବାର। ପାପଡାହାଣ୍ଡି ତଣ୍ଡାଗୁଡା ଗାଁର କୁମ୍ଭାର ପରିବାର ବିଭିନ୍ନ ଡିଜାଇନର ଦୀପ ପ୍ରସ୍ତୁତ କରୁଛନ୍ତି। ଓରମାସ ପକ୍ଷରୁ ଦୀପ ବିକ୍ରି ପାଇଁ ବଜାର ପ୍ରସ୍ତୁତ ହୋଇଛି। ମାଟି ଦୀପର ଚାହିଦା ଥିବାରୁ ଚଳିତ ବର୍ଷ ଭଲ ରୋଜଗାରର ମଧ୍ଯ ଆଶା ରଖିଛନ୍ତି କାରିଗର।
ଚଳିତ ବର୍ଷ ଦୀପାବଳି ହେବ ଦୀପମୟ। ପରିବେଶ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ବାଣ ବଦଳରେ ଇକୋ ଫ୍ରେଣ୍ଡଲି ଦୀପାବଳୀ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ବାସିନ୍ଦା । ଏଥିପାଇଁ ମାଟି ଦୀପର ଚାହିଦା ବୃଦ୍ଧି ପାଉଛି। ନବରଙ୍ଗପୁର ପାପଡାହାଣ୍ଡି ତଣ୍ଡାଗୁଡା ଗାଁରେ ଦୀପ ତିଆରି କରିବାରେ ବ୍ଯସ୍ତ କାରିଗର। ପ୍ରାୟ ୧୨୦ଟି ପରିବାର ଦୀପ ପ୍ରସ୍ତୁତ କରୁଛନ୍ତି। ଛୋଟ, ବଡ଼ ଦୀପ ସହିତ ପଞ୍ଚ ମୁଖୀ, ସାତ ମୁଖୀ , ନଅ ମୁଖୀ ଦୀପ ପ୍ରସ୍ତୁତ ହେଉଛି।
ଦୀପ କାରିଗରଙ୍କୁ ପ୍ରୋତ୍ସାହିତ କରିବା ଓ ତାଙ୍କୁ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଗାଁର କୁମ୍ଭାର ପରିବାର ମାନଙ୍କ ମାଟି ଦୀପ ସାମଗ୍ରୀ ବିକ୍ରି ପାଇଁ ଓରମାସ ପକ୍ଷରୁ ବଜାର ସୃଷ୍ଟି କରାଯାଇଛି। ଓରମାସ ତରଫରୁ ନବରଙ୍ଗପୁର ଠାରେ ବିକ୍ରି ପାଇଁ ଷ୍ଟଲ ଖୋଲାଯାଇଛି।
The post ଦୀପ ତିଆରିରେ ଲାଗିଛନ୍ତି କାରିଗର appeared first on .