ଇଦରେ ସତର୍କ ରହିବାକୁ ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା
ନନ୍ଦିଘୋଷ ବ୍ୟୁରୋ: ଇଦ୍ ଅବସରରେ ସତର୍କ ରହିବା ଲାଗି ସିରିଆରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା।... The post ଇଦରେ ସତର୍କ ରହିବାକୁ ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା appeared first on .
ନନ୍ଦିଘୋଷ ବ୍ୟୁରୋ: ଇଦ୍ ଅବସରରେ ସତର୍କ ରହିବା ଲାଗି ସିରିଆରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା। ଦାମାସ୍କସ୍ଥିତ ବିଭିନ୍ନ ଦୂତାବାସ, ଅନ୍ତର୍ଜାତୀୟ ସଂଗଠନ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ହମଲା ହୋଇପାରେ ବୋଲି ସତର୍କବାଣୀ ଶୁଣାଇଛି ଆମେରିକା।
ବ୍ୟକ୍ତିଗତ ଆକ୍ରମଣକାରୀ, ସଶସ୍ତ୍ର ବନ୍ଧୁକଧାରୀ, ବିସ୍ଫୋରକ ଆଦି ଜରିଆରେ ଆକ୍ରମଣ ଆଶଙ୍କା ରହିଛି। ଯଦି ସେପରି କୌଣସି ସ୍ଥିତି ଉପୁଜେ ତେବେ ତୁରନ୍ତ ସିରିଆ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଆମେରିକା ପରାମର୍ଶ ଦେଇଛି। ବିନା କାରଣରେ ବାହାରେ ନବୁଲିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅପହରଣ, ପଣବନ୍ଦୀ ସମସ୍ୟା ପ୍ରତି ସତର୍କ ରହିବା ଲାଗି କୁହାଯାଇଛି। ୨୦୧୨ରୁ ଦାମାସ୍କରେ ଆମେରିକାରୀୟ ଦୂତାବାସ ବନ୍ଦ ରହିଛି। ଆମେରିକା ଲାଗି ସିରିଆରେ ସୁରକ୍ଷା ଯୋଗାଉଛି ଚେକ୍ ପ୍ରଜାତନ୍ତ୍ର। ତେଣୁ ଦାମାସ୍କରେ ଥିବା ଚେକ୍ ଦୂତାବାସ ସହ ଯୋଗାଯୋଗ କରିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।
The post ଇଦରେ ସତର୍କ ରହିବାକୁ ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା appeared first on .