IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୧୨: ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ ତାଙ୍କୁ ବିଜୟ ହଜାରେ ଟ୍ରଫିର ନୂତନ ସିଜନ ଲାଗି ଉତ୍ତର ପ୍ରଦେଶ ଟିମ୍‌ର ଅଧିନାୟକ କରାଯାଇଛି। ସେ ଏହି ଭୂମିକାରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ତାନ ନେବେ, ଯିଏ କି ସୈୟଦ ମୁସ୍ତାକ ଅଲ୍ଲୀ […] The post IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ… appeared first on Dharitri Odia News.

IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୧୨: ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ ତାଙ୍କୁ ବିଜୟ ହଜାରେ ଟ୍ରଫିର ନୂତନ ସିଜନ ଲାଗି ଉତ୍ତର ପ୍ରଦେଶ ଟିମ୍‌ର ଅଧିନାୟକ କରାଯାଇଛି। ସେ ଏହି ଭୂମିକାରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ତାନ ନେବେ, ଯିଏ କି ସୈୟଦ ମୁସ୍ତାକ ଅଲ୍ଲୀ ଟୁର୍ନାମେଣ୍ଟରେ ଦଳର ଅଧିନାୟକ ଥିଲେ।

ଶୁକ୍ରବାର ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ ପକ୍ଷରୁ ଡିସେମ୍ବର ୨୦ରେ ଦିନିକିଆ ଲାଗି ଦଳ ଘୋଷଣା କରିଛି। ଏଥିରେ ରିଙ୍କୁ ସିଂଙ୍କୁ ଅଧିନାୟକ କରାଯାଇଛି। ତେବେ ନିଜର କ୍ୟାରିୟରେ ରିଙ୍କୁ ରାଜ୍ୟର ବରିଷ୍ଠ ଟିମ୍‌ର ଅଧୀନାୟକ ଦାୟିତ୍ୱ ତୁଲାଇବେ। ଟୁର୍ନାମେଣ୍ଟ ଶନିବାର ଡିସେମ୍ବର ୨୧ରୁ ଆରମ୍ଭ ହେବ। ଏହି ଦିନ ଜମ୍ମୁ କଶ୍ମୀରକୁ ଉତ୍ତରପ୍ରଦେଶ ଭେଟିବ।

ଅପରପକ୍ଷେ ରିଙ୍କୁଙ୍କୁ ଅଧିନାୟକ କରିବା ନିଷ୍ପତ୍ତି ଆଇପିଏଲ୍‌ରେ ମଧ୍ୟ ଦେଖିବାକୁ ମିଳିପାରେ। କାରଣ ଏବେ କୋଲକାତା ନାଇଟ୍‌ ରାଇଡର୍ସ ଏବେ ଅଧିନାୟକ କାହାକୁ କରିବ ତର୍ଜମା କରାଯାଉଛି। ଅକ୍ସନ ପୂର୍ବରୁ ପୂର୍ବତନ ଅଧିନାୟକ ଶ୍ରେୟାସ ଆୟରଙ୍କୁ ରିଲିଜ କରି ଦିଆଯାଇଥିଲା। ଦଳ ପାଖରେ ଏବେ ଭେଙ୍କଟେଶ ଆୟର ଏବଂ ଅଜିଙ୍କ୍ୟ ରାହାନେଙ୍କ ଭଳି ବିକଳ୍ପ ଅଛି। ହେଲେ ରିଙ୍କୁ ଯଦି ଟୁର୍ନାମେଣ୍ଟ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ମଧ୍ୟ ବଡ଼ ଦାବିଦାର ପାଲଟି ପାରନ୍ତି।

The post IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ… appeared first on Dharitri Odia News.