IPL 2024 : ସୁପର ସନ୍‌ଣ୍ଡେର ସୁପର ଫାଇଟ୍‌, ଅପରାହ୍ନରେ PBKS-CSK ଫାଇଟ୍‌, ରାତିରେ LSG-KKR ମୁକାବିଲା

ମୁମ୍ବାଇ ୦୫।୦୫ : ଆଇପିଏଲ୍‌ ୨୦୨୪। ସୁପର ସନଣ୍ଡେରେ ସୁପର ଫାଇଟ୍‌ । ରବିବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୫୩ ଏବଂ ୫୪ ତମ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ଅପରାହ୍ନ ୩ ଟା ୩୦ରେ ପଞ୍ଜାବ କିଙ୍ଗସ୍‌ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବାକୁ ଥିବା ବେଳେ ୨ୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ କୋଲକାତା ନାଇଟ୍‌ ମଧ୍ୟରେ ହେବ ଲଢେଇ । ଅପରାହ୍ନରେ ହେବାକୁ ଥିବା ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ । ପ୍ଲେ-ଅପ୍‌ ରେସ୍‌ରୁ ପଞ୍ଜାବ କିଙ୍ଗସ୍‌ ଏକପ୍ରକାର ବିଦା ହୋଇସାରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍‌ ରେସ୍‌ରେ ରହିଛି । ତେଣୁ ପ୍ଲେ-ଅପ୍‌ ରେସ୍‌ରେ ରହିବାକୁ ହେଲେ ଆଜିର ମ୍ୟାଚ୍‌ରେ ଚେନ୍ନାଇ ପାଇଁ ବିଜୟୀ ଜରୁରୀ । ସେହିପରି ପଞ୍ଜାବ କିଙ୍ଗସ୍‌ ବ୍ୟାଟିଂରେ ଜବରଦସ୍ତ ଥିବା ବେଳେ ଦଳ ପାଇଁ ବୋଲିଂ ରହିଛି ଟେନ୍‌ସନ୍‌ । ତେଣୁ ପୂର୍ବ ଭୁଲ୍‌କୁ ସୁଧାରି ଆଜିର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ କଡା ଟକ୍କର ଦେବାକୁ ପ୍ଲାନ୍‌ କରିବ ପଞ୍ଜାବ କିଙ୍ଗସ୍‌ । ଅନ୍ୟପଟେ ରାତି ୭ଟା ୩୦ରେ ହେବାକୁ ଥିବା ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ । ଉଭୟ ଟିମ୍‌ ପ୍ଲେ-ଅପ୍‌ ରେସ୍‌ରେ ରହିଛନ୍ତି । ତେଣୁ ଆଜିର ହେବାକୁ ଥିବା ମ୍ୟାଚ୍‌ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । ଗୋଟିଏ ପଟେ କୋଲକାତାର ବ୍ୟାଟିଂ ଆଉ

IPL 2024 : ସୁପର ସନ୍‌ଣ୍ଡେର ସୁପର ଫାଇଟ୍‌, ଅପରାହ୍ନରେ PBKS-CSK ଫାଇଟ୍‌, ରାତିରେ LSG-KKR ମୁକାବିଲା

ମୁମ୍ବାଇ ୦୫।୦୫ : ଆଇପିଏଲ୍‌ ୨୦୨୪। ସୁପର ସନଣ୍ଡେରେ ସୁପର ଫାଇଟ୍‌ । ରବିବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୫୩ ଏବଂ ୫୪ ତମ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ଅପରାହ୍ନ ୩ ଟା ୩୦ରେ ପଞ୍ଜାବ କିଙ୍ଗସ୍‌ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବାକୁ ଥିବା ବେଳେ ୨ୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ କୋଲକାତା ନାଇଟ୍‌ ମଧ୍ୟରେ ହେବ ଲଢେଇ । 

ଅପରାହ୍ନରେ ହେବାକୁ ଥିବା ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ । ପ୍ଲେ-ଅପ୍‌ ରେସ୍‌ରୁ ପଞ୍ଜାବ କିଙ୍ଗସ୍‌ ଏକପ୍ରକାର ବିଦା ହୋଇସାରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍‌ ରେସ୍‌ରେ ରହିଛି । ତେଣୁ ପ୍ଲେ-ଅପ୍‌ ରେସ୍‌ରେ ରହିବାକୁ ହେଲେ ଆଜିର ମ୍ୟାଚ୍‌ରେ ଚେନ୍ନାଇ ପାଇଁ ବିଜୟୀ ଜରୁରୀ । ସେହିପରି ପଞ୍ଜାବ କିଙ୍ଗସ୍‌ ବ୍ୟାଟିଂରେ ଜବରଦସ୍ତ ଥିବା ବେଳେ ଦଳ ପାଇଁ ବୋଲିଂ ରହିଛି ଟେନ୍‌ସନ୍‌ । ତେଣୁ ପୂର୍ବ ଭୁଲ୍‌କୁ ସୁଧାରି ଆଜିର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ କଡା ଟକ୍କର ଦେବାକୁ ପ୍ଲାନ୍‌ କରିବ ପଞ୍ଜାବ କିଙ୍ଗସ୍‌ । 

ଅନ୍ୟପଟେ ରାତି ୭ଟା ୩୦ରେ ହେବାକୁ ଥିବା ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ । ଉଭୟ ଟିମ୍‌ ପ୍ଲେ-ଅପ୍‌ ରେସ୍‌ରେ ରହିଛନ୍ତି । ତେଣୁ ଆଜିର ହେବାକୁ ଥିବା ମ୍ୟାଚ୍‌ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । ଗୋଟିଏ ପଟେ କୋଲକାତାର ବ୍ୟାଟିଂ ଆଉ ଗୋଟିଏ ପଟେ ଲକ୍ଷ୍ନୌର ବୋଲିଂ । ଦେଖାଯାଉ ଆଜିର ମ୍ୟାଚ୍‌ରେ କିଏ ମାରୁଛି ବାଜି ?

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ମୋଟ ୧୦ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରେ ୮ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ଟପ୍‌ରେ ରହିଛି । ଏହାପଛକୁ ୨ୟ ସ୍ଥାନରେ ରହିଛି କୋଲକାତା ନାଇଟ ରାଇଡର୍ସ । ଦଳ ଏବେ ଯାଏଁ ୧୦ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରେ ୭ଟି ବିଜୟ ପାଇ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଦଳ ଏବେ ଯାଏଁ ୧୦ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଛି । ସେହିପରି ୪ର୍ଥ ସ୍ଥାନରେ ରହିଛି ସନରାଜର୍ସ ହାଇଦ୍ରାବାଦ୍‌ । ଦଳ ବର୍ତ୍ତମାନ ସୁଦ୍ଧା ୧୦ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ଏବଂ ୪ଟିରେ ହୋଇଛି ପରାସ୍ତ । ଯାହାଫଳରେ ଟିମ୍‌ ଏବେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୪ର୍ଥ ସ୍ଥାନରେ ରହିଛି ।