ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ । ୩୪ ବର୍ଷୀୟ ଗାବ୍ରିଏଲ୍ ଅଟ୍ଟାଲଙ୍କୁ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ... The post ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ appeared first on .

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ । ୩୪ ବର୍ଷୀୟ ଗାବ୍ରିଏଲ୍ ଅଟ୍ଟାଲଙ୍କୁ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ନିଯୁକ୍ତ କରିଛନ୍ତି । ଗାବ୍ରିଏଲ ଏବେ ଫ୍ରାନ୍ସର ଯୁବ ଓ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ସେ ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ ଥିଲେ । ୬୨ ବର୍ଷୀୟ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣଙ୍କ ଇସ୍ତଫା ପରେ ଏହି ଯୁବ ମନ୍ତ୍ରୀ ଜଣକ ପ୍ରଧାନମନ୍ତ୍ରୀ ରେସରେ ଆଗରେ ଥିଲେ । ଏଥିସହ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପ୍ରଥମ ପସନ୍ଦ ମଧ୍ୟ ଥିଲେ । ସୋମବାର ରାଷ୍ଟ୍ରପତି ଇମାନୁଏଲ୍ ପ୍ରଧାନମନ୍ତ୍ରୀ ବୋର୍ଣ୍ଣଙ୍କ ଇସ୍ତଫା ସ୍ୱୀକାର କରିଥିଲେ । ସେ ଏହି ପ୍ରଧାନମନ୍ତ୍ରୀ ପଦରେ ଦୁଇ ବର୍ଷରୁ ମଧ୍ୟ କମ ସମୟ ପାଇଁ ରହିଥିଲେ । ଏଲିଜାବେଥ ବୋର୍ଣ୍ଣ ଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ରାଷ୍ଟ୍ରପତି ମାକ୍ରୋନ ତାଙ୍କ ଦଳରେ ବଡ଼ ଧରଣର ଅଦଳବଦଳ କରିବା ନେଇ ଅନୁମାନ କରାଯାଉଥିଲା । ଏହି ଆକଳନ ଚାଲିଥିବା ସମୟରେ ଏଲିଜାବେଥ ନିଜ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଆହୁରି ତିନି ବର୍ଷ ବାକିଥିଲା। କିନ୍ତୁ ଅନେକ ବିବାଦୀୟ ନୀତି ଏବଂ ବିରୋଧ ଯୋଗୁଁ ମାକ୍ରୋନ୍ ତାଙ୍କ ସରକାରଙ୍କ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଥିଲେ। ତେଣୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା।

The post ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ appeared first on .