IPLକୁ ପୁଣି ଫେରିବେ ୟୁବରାଜ, ଏହି ଟିମ୍ରୁ ମିଳିଲା ବଡ ଅଫର
ମୁମ୍ୱାଇ ୨୬/୦୮: ଭାରତୀୟ କ୍ରିକେଟର ବେଷ୍ଟ ଅଲରାଉଣ୍ଡର । ଏବେ ବି ଅତୁଟ ରହିଛି ତାଙ୍କର ରେକର୍ଡ । ଟି-୨୦ ବିଶ୍ୱକପ୍ ୨୦୦୭ ଏବଂ ୨୦୧୧ କ୍ରିକେଟ ବିଶ୍ୱ କପ୍ରେ ଭାରତୀୟ ଟିମ୍ର ବିଜୟରେ ୟୁବରାଜ ସିଂହଙ୍କ ଥିଲା ବଡ ଅବଦାନ । ବିଶ୍ୱବିଜୟ ପଛରେ ୟୁବି ଥିଲେ ବଡ ବ୍ୟାଟର । ଦୀର୍ଘ ଦିନ ଧରି ସେ କ୍ରିକେଟ ଦୁନିଆ ସହ ଜଡିତ ନାହାଁନ୍ତି । କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ନେଇସାରିଛନ୍ତି । ହେଲେ ଏବେ ସେ ପୁଣିଥରେ କ୍ରିକେଟ ଜଗତକୁ ଫେରିବାକୁ ଯାଉଛନ୍ତି । ଏଥର କିନ୍ତୁ ତାଙ୍କ ଭୂମିକା ରହିବ ଅଲଗା । କାରଣ ଏଥର ସେ କୋଚ୍ ଜରିଆରେ IPLରେ କରିବେ ଡେବ୍ୟୁ । ୨୦୨୫ ଆଇପିଏଲ୍ରେ କୋଚିଂ ଦେୁଥିବା ନଜର ଆସିବେ । ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସରେ ଏହି ଦିଗ୍ଗଜ କ୍ରିକେଟରଙ୍କ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଦିଲ୍ଲୀ କ୍ୟାପିଟାଲ୍ସ ଗତ ମାସରେ ରିକି ପଣ୍ଟିଂଙ୍କ ସହ ସଂପର୍କ ଛିନ୍ନ କରିଛି । ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ହେଡ କୋଚ୍ଙ୍କ ଆବଶ୍ୟକତା ରହିଛି । ପଣ୍ଟିଂ ଇସାରା ଦେଇଥିଲେ କେହି ଜଣେ ଭାରତୀୟ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ହୋଇପାରନ୍ତି । ଫଳରେ ୟୁବିଙ୍କ କୋଚ୍ ହେବା ନେଇ ଚର୍ଚ୍ଚା ହେଉଛି । ଯୁବରାଜ ୩୦୪ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି, ଯେଉଁଥିରୁ ୩୬.୫୫ ହାରରେ ୮୭୦୧ ରନ୍ କରିଛନ୍ତି । ତାଙ୍କ ନାଁରେ ଦିନିକିଆ ୧୪ଟି ଶତକ ଏବଂ ୫୨ ଅର୍ଦ୍ଧଶତକ ଯୋଡିହୋଇଛନ୍ତି । ଯୁବରାଜ ୪୦ ଟେଷ୍ଟ ମ୍ୟାଚ୍ର
ମୁମ୍ୱାଇ ୨୬/୦୮: ଭାରତୀୟ କ୍ରିକେଟର ବେଷ୍ଟ ଅଲରାଉଣ୍ଡର । ଏବେ ବି ଅତୁଟ ରହିଛି ତାଙ୍କର ରେକର୍ଡ । ଟି-୨୦ ବିଶ୍ୱକପ୍ ୨୦୦୭ ଏବଂ ୨୦୧୧ କ୍ରିକେଟ ବିଶ୍ୱ କପ୍ରେ ଭାରତୀୟ ଟିମ୍ର ବିଜୟରେ ୟୁବରାଜ ସିଂହଙ୍କ ଥିଲା ବଡ ଅବଦାନ । ବିଶ୍ୱବିଜୟ ପଛରେ ୟୁବି ଥିଲେ ବଡ ବ୍ୟାଟର । ଦୀର୍ଘ ଦିନ ଧରି ସେ କ୍ରିକେଟ ଦୁନିଆ ସହ ଜଡିତ ନାହାଁନ୍ତି ।
କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ନେଇସାରିଛନ୍ତି । ହେଲେ ଏବେ ସେ ପୁଣିଥରେ କ୍ରିକେଟ ଜଗତକୁ ଫେରିବାକୁ ଯାଉଛନ୍ତି । ଏଥର କିନ୍ତୁ ତାଙ୍କ ଭୂମିକା ରହିବ ଅଲଗା । କାରଣ ଏଥର ସେ କୋଚ୍ ଜରିଆରେ IPLରେ କରିବେ ଡେବ୍ୟୁ । ୨୦୨୫ ଆଇପିଏଲ୍ରେ କୋଚିଂ ଦେୁଥିବା ନଜର ଆସିବେ । ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସରେ ଏହି ଦିଗ୍ଗଜ କ୍ରିକେଟରଙ୍କ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଦିଲ୍ଲୀ କ୍ୟାପିଟାଲ୍ସ ଗତ ମାସରେ ରିକି ପଣ୍ଟିଂଙ୍କ ସହ ସଂପର୍କ ଛିନ୍ନ କରିଛି । ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ହେଡ କୋଚ୍ଙ୍କ ଆବଶ୍ୟକତା ରହିଛି । ପଣ୍ଟିଂ ଇସାରା ଦେଇଥିଲେ କେହି ଜଣେ ଭାରତୀୟ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ହୋଇପାରନ୍ତି । ଫଳରେ ୟୁବିଙ୍କ କୋଚ୍ ହେବା ନେଇ ଚର୍ଚ୍ଚା ହେଉଛି ।
ଯୁବରାଜ ୩୦୪ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି, ଯେଉଁଥିରୁ ୩୬.୫୫ ହାରରେ ୮୭୦୧ ରନ୍ କରିଛନ୍ତି । ତାଙ୍କ ନାଁରେ ଦିନିକିଆ ୧୪ଟି ଶତକ ଏବଂ ୫୨ ଅର୍ଦ୍ଧଶତକ ଯୋଡିହୋଇଛନ୍ତି । ଯୁବରାଜ ୪୦ ଟେଷ୍ଟ ମ୍ୟାଚ୍ରୁ ମାତ୍ର ୧୯୦୦ ରନ୍ କରିଛନ୍ତି । ଯେଉଁଥିରୁ ୩ ଶତକ ଏବଂ ୧୧ ଅର୍ଦ୍ଧଶତକ ସାମିଲ ଅଛି ।