ବ୍ଲକିଂ ଚେକିଂ ବେଳେ ପୋଲିସକୁ ଆକ୍ରମଣ, ୪ ଜଣଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର ୧।୬: ବ୍ଲକିଂ ଚେକିଂ ବେଳେ ଅଭାବନୀୟ ଘଟଣା । ମଦ୍ୟପ ଚାଳକଙ୍କୁ ଅଟକାଇବାରୁ ଘଟିଲା ତୁମୂଳକାଣ୍ଡ । ପୋଲିସ କଲର୍ ଏବଂ ବେଲ୍ଟ ଧରି ଠେଲାପେଲା କରିବା ସହ କଲେ ଆକ୍ରମଣ । ଥାନା ଓ ପିସିଆର୍ କର୍ମୀ କଲେ କାବୁ । ଘଟଣାରେ ୪ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ନିକଟରେ ବ୍ଲକିଂ ଚେକିଂ ଚାଲିଥିବା ବେଳେ ଡ଼ମଣା ପଟୁ ଏକ କାରରେ କିଛି ଯୁବକ ପଟିଆ ପଟକୁ ଯାଇଥିଲେ । ଚେକ୍ ପୋଷ୍ଟରେ ବ୍ରିଦ୍ ଆନାଲାଇଜର ଚେକିଂ ବେଳେ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରିବା ଜଣାପଡ଼ିଥିଲା । ସେଠାରେ ଥିବା ସବ୍ ଇନ୍ସପେକ୍ଟର ସଞ୍ଜୟ କୁମାର ଷଣ୍ଢ ସେମାନଙ୍କୁ ଗାଡ଼ିରୁ ବାହାରିବାକୁ କହିଥିଲେ । କିନ୍ତୁ ଗାଡ଼ିରେ ଥିବା ଯୁବକ ମାନେ ସିରିୟସ୍ ପେସେଣ୍ଟ ମେଡିକାଲ ନେଉଛୁ ଆମକୁ ଛାଡ଼ି ଦିଅନ୍ତୁ ବୋଲି କହିଥିଲେ । ମେଡିକାଲରେ ଛାଡ଼ି ଦେବା ପରେ ଗାଡ଼ି ନେଇଯିବାକୁ କହିଥିଲେ । କିନ୍ତୁ ମେଡିକାଲରେ ପହଞ୍ଚିବା ପରେ ଡ୍ରାଇଭର ଜଣକ ଗାଡ଼ି ଦେବା ପରିବର୍ତ୍ତେ ପୋଲିସ କର୍ମୀଙ୍କୁ ଅସ୍ରାବ୍ୟ ଭାଷାରେ ଗାଳି ଦେଇଥିଲେ । ଏମର୍ଜେନ୍ସି ଗେଟ୍ ପାଖରେ ଥିବା ସବୁ ଲୋକଙ୍କ ସମ୍ମୁଖରେ ତାଙ୍କ କଲର୍ ଧରି ଟଣାଟଣି କରିଥିବା ସହ ତାଙ୍କ ବେଲ୍ଟକୁ ଭିଡି ଘୋଷାଡି ଦେଇଥିଲେ । ପରେ ମଦ୍ୟପ ଚାଳକ ନିଜର ଆଉ କିଛି ସହଯୋଗୀଙ୍କୁ ଡାକିଥିଲେ । ସହଯୋଗୀ ମାନେ ଆସିବା ପରେ ପୁଣି ଥରେ ପୋଲିସ କର୍ମୀଙ୍କୁ ମାଡ଼ ମାରିଥିଲେ । ପୋ
ଭୁବନେଶ୍ବର ୧।