ହଠାତ୍‌ ସ୍କୁଟିକୁ ଧକ୍କା ଦେଲା ପିକ୍‌ଅପ୍‌: ଚୁରମାର ହେଲା…

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ (ନଂ. ଓଡ଼ି ୦୭ ଏଏସ ୨୮୫୭) ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟିରେ ଯାଉଥିବା ୨ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଟିଟି ଚୁରମାର ହୋଇଯାଇଛି। ଆହାତ ଦ୍ବୟ ହେଲେ କୁକୁଡାଖଣ୍ଡି ବ୍ଳକ ରୋହିଗାଁର ରିଙ୍କୁ ଜେନା ଏବଂ ସନ୍ତୋଷ ସେଠୀ। ଯୁବକ ଦ୍ବୟ ସ୍କୁଟି ଯୋଗେ ଦିଗପହଣ୍ଡି […] The post ହଠାତ୍‌ ସ୍କୁଟିକୁ ଧକ୍କା ଦେଲା ପିକ୍‌ଅପ୍‌: ଚୁରମାର ହେଲା… appeared first on Dharitri Odia News.

ହଠାତ୍‌ ସ୍କୁଟିକୁ ଧକ୍କା ଦେଲା ପିକ୍‌ଅପ୍‌: ଚୁରମାର ହେଲା…

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ (ନଂ. ଓଡ଼ି ୦୭ ଏଏସ ୨୮୫୭) ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟିରେ ଯାଉଥିବା ୨ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଟିଟି ଚୁରମାର ହୋଇଯାଇଛି। ଆହାତ ଦ୍ବୟ ହେଲେ କୁକୁଡାଖଣ୍ଡି ବ୍ଳକ ରୋହିଗାଁର ରିଙ୍କୁ ଜେନା ଏବଂ ସନ୍ତୋଷ ସେଠୀ। ଯୁବକ ଦ୍ବୟ ସ୍କୁଟି ଯୋଗେ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ପିକଅପ୍‌ ଭ୍ୟାନଟି ସ୍କୁଟିକୁ ଧକ୍କା ଦେଇଥିଲା। ସ୍କୁଟିରେ ଯାଉଥିବା ରିଙ୍କୁ ଏବଂ ସନ୍ତୋଷ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

The post ହଠାତ୍‌ ସ୍କୁଟିକୁ ଧକ୍କା ଦେଲା ପିକ୍‌ଅପ୍‌: ଚୁରମାର ହେଲା… appeared first on Dharitri Odia News.