ଛାତ୍ରୀଙ୍କୁ ଅସଦାଚରଣ ପଡ଼ିଲା ମହଙ୍ଗା, ରସିକିଆ ଶିକ୍ଷକ ଗିରଫ
ଝାରସୁଗୁଡ଼ା: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଯେଉଁଠି ପୂରା ରାଜ୍ୟ ହୁଲୁସ୍ତୁଲ ସେହି ସମୟରେ ଝାରସୁଗୁଡ଼ା ଜିଲ୍ଲାରୁ ଛାତ୍ରୀଙ୍କ ପ୍ରତି ଆଶାଳୀନ ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଜିଲ୍ଲାର ଲଇକେରାରେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଶିକ୍ଷକ l ଗିରଫ ଶିକ୍ଷକ ଜଣକ ତ୍ରୈଲୋକ୍ୟନାଥ ମହାପାତ୍ର ବୋଲି ଜଣାପଡିଛି l ଅଭିଯୋଗ ମୁତାବକ ଅଭିଯୁକ୍ତ ଶିକ୍ଷକ ଜଣକ ଛାତ୍ରୀମାନଙ୍କୁ ପାଖକୁ ଡାକି ଆପତ୍ତିଜନକ ଆଚରଣ କରି ଆସୁଥିଲେ l ପୂର୍ବରୁ ଏନେଇ ଦୁଇ ଜଣ ଛାତ୍ରୀ ଏଭଳି ବ୍ୟବହାର ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ଅଭିଭାବକମାନେ ଏସଂପର୍କରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ l ବ୍ଳକ ଶିକ୍ଷା ଅଧିକାରୀ ଡେପୁଟେସନରେ ଶିକ୍ଷକଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ l ତେବେ ଆଜି ଦୁଇ ଛାତ୍ରୀଙ୍କ ପରିବାର ଝାରସୁଗୁଡ଼ା ଲଇକେରା ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ଗିରଫ କରିଛି lAlso read: ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫବାଲେଶ୍ଵର ଫକିର ମୋହନ କଲେଜର ଛାତ୍ରୀଙ୍କ ଆତ୍ମଦାହ ଉଦ୍ୟମ ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଘଟଣାକୁ ନେଇ ରାଜନୀତି ଚରମରେ ପହଞ୍ଚିଛି। ବାଲେଶ୍ବରରୁ ଭୁବନେଶ୍ବର ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପ
ଝାରସୁଗୁଡ଼ା: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଯେଉଁଠି ପୂରା ରାଜ୍ୟ ହୁଲୁସ୍ତୁଲ ସେହି ସମୟରେ ଝାରସୁଗୁଡ଼ା ଜିଲ୍ଲାରୁ ଛାତ୍ରୀଙ୍କ ପ୍ରତି ଆଶାଳୀନ ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଜିଲ୍ଲାର ଲଇକେରାରେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଶିକ୍ଷକ l ଗିରଫ ଶିକ୍ଷକ ଜଣକ ତ୍ରୈଲୋକ୍ୟନାଥ ମହାପାତ୍ର ବୋଲି ଜଣାପଡିଛି l
ଅଭିଯୋଗ ମୁତାବକ ଅଭିଯୁକ୍ତ ଶିକ୍ଷକ ଜଣକ ଛାତ୍ରୀମାନଙ୍କୁ ପାଖକୁ ଡାକି ଆପତ୍ତିଜନକ ଆଚରଣ କରି ଆସୁଥିଲେ l ପୂର୍ବରୁ ଏନେଇ ଦୁଇ ଜଣ ଛାତ୍ରୀ ଏଭଳି ବ୍ୟବହାର ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ଅଭିଭାବକମାନେ ଏସଂପର୍କରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ l ବ୍ଳକ ଶିକ୍ଷା ଅଧିକାରୀ ଡେପୁଟେସନରେ ଶିକ୍ଷକଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ l ତେବେ ଆଜି ଦୁଇ ଛାତ୍ରୀଙ୍କ ପରିବାର ଝାରସୁଗୁଡ଼ା ଲଇକେରା ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ଗିରଫ କରିଛି l
Also read: ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫ
ବାଲେଶ୍ଵର ଫକିର ମୋହନ କଲେଜର ଛାତ୍ରୀଙ୍କ ଆତ୍ମଦାହ ଉଦ୍ୟମ ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଘଟଣାକୁ ନେଇ ରାଜନୀତି ଚରମରେ ପହଞ୍ଚିଛି। ବାଲେଶ୍ବରରୁ ଭୁବନେଶ୍ବର ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି ପ୍ରସଙ୍ଗ । ବାଲେଶ୍ବରରେ ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ଏଫଏମ କଲେଜ ସାମ୍ନାରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଧାରଣା, ନାରାବାଜି ଓ ଘେରାଉ କରାଯିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।