IPL 2025 ପୂର୍ବରୁ ଗୁଜରାଟ୍ ଟାଇଟନ୍ସର ବଡ଼ ନିଷ୍ପତ୍ତି, ପାର୍ଥିବ ପଟେଲ୍‌ଙ୍କୁ ଦେଲା ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଆଇପିଏଲ୍ ୨୦୨୫ର ମେଗା ନିଲାମର ଠିକ୍ ପୂର୍ବରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ପାର୍ଥିବ ପଟେଲ୍‌ଙ୍କୁ ସହାୟକ କୋଚ୍ ସହ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ଘରୋଇ କ୍ରିକେଟରେ ପାର୍ଥିବ ପଟେଲ୍‌ଙ୍କ କ୍ୟାରିୟର ଦମଦାର ରହିଛି।  ଜଣେ ଅନୁଭବୀ ଖେଳାଳି ହୋଇଥିବା ବେଳେ ଏବେ ସେ କୋଚ୍ ଭୂମିକାରେ ଭାବେ ନଜର ଆସିବେ। ଅନେକ ଟିମ୍ ସହ କାମ କରି ସାରିଥିବା ପାର୍ଥିବଙ୍କ କୋଚିଂରେ ବେଶ ଅଭିଜ୍ଞତା ରହିଛି। ପାର୍ଥିବ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କୋଚିଂ ଷ୍ଟାଫ ସହ କାମ କରି ସାରିଛନ୍ତି। ଗୁଜରାଟ ଟାଇଟନ୍ସ ନିଜର ବିବୃତିରେ କହିଛି ଯେ, ୧୭ ବର୍ଷର ଦମଦାର କ୍ରିକେଟ୍ କ୍ୟାରିୟର ସହିତ ପୂର୍ବତନ ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟର ପାର୍ଥିବ ପଟେଲ୍ ଏବେ ଆମ ଦଳକୁ ନିଜର ଅନୁଭବ ବାଣ୍ଟିବେ। ସେ ଦଳର ସହାୟକ କୋଚ୍ ସହିତ ବ୍ୟାଟିଂ କୋଚ୍ ଦାୟିତ୍ଵ ସମ୍ଭାଳିବେ। ନିକଟରେ ଗୁଜରାଟ୍ ନିଜର ରିଟେନସନ ତାଲିକା ଜାରି କରିଥିଲା। ଏଥିରେ ଶୁଭମନ ଗିଲ୍‌ଙ୍କ ସମେତ ପାଞ୍ଚ ଖେଳାଳିଙ୍କୁ ଦଳ ରିଟେନ୍ କରିଛି। ଏବେ ନିଲାମ ସମୟରେ ଦଳ ପାର୍ଥିବଙ୍କ ଅନୁଭବକୁ ବ୍ୟବହାର କରି ଭଲ ଖେଳାଳି କିଣିବାକୁ ଲକ୍ଷ୍ୟ ରଖିଛି।ପାର୍ଥିବ ମୁମ୍ବାଇ ଇଣ୍ଡିଆନ୍ସ ସହିତ କାମ କରି ସାରିଛନ୍ତି। ସେ ମମ୍ବାଇ ଏମରେଟ୍ସର ବ୍ୟାଟିଂ କୋଚ୍ ମଧ୍ୟ ରହିଥିଲେ। ଏପରିକି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁ

