IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…
ନୂଆଦିଲ୍ଲୀ,୧୨।୪: ଆଇପିଏଲ୍ ୨୦୨୫ରେ ଏଯାବତ ୨୫ ମ୍ୟାଚ୍ ଖେଳାଯାଇଛି। ଏବେ ବି ପ୍ଲେଅଫ୍କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ଜଣେ ଷ୍ଟାର ଖେଳାଳି ହଠାତ୍ ସ୍ବଦେଶ ଫେରିଯାଇଛନ୍ତି। ସେ ହେଲେ ଗ୍ଲେନ୍ ଫିଲିପ୍ସ। ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ , ଫିଲିପ୍ସ ନିଜ ଦେଶକୁ ଫେରିଯାଇଛନ୍ତି। ଏନେଇ ବିସିସିଆଇ ଶୀଘ୍ର ଆଧିକାରୀକ ଘୋଷଣା କରିପାରେ। ଏହି ଖେଳାଳିଙ୍କୁ ମେଗା ଅକ୍ସନରେ କୋଟି କୋଟି ଟଙ୍କା ଦେଇ କିଣାଯାଇଥିଲା। ହେଲେ […] The post IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି… appeared first on Dharitri Odia News.
ନୂଆଦିଲ୍ଲୀ,୧୨।୪: ଆଇପିଏଲ୍ ୨୦୨୫ରେ ଏଯାବତ ୨୫ ମ୍ୟାଚ୍ ଖେଳାଯାଇଛି। ଏବେ ବି ପ୍ଲେଅଫ୍କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ଜଣେ ଷ୍ଟାର ଖେଳାଳି ହଠାତ୍ ସ୍ବଦେଶ ଫେରିଯାଇଛନ୍ତି। ସେ ହେଲେ ଗ୍ଲେନ୍ ଫିଲିପ୍ସ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ , ଫିଲିପ୍ସ ନିଜ ଦେଶକୁ ଫେରିଯାଇଛନ୍ତି। ଏନେଇ ବିସିସିଆଇ ଶୀଘ୍ର ଆଧିକାରୀକ ଘୋଷଣା କରିପାରେ। ଏହି ଖେଳାଳିଙ୍କୁ ମେଗା ଅକ୍ସନରେ କୋଟି କୋଟି ଟଙ୍କା ଦେଇ କିଣାଯାଇଥିଲା। ହେଲେ ସେ ଏଯାବତ ଗୋଟିଏ ବି ମ୍ୟାଚ୍ରେ ଏକାଦଶରେ ସ୍ଥାନ ପାଇ ନ ଥିଲେ।
କହିରଖୁଛୁ, ଗୁଜରାଟ ଶନିବାର(ଏପ୍ରିଲ ୧୨) ଅପରାହ୍ନରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ମୁକାବିଲା ଖେଳିବ। ଏମିତିରେ ଫିଲିପ୍ସ ବାଦ ପଡ଼ିବା ବଡ଼ ଝଟ୍କା ବୋଲି କୁହାଯାଉଛି। ତେବେ ଏପ୍ରିଲ ୬ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଗୁଜରାଟ ପକ୍ଷରୁ ଫିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ। ସେବେଠାରୁ ଦଳର ଅଭ୍ୟାସ ସମୟରେ ସେ ନଜର ଆସୁ ନ ଥିଲେ।
The post IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି… appeared first on Dharitri Odia News.