୬: ବ୍ଲକିଂ ଚେକିଂ ବେଳେ ଅଭାବନୀୟ ଘଟଣା । ମଦ୍ୟପ ଚାଳକଙ୍କୁ ଅଟକାଇବାରୁ ଘଟିଲା ତୁମୂଳକାଣ୍ଡ । ପୋଲିସ କଲର୍ ଏବଂ ବେଲ୍ଟ ଧରି ଠେଲାପେଲା କରିବା ସହ କଲେ ଆକ୍ରମଣ । ଥାନା ଓ ପିସିଆର୍ କର୍ମୀ କଲେ କାବୁ । ଘଟଣାରେ ୪ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ନିକଟରେ ବ୍ଲକିଂ ଚେକିଂ ଚାଲିଥିବା ବେଳେ ଡ଼ମଣା ପଟୁ ଏକ କାରରେ କିଛି ଯୁବକ ପଟିଆ ପଟକୁ ଯାଇଥିଲେ । ଚେକ୍ ପୋଷ୍ଟରେ ବ୍ରିଦ୍ ଆନାଲାଇଜର ଚେକିଂ ବେଳେ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରିବା ଜଣାପଡ଼ିଥିଲା । ସେଠାରେ ଥିବା ସବ୍ ଇନ୍ସପେକ୍ଟର ସଞ୍ଜୟ କୁମାର ଷଣ୍ଢ ସେମାନଙ୍କୁ ଗାଡ଼ିରୁ ବାହାରିବାକୁ କହିଥିଲେ । କିନ୍ତୁ ଗାଡ଼ିରେ ଥିବା ଯୁବକ ମାନେ ସିରିୟସ୍ ପେସେଣ୍ଟ ମେଡିକାଲ ନେଉଛୁ ଆମକୁ ଛାଡ଼ି ଦିଅନ୍ତୁ ବୋଲି କହିଥିଲେ । ମେଡିକାଲରେ ଛାଡ଼ି ଦେବା ପରେ ଗାଡ଼ି ନେଇଯିବାକୁ କହିଥିଲେ । କିନ୍ତୁ ମେଡିକାଲରେ ପହଞ୍ଚିବା ପରେ ଡ୍ରାଇଭର ଜଣକ ଗାଡ଼ି ଦେବା ପରିବର୍ତ୍ତେ ପୋଲିସ କର୍ମୀଙ୍କୁ ଅସ୍ରାବ୍ୟ ଭାଷାରେ ଗାଳି ଦେଇଥିଲେ । ଏମର୍ଜେନ୍ସି ଗେଟ୍ ପାଖରେ ଥିବା ସବୁ ଲୋକଙ୍କ ସମ୍ମୁଖରେ ତାଙ୍କ କଲର୍ ଧରି ଟଣାଟଣି କରିଥିବା ସହ ତାଙ୍କ ବେଲ୍ଟକୁ ଭିଡି ଘୋଷାଡି ଦେଇଥିଲେ । ପରେ ମଦ୍ୟପ ଚାଳକ ନିଜର ଆଉ କିଛି ସହଯୋଗୀଙ୍କୁ ଡାକିଥିଲେ । ସହଯୋଗୀ ମାନେ ଆସିବା ପରେ ପୁଣି ଥରେ ପୋଲିସ କର୍ମୀଙ୍କୁ ମାଡ଼ ମାରିଥିଲେ । ପୋଲିସ ଯୁବକଙ୍କୁ ଯେତେ ଥର ଗାଡ଼ି ଚାବି ମାଗିଥିଲେ ମଧ୍ୟ ସେମାନେ ଶୁଣିବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିଲେ । ପରେ ପିସିଆର ଏବଂ ଥାନା ପୋଲିସ ପହଞ୍ଚି ୪ ଜଣଙ୍କୁ ମେଡିକାଲରୁ ଥାନାକୁ ଆଣିଥିଲା ।
ସେହିପରି ଓମ୍ଫେଡ ଛକ ପାଖରେ ବିଳମ୍ୱିତ ରାତିରେ ବ୍ଲକିଂ ଚେକିଂ ଚାଲିଥିବା ବେଳେ ଡ଼ମଣା ପଟୁ ଗୋଟିଏ ଓମ୍ଫେଡ ଗାଡ଼ି ଏକାଧିକ ବାରିକେଡ୍ ଭାଙ୍ଗି ଠିଆ ହୋଇଥିବା ଏକ କାରକୁ ପିଟିଥିଲା । ପରେ ପୋଲିସ ଦୁଇଟି ଗାଡ଼ି ଜବତ କରିବା ସହ ମଦ୍ୟପ ଚାଳକଙ୍କୁ କାବୁ କରିଥିଲା । ଦୁଇଟି ପୃଥକ୍ ମାମଲା ରୁଜ୍ଜୁ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।