IPL 2025  ପୂର୍ବରୁ ଗୁଜରାଟ୍ ଟାଇଟନ୍ସର ବଡ଼ ନିଷ୍ପତ୍ତି, ପାର୍ଥିବ ପଟେଲ୍‌ଙ୍କୁ ଦେଲା ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଆଇପିଏଲ୍ ୨୦୨୫ର ମେଗା ନିଲାମର ଠିକ୍ ପୂର୍ବରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ପାର୍ଥିବ ପଟେଲ୍‌ଙ୍କୁ ସହାୟକ କୋଚ୍ ସହ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ଘରୋଇ କ୍ରିକେଟରେ ପାର୍ଥିବ ପଟେଲ୍‌ଙ୍କ କ୍ୟାରିୟର ଦମଦାର ରହିଛି।  ଜଣେ ଅନୁଭବୀ ଖେଳାଳି ହୋଇଥିବା ବେଳେ ଏବେ ସେ କୋଚ୍ ଭୂମିକାରେ ଭାବେ ନଜର ଆସିବେ। ଅନେକ ଟିମ୍ ସହ କାମ କରି ସାରିଥିବା ପାର୍ଥିବଙ୍କ କୋଚିଂରେ ବେଶ ଅଭିଜ୍ଞତା ରହିଛି। ପାର୍ଥିବ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କୋଚିଂ ଷ୍ଟାଫ ସହ କାମ କରି ସାରିଛନ୍ତି। 

ଗୁଜରାଟ ଟାଇଟନ୍ସ ନିଜର ବିବୃତିରେ କହିଛି ଯେ, ୧୭ ବର୍ଷର ଦମଦାର କ୍ରିକେଟ୍ କ୍ୟାରିୟର ସହିତ ପୂର୍ବତନ ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟର ପାର୍ଥିବ ପଟେଲ୍ ଏବେ ଆମ ଦଳକୁ ନିଜର ଅନୁଭବ ବାଣ୍ଟିବେ। ସେ ଦଳର ସହାୟକ କୋଚ୍ ସହିତ ବ୍ୟାଟିଂ କୋଚ୍ ଦାୟିତ୍ଵ ସମ୍ଭାଳିବେ। ନିକଟରେ ଗୁଜରାଟ୍ ନିଜର ରିଟେନସନ ତାଲିକା ଜାରି କରିଥିଲା। ଏଥିରେ ଶୁଭମନ ଗିଲ୍‌ଙ୍କ ସମେତ ପାଞ୍ଚ ଖେଳାଳିଙ୍କୁ ଦଳ ରିଟେନ୍ କରିଛି। ଏବେ ନିଲାମ ସମୟରେ ଦଳ ପାର୍ଥିବଙ୍କ ଅନୁଭବକୁ ବ୍ୟବହାର କରି ଭଲ ଖେଳାଳି କିଣିବାକୁ ଲକ୍ଷ୍ୟ ରଖିଛି।

ପାର୍ଥିବ ମୁମ୍ବାଇ ଇଣ୍ଡିଆନ୍ସ ସହିତ କାମ କରି ସାରିଛନ୍ତି। ସେ ମମ୍ବାଇ ଏମରେଟ୍ସର ବ୍ୟାଟିଂ କୋଚ୍ ମଧ୍ୟ ରହିଥିଲେ। ଏପରିକି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କୋଚିଂ ସଦସ୍ୟ ଭାବେ କାମ କରି ସାରିଛନ୍ତି। ସେ ଆଇପିଏଲ୍‌ରେ ୧୩୯ ମ୍ୟାଚ୍ ଖେଳି ୨୮୪୮ ରନ କରିଛନ୍ତି। ଏଥିରେ ୧୩ ଅର୍ଦ୍ଧଶତକ ସାମିଲ। ପାର୍ଥିବଙ୍କ ସର୍ବଶ୍ରେଷ୍ଠ ଆଇପିଏଲ୍ ସ୍କୋର ହେଉଛି ୮୧। 

ସୂଚନାଯୋଗ୍ୟ, ପାର୍ଥିବ ପଟେଲ୍ ଭାରତୀୟ ଦଳ ପକ୍ଷରୁ ୩୮ ଦିନିକିଆ ଖେଳି ୪ ଅର୍ଦ୍ଧଶତକ ସହ ୭୩୬ ରନ  କରିଛନ୍ତି।ସେହିପରି ୨୫ ଟେଷ୍ଟ ମ୍ୟାଚ୍‌ରେ ୬ ଅର୍ଦ୍ଧଶତକ ସହ ୯୩୪ ରନ କରିଛନ୍ତି। ସେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଦେଶ ପକ୍ଷରୁ ଖେଳିଛନ୍ତି।