IPL 2025: ଦ୍ୱିତୀୟ ବିଜୟ ସହ ୨ୟରେ ଦିଲ୍ଲୀ, ଷ୍ଟାର୍କଙ୍କୁ ୫ ଉଇକେଟ
ବିଶାଖାପାଟଣା, ୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଉଇକେଟରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ଅପ୍ ଯୋଗୁ ଚର୍ଚ୍ଚାରେ ରହିଥିବା ସନ୍ରାଇଜର୍ସ କ୍ରମାଗତ ଦ୍ୱିତୀୟ ଥରପାଇଁ ବଡ଼ ସ୍କୋର କରିବାରେ ବିଫଳ ହୋଇ ଏଠାରେ ୧୮.୪ ଓଭରରେ ୧୬୩ ରନରେ ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ଦିଲ୍ଲୀ ଦଳ ୧୬ ଓଭରରେ ୩ ଉଇକେଟ ହରାଇ ୧୬୬ ରନକରି ସହଜ ବିଜୟ ହାସଲ […] The post IPL 2025: ଦ୍ୱିତୀୟ ବିଜୟ ସହ ୨ୟରେ ଦିଲ୍ଲୀ, ଷ୍ଟାର୍କଙ୍କୁ ୫ ଉଇକେଟ appeared first on Dharitri Odia News.
ବିଶାଖାପାଟଣା, ୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଉଇକେଟରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ଅପ୍ ଯୋଗୁ ଚର୍ଚ୍ଚାରେ ରହିଥିବା ସନ୍ରାଇଜର୍ସ କ୍ରମାଗତ ଦ୍ୱିତୀୟ ଥରପାଇଁ ବଡ଼ ସ୍କୋର କରିବାରେ ବିଫଳ ହୋଇ ଏଠାରେ ୧୮.୪ ଓଭରରେ ୧୬୩ ରନରେ ଅଲ୍ଆଉଟ ହୋଇଯାଇଥିଲା।
ଜବାବରେ ଦିଲ୍ଲୀ ଦଳ ୧୬ ଓଭରରେ ୩ ଉଇକେଟ ହରାଇ ୧୬୬ ରନକରି ସହଜ ବିଜୟ ହାସଲ କରିଥିଲା। ୨ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ କ୍ୟାପିଟାଲ୍ସ ୪ ପଏଣ୍ଟରେ ପହଞ୍ଚତ୍ବା ସହ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟ ପକ୍ଷରେ ସନ୍ରାଇଜର୍ସ ୩ ମ୍ୟାଚରୁ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି।
The post IPL 2025: ଦ୍ୱିତୀୟ ବିଜୟ ସହ ୨ୟରେ ଦିଲ୍ଲୀ, ଷ୍ଟାର୍କଙ୍କୁ ୫ ଉଇକେଟ appeared first on Dharitri Odia News.