IPO ପୂର୍ବରୁ OYOର ହାତରେ ଲାଗିବ ଜ୍ୟାକ୍‌ପଟ୍‌, ଆମେରିକୀୟ କମ୍ପାନୀକୁ କିଣିବ କମ୍ପାନୀ !

ନୂଆଦିଲ୍ଲୀ ୨୨।୦୯ : OYO ହାତରେ ଲାଗିବ ଜ୍ୟାକ୍‌ପଟ୍‌ । ଆମେରିକାରେ ଶସ୍ତା ହୋଟେଲ୍‌ ଚେନ୍‌ ମୋଟେଲ୍‌ ୬ ଏବଂ ଷ୍ଟୁଡିୟ ୬ ବ୍ରାଣ୍ଡକୁ କିଣିବାକୁ ସହମତି ପ୍ରକାଶ କରିଛି ଓୟୋ । ୫୨.୫ କୋଟି ଡଲାରର ନଗଦ ନେଣନେଣରେ ଏହି ଚୁକ୍ତି ହେବ ବୋଲି ଜଣାପଡିଛି।  ଏହି ଡିଲ୍‌ଟି ସମ୍ପୂର୍ଣ୍ଣ ଭାବେ ନଗଦରେ ହେବ ବୋଲି ଜଣାପଡ଼ିଛି । ଭାରତୀୟ ୟୁନିକର୍ଣ୍ଣ ଓୟୋ ଆମେରିକାରେ ଜୋରଦାର ସମ୍ପ୍ରସାରଣ କରୁଛି ।  ଓୟୋର ମୂଳ କମ୍ପାନି ଓରାଭେଲ  ଷ୍ଟେଜ୍‌ ଶନିବାର ଏହି ଘୋଷଣା କରିଛି।୨୦୨୪ ମସିହା ଶେଷ ଆଡକୁ ଏହି ଡିଲ୍‌ ଫାଇନାଲ ହୋଇପାରେ । ଏହି ଚୁକ୍ତିରେ କିଛି ସର୍ତ୍ତ ରହିବ ବୋଲି ଜଣାପଡିଛି । ମୋଟେଲ ୬ର ଫ୍ରାଞ୍ଚାଇଜ୍ ନେଟୱାର୍କ ୧.୭ ବିଲିୟନ୍‌ ଡଲାର ରାଜସ୍ୱ ଆୟ କରୁଛି । ଯାହାକି ଜି ୬ ପାଇଁ ଆୟର ଏକ ମଜବୁତ୍‌ ସ୍ତମ୍ବ ରହିଛି ।ସେପଟେ ଓୟୋ କହିଛନ୍ତି ଯେ, ମୋଟେଲ 6 ଏବଂ ଷ୍ଟୁଡିଓ 6 ବ୍ରାଣ୍ଡକୁ ଆହୁରି ମଜବୁତ କରିବା ପାଇଁ କମ୍ପାନୀ ଉଦ୍ୟମ କରିବ । ଏହାସହିତ କିପରି କମ୍ପାନୀର ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢିବ । ସେଦିଗରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ଖାସ୍‌ କରି ମାର୍କେଟିଂ ଉପରେ କମ୍ପାନୀର ଅଧିକ ଫୋକସ୍‌ ରହିବ । ୨୦୧୯ରେ ପର ଠାରୁ କମ୍ପାନୀ ଲଗାତର ଭାବରେ ଆମେରିକାରେ ନିଜର ବ୍ୟବସାୟର ପ୍ରଚାର ପ୍ରସାର କରିଚାଲିଛି । ୨୦୧୯ ପରଠାରୁ ଓୟୋ ବର୍ତ୍ତମାନ ଯାଏଁ ଆମେରିକାର ୩୫ ଟି ରାଜ୍ୟରେ ପ୍ରଚାର ