IPL-2024ରେ ଶାର୍ଦ୍ଦୁଳଙ୍କ ଘରବାହୁଡ଼ା: ସହ ସାମିଲ ହେଲେ ବିଶ୍ୱକପର ୨ ସୁପରଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ: ୨ ବର୍ଷ ପର୍ଯ୍ୟନ୍ତ ନିଜ ଦଳରୁ ଦୂରେଇ ରହିବା ପରେ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପୁଣି ଥରେ ନିଜ ଘରକୁ ଫେରିଛନ୍ତି । ୨ ବର୍ଷ ପରେ ଆଉଥରେ ୟେଲୋ ଜର୍ସିରେ ନଜର ଆସିବେ ଶାର୍ଦ୍ଦୁଳ ଠାକୁର । ୨୦୨୨ ମେଗା ଅକ୍ସନରେ ଚେନ୍ନାଇ ଶାର୍ଦ୍ଦୁଳଙ୍କୁ ରିଲିଜ କରିବା ପରେ ପୁଣିଥରେ ୨୦୨୪ ସିଜନ ପାଇଁ ଠାକୁରଙ୍କୁ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳଙ୍କ ସହ ଦିନିକିଆ ବିଶ୍ୱକପର ଦୁଇ ସୁପରଷ୍ଟାର ଡାରିଲ ମିଚେଲ […]

ନୂଆଦିଲ୍ଲୀ: ୨ ବର୍ଷ ପର୍ଯ୍ୟନ୍ତ ନିଜ ଦଳରୁ ଦୂରେଇ ରହିବା ପରେ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପୁଣି ଥରେ ନିଜ ଘରକୁ ଫେରିଛନ୍ତି । ୨ ବର୍ଷ ପରେ ଆଉଥରେ ୟେଲୋ ଜର୍ସିରେ ନଜର ଆସିବେ ଶାର୍ଦ୍ଦୁଳ ଠାକୁର । ୨୦୨୨ ମେଗା ଅକ୍ସନରେ ଚେନ୍ନାଇ ଶାର୍ଦ୍ଦୁଳଙ୍କୁ ରିଲିଜ କରିବା ପରେ ପୁଣିଥରେ ୨୦୨୪ ସିଜନ ପାଇଁ ଠାକୁରଙ୍କୁ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳଙ୍କ ସହ ଦିନିକିଆ ବିଶ୍ୱକପର ଦୁଇ ସୁପରଷ୍ଟାର ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ରଙ୍କୁ ମଧ୍ୟ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।
ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ରଚିନ ରବିନ୍ଦ୍ର ଏବଂ ଡାରିଲ ମିଚେଲ ଆଇପିଏଲର ସବୁଠାରୁ ସଫଳ ଦଳ ସହ ଯୋଡ଼ି ହୋଇଛନ୍ତି । ଗତ ସିଜନର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ସହ ସାମିଲ ହୋଇଛନ୍ତି ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ର । ଏହାବ୍ୟତୀତ ଚେନ୍ନାଇର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପୁଣିଥରେ ଚେନ୍ନାଇକୁ କମବ୍ୟାକ କରିଛନ୍ତି । ୪ କୋଟି ଟଙ୍କା ମୂଲ୍ୟରେ ଚେନ୍ନାଇ ପୁଣିଥରେ ନିଜର ପୁରୁଣା ଷ୍ଟାର ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିଛି ।
The Man with the Golden Arm is back in Yellove!
Read More