ମନ ମୋହନଙ୍କୁ ଝୁରୁଛି ଓଡ଼ିଶା, ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ

ନନ୍ଦିଘୋଷ ବ୍ୟୁରୋ: ଆଉ ନାହାନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ... The post ମନ ମୋହନଙ୍କୁ ଝୁରୁଛି ଓଡ଼ିଶା, ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ appeared first on .

ମନ ମୋହନଙ୍କୁ ଝୁରୁଛି ଓଡ଼ିଶା, ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ

ନନ୍ଦିଘୋଷ ବ୍ୟୁରୋ: ଆଉ ନାହାନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ। ମନମୋହନଙ୍କ ବିୟୋଗରେ ପୁରା ଦେଶରେ ଶୋକର ଛାୟା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଓଡ଼ିଶା ସହ ଥିଲା ଘନିଷ୍ଠ ସମ୍ପର୍କ। ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ। କଟକର ପୁଅ ଆଇପିଏସ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ ମନମୋହନ ସିଂହଙ୍କ ଦ୍ବିତୀୟ ଝିଅ ଦାମନ ସିଂ। ମନମୋହନ ସିଂ ୨୦୧୨ରେ ଓଡ଼ିଶା ଗସ୍ତ ସମୟରେ ତାଙ୍କ ଧର୍ମପତ୍ନୀ ଗୁଣଶରଣ କୌର ଭୁବନେଶ୍ବର ସ୍ଥିତ ୟୁନିଟ-୩ ଖାରବେଳନଗରେ ଥିବା ସମୁଦୁଣୀଙ୍କ ଘରକୁ ଆସିଥିଲେ। ସେତେବେଳେ ମନମୋହନଙ୍କ ଓଡ଼ିଶାର ବନ୍ଧୁଘର କଥା ସାମ୍ନାକୁ ଆସିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ତାଙ୍କ ସମୁଦୁଣୀଙ୍କ ଘର ଖାଁ ଖାଁ। ଓଡ଼ିଶା ସହ ମନମୋହନଙ୍କ ସମ୍ପର୍କକୁ ମନେ ପକାଇଛନ୍ତି ତାଙ୍କ ପ୍ରଧାନମନ୍ତ୍ରୀ ସମୟରେ ସମ୍ବଲପୁର ସାଂସଦ ଥିବା ଅମର ପ୍ରଧାନ। ମନମୋହନଙ୍କ ପରି ସରଳ ନେତା ଭାରତ ବର୍ଷରେ ଆଉ କେବେ ଜନ୍ମ ନେବେ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ନେତାମାନେ ମଧ୍ୟ ମନମୋହନଙ୍କ ଓଡ଼ିଶା ସ୍କୃତିକୁ ମନେପକାଇଛନ୍ତି।

ସେପଟେ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତାମାନେ ଏକାଠି ହୋଇ ମନମୋହନ ସିଂହଙ୍କ ବିୟୋଗରେ ଶୋକ ସଭା କରିଛନ୍ତି। ଦୁଇ ଦୁଇ ଥରର ପ୍ରଧାନମନ୍ତ୍ରୀ କେତେ ସରଳ ଓ ସାଧାସିଧା, ଶୋକସଭାରେ ତାଙ୍କ ସହ କାମ କରିଥିବା ନେତା ମନମୋହନଙ୍କୁ ମନେପକାଇଛନ୍ତି ।

The post ମନ ମୋହନଙ୍କୁ ଝୁରୁଛି ଓଡ଼ିଶା, ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ appeared first on .