ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନଭେମ୍ବର ୧୫ ପର୍ଯ୍ୟନ୍ତ ବଢିଲା ସିପାହୀ ଓ କନଷ୍ଟେବଳ ଆବେଦନ ତାରିଖ

କଟକ : ରାଜ୍ୟର ବିଭିନ୍ନ ବାଟାଲିୟନରେ ସିପାହୀ ଓ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା କୋହଳ କରାନଯିବା ପ୍ରସଂଗରେ ଦାୟର ମାମଲାର ଆଜି ଶୁଣାଣି କରିଛନ୍ତି । ନିଯୁକ୍ତି ପାଇଁ ଆବେଦନର ସମୟସୀମାକୁ ୨୦୨୪, ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଶ୍ୱର ବିଶ୍ୱାଳ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଏକତ୍ର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ […]

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନଭେମ୍ବର ୧୫ ପର୍ଯ୍ୟନ୍ତ ବଢିଲା ସିପାହୀ ଓ କନଷ୍ଟେବଳ ଆବେଦନ ତାରିଖ
odisha-highcourt

କଟକ : ରାଜ୍ୟର ବିଭିନ୍ନ ବାଟାଲିୟନରେ ସିପାହୀ ଓ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା କୋହଳ କରାନଯିବା ପ୍ରସଂଗରେ ଦାୟର ମାମଲାର ଆଜି ଶୁଣାଣି କରିଛନ୍ତି । ନିଯୁକ୍ତି ପାଇଁ ଆବେଦନର ସମୟସୀମାକୁ ୨୦୨୪, ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଶ୍ୱର ବିଶ୍ୱାଳ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଏକତ୍ର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ୨୦ଟି ଯାକ ମାମଲାର ଏକତ୍ର ଶୁଣାଣି ଆସନ୍ତା ନଭେମ୍ବର ୧୧କୁ ଧାର୍ଯ୍ୟ କରାଯାଇଛି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ଚୟନ ବୋର୍ଡ ପକ୍ଷରୁ ଏହି ପଦବୀ ପାଇଁ ଆବେଦନର ଶେଷ ତାରିଖ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡିଛି ।

ପୂର୍ବରୁ ଆବେଦନର ଶେଷ ତାରିଖ ଅକ୍ଟୋବର ୧୩ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ମାମଲାରୁ ପ୍ରକାଶ ଯେ,୨୦୨୪, ସେପ୍ଟେମ୍ବର ୨୨ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ବିଭିନ୍ନ ବାଟାଲିୟନରେ ସିପାହୀ/କନଷ୍ଟେବଳ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପଦବି ପାଇଁ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମା ୨୩ବର୍ଷ ଧାର୍ଯ୍ୟ କରାଯାଇଥିଲା। ତେବେ ଶେଷ ଥର ୨୦୧୮ରେ କନଷ୍ଟେବଳ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ବେଳେ ୬ ବର୍ଷ ପରେ ପୁଣି ଏହି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣୁ ସର୍ବୋଚ୍ଚ ବୟସ ସୀମା ୨୩ ବର୍ଷ ଧାର୍ଯ୍ୟ କରାଯିବା ଫଳରେ ଆବେଦନକାରୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାରୁ ବଞ୍ଚିିତ ହେବେ । ବିଭିନ୍ନ ସରକାରୀ ପଦ ପାଇଁ ସର୍ବାଧିକ ବୟସସୀମା କୋହଳ ପାଇଁ ଓଡ଼ିଶା ସିଭିଲ ସର୍ଭିସ (ଫିକ୍ସେସନ ଅଫ ଅପର ଏଜ୍‌ ଲିମିଟ) ନିୟମାବଳୀ ୧୯୮୯ରେ ୨୦୨୨ରେ ସଂଶୋଧନ କରାଯାଇଥିଲା। କିନ୍ତୁ କନଷ୍ଟେବଳ ପଦ ପାଇଁ ବୟସସୀମା କୋହଳ କରା ନଯିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନକାରୀଙ୍କ ତରଫରୁ ପ୍ରିୟରଂଜନ ସିଂହ, କୋଦଣ୍ଡ କୁମାର ଭୂୟାଁ ଓ ଅନୁରାଗ ପତି ମାମଲା ପରିଚାଳନା କରୁଛନ୍ତି।