IPL 2025 ମାର୍ଚ୍ଚ ୨୨ରୁ ଆରମ୍ଭ, କ୍ୟାପଟେନ୍ ନେବେ କେତେ ସାଲାରି ?

ନୂଆଦିଲ୍ଲୀ ୨୦/୦୩ : IPL 2025 ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି । ଚଳିତଥର  ଅନେକ ଦଳର ଅଧିନାୟକ ପରିବର୍ତ୍ତନ ହୋଇଛି । ପରିବର୍ତ୍ତନ ସହ କ୍ୟାପ୍ଟେନଙ୍କ ଦରମାରେ ବି ହୋଇଛି ପରିବର୍ତ୍ତନ । ଆସନ୍ତୁ ଜାଣିବା କେଉଁ ଅଧିନାୟକଙ୍କୁ ଚଳିତ ସିଜିନରେ କେତେ ଫି ମିଳିବ।  ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ନୂଆ କ୍ୟାପ୍ଟେନ୍ ରିଷଭ ପନ୍ତ ପୂରା ସିଜିନ୍ ପାଇଁ ପାଇବେ ୨୭ କୋଟି ଟଙ୍କା । ଗତବର୍ଷ KKR କୁ ଟ୍ରଫି ଜିତାଇଥିବା ଶ୍ରେୟସ ଚଳିତଥର ପଞ୍ଜାବ କିଙ୍ଗ୍ସର ଅଧିନାୟକ କରୁଥିବା ନଜର ଆସିବେ । ଶ୍ରେୟସ ଅୟରଙ୍କୁ ୨୬.୭୫ କୋଟି ଟଙ୍କା ମିଳିବ । ଦ୍ରୁତ ବୋଲିଂ ପାଇଁ ଜଣାଶୁଣା ପାଟ୍ କମିନ୍ସ ହାଇଦ୍ରାବାଦ୍ ଟିମର କ୍ୟାପ୍ଟେନ୍ । ତାଙ୍କୁ ଚଳିତ ସିଜିନରେ ମିଳିବ ୧୮ କୋଟି ଟଙ୍କା । ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପ୍ଟେନ୍ ଋତୁରାଜ୍ ଗାୟକୱାଡ୍‌ଙ୍କୁୁ ମିଳିବ ୧୮ କୋଟି ଟଙ୍କା । ସଞ୍ଜୁ ସାମସନ୍ ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ୍ ।   IPL ୨୦୨୫ରେ ତାଙ୍କୁ ଦିଆଯାଇଛି ୧୮ କୋଟି ଟଙ୍କା । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ୍ ଅକ୍ଷର ପଟେଲଙ୍କୁ IPL ୨୦୨୫ ପାଇଁ ୧୬.୫ କୋଟି ଟଙ୍କା ମିଳିବ ।  ଶୁଭମନ ଗିଲ୍ ଚଳିତ ଥର ପୁଣି କ୍ୟାପ୍ଟେନଶିପ୍ ଭାର ସମ୍ଭାଳିଛନ୍ତି । ଚଳିତବର୍ଷ IPL ପାଇଁ ୧୬.୫ କୋଟି ଟଙ୍କା ପାଇବେ । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୧୬.୩୫  କୋଟି ଟଙ୍କା ନେବେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରୁ

IPL 2025 ମାର୍ଚ୍ଚ ୨୨ରୁ ଆରମ୍ଭ,  କ୍ୟାପଟେନ୍ ନେବେ କେତେ ସାଲାରି ?

ନୂଆଦିଲ୍ଲୀ ୨୦/୦୩ : IPL 2025 ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି । ଚଳିତଥର  ଅନେକ ଦଳର ଅଧିନାୟକ ପରିବର୍ତ୍ତନ ହୋଇଛି । ପରିବର୍ତ୍ତନ ସହ କ୍ୟାପ୍ଟେନଙ୍କ ଦରମାରେ ବି ହୋଇଛି ପରିବର୍ତ୍ତନ । ଆସନ୍ତୁ ଜାଣିବା କେଉଁ ଅଧିନାୟକଙ୍କୁ ଚଳିତ ସିଜିନରେ କେତେ ଫି ମିଳିବ।  

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ନୂଆ କ୍ୟାପ୍ଟେନ୍ ରିଷଭ ପନ୍ତ ପୂରା ସିଜିନ୍ ପାଇଁ ପାଇବେ ୨୭ କୋଟି ଟଙ୍କା । ଗତବର୍ଷ KKR କୁ ଟ୍ରଫି ଜିତାଇଥିବା ଶ୍ରେୟସ ଚଳିତଥର ପଞ୍ଜାବ କିଙ୍ଗ୍ସର ଅଧିନାୟକ କରୁଥିବା ନଜର ଆସିବେ । ଶ୍ରେୟସ ଅୟରଙ୍କୁ ୨୬.୭୫ କୋଟି ଟଙ୍କା ମିଳିବ । ଦ୍ରୁତ ବୋଲିଂ ପାଇଁ ଜଣାଶୁଣା ପାଟ୍ କମିନ୍ସ ହାଇଦ୍ରାବାଦ୍ ଟିମର କ୍ୟାପ୍ଟେନ୍ । ତାଙ୍କୁ ଚଳିତ ସିଜିନରେ ମିଳିବ ୧୮ କୋଟି ଟଙ୍କା । ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପ୍ଟେନ୍ ଋତୁରାଜ୍ ଗାୟକୱାଡ୍‌ଙ୍କୁୁ ମିଳିବ ୧୮ କୋଟି ଟଙ୍କା । ସଞ୍ଜୁ ସାମସନ୍ ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ୍ ।   IPL ୨୦୨୫ରେ ତାଙ୍କୁ ଦିଆଯାଇଛି ୧୮ କୋଟି ଟଙ୍କା । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ୍ ଅକ୍ଷର ପଟେଲଙ୍କୁ IPL ୨୦୨୫ ପାଇଁ ୧୬.୫ କୋଟି ଟଙ୍କା ମିଳିବ ।  ଶୁଭମନ ଗିଲ୍ ଚଳିତ ଥର ପୁଣି କ୍ୟାପ୍ଟେନଶିପ୍ ଭାର ସମ୍ଭାଳିଛନ୍ତି । ଚଳିତବର୍ଷ IPL ପାଇଁ ୧୬.୫ କୋଟି ଟଙ୍କା ପାଇବେ । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୧୬.୩୫  କୋଟି ଟଙ୍କା ନେବେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରୁ ରଜତ ପଟିଦାର ୧୧ କୋଟି ସାଲାରି ନେବେ । କୋଲକତା ନାଇଟ୍ ରାଇଡର୍ସର ଆଜିଙ୍କ୍ୟା ରାହାଣେ ଚଳିତ ସିଜିନ ପାଇଁ ନେବେ ସବୁଠୁ କମ୍  ଆର୍ଥାତ୍ ଦେଢ଼କୋଟି ଟଙ୍କା ।