IPL ଆରମ୍ଭରୁ ବଦଳିଗଲା ଏହି ଟିମ୍, ହଠାତ କରାଗଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସର ଜଣେ ଷ୍ଟାର ଦ୍ରୁତ ବୋଲର ଆଘାତ ଯୋଗୁ ଏହି ସିଜିନରୁ ବାଦ୍ ପଡ଼ିଛନ୍ତି। ନିଲାମ ପୂର୍ବରୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏହି ଖେଳାଳିଙ୍କୁ ରିଟେନ କରିଥିଲା। ଏବେ LSGକୁ ଦଳରେ ଜଣେ ନୂତନ ଖେଳାଳିଙ୍କୁ ସାମିଲ କରିବାକୁ ପଡିଛି। ବିସିସିଆଇ ମଧ୍ୟ ଏହି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି। […] The post IPL ଆରମ୍ଭରୁ ବଦଳିଗଲା ଏହି ଟିମ୍, ହଠାତ କରାଗଲା ବଡ଼ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସର ଜଣେ ଷ୍ଟାର ଦ୍ରୁତ ବୋଲର ଆଘାତ ଯୋଗୁ ଏହି ସିଜିନରୁ ବାଦ୍ ପଡ଼ିଛନ୍ତି। ନିଲାମ ପୂର୍ବରୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏହି ଖେଳାଳିଙ୍କୁ ରିଟେନ କରିଥିଲା। ଏବେ LSGକୁ ଦଳରେ ଜଣେ ନୂତନ ଖେଳାଳିଙ୍କୁ ସାମିଲ କରିବାକୁ ପଡିଛି। ବିସିସିଆଇ ମଧ୍ୟ ଏହି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି।
ଲକ୍ଷ୍ନୌ ସୁପରଜାଏଣ୍ଟସ ଦ୍ରୁତ ବୋଲର ମୋହସିନ ଖାନ ଆଣ୍ଠୁ ଲିଗାମେଣ୍ଟ ଆଘାତରେ ପୀଡିତ। ଏହି ଆଘାତ ଯୋଗୁ ସେ ଗତ ତିନି ମାସ ଧରି କୌଣସି କ୍ରିକେଟ ମ୍ୟାଚ୍ ଖେଳିନାହାନ୍ତି।ସେହି ସମୟରେ, ଲକ୍ଷ୍ନୌ ସୁପରଜାଏଣ୍ଟସର ପ୍ରଶିକ୍ଷଣ ଶିବିରରେ ବୋଲିଂ କରିବା ସମୟରେ ପୁଣିଥରେ ତାଙ୍କୁ ଆଘାତ ଲାଗିଥିଲା। ଏଣୁ ସେ IPL ୨୦୨୫ ସିଜିନରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ନିଲାମରେ ବିକ୍ରି ନ ହୋଇଥିବା ମୁମ୍ବାଇ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ LSG ନିଜ ଦଳରେ ସାମିଲ କରିଛି।
ଆଇପିଏଲ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି, ’ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଟାଟା ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରୁ ଆଘାତ ଯୋଗୁ ବାଦ ପଡ଼ିଥିବା ବାମହାତୀ ଦ୍ରୁତ ବୋଲର ମୋହସିନ ଖାନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିଛି। ଅଭିଜ୍ଞ ଅଲରାଉଣ୍ଡର ଠାକୁରଙ୍କୁ ପଞ୍ଜିକୃତ ଉପଲବ୍ଧ ଖେଳାଳି ମଧ୍ୟରୁ ତାଙ୍କୁ ୨ କୋଟି ଟଙ୍କା ରିଜର୍ଭ ମୂଲ୍ୟରେ ସ୍ବାକ୍ଷର କରାଯାଇଛି। ଭାରତ ପାଇଁ ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିବା ଠାକୁରଙ୍କର ଉଲ୍ଲେଖନୀୟ IPL ଅଭିଜ୍ଞତା ଅଛି, ସେ ପାଞ୍ଚଟି ଫ୍ରାଞ୍ଚାଇଜ ପାଇଁ ୯୫ଟି ମ୍ୟାଚ ଖେଳିଛନ୍ତି।
ଆଇପିଏଲ୍ ୨୦୨୫ ମେଗା ନିଲାମରେ ଶାର୍ଦ୍ଦୁଳ ଠାକୁରଙ୍କୁ କୌଣସି କ୍ରେତା ମିଳି ନଥିଲା। କିନ୍ତୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ତାଙ୍କୁ ଏକ ବଡ଼ ସୁଯୋଗ ଦେଇଛି। ଲକ୍ଷ୍ନୌର ଆହୁରି ଦୁଇଜଣ ବୋଲର ଅଛନ୍ତି ଯେଉଁମାନେ ସିଜିନରୁ ବାଦ ପଡ଼ିବାର ଆଶଙ୍କା ରହିଛି। ମୟଙ୍କ ଯାଦବ ଏବଂ ଆକାଶ ଦୀପ ମଧ୍ୟ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି।
The post IPL ଆରମ୍ଭରୁ ବଦଳିଗଲା ଏହି ଟିମ୍, ହଠାତ କରାଗଲା ବଡ଼ ଘୋଷଣା appeared first on Dharitri Odia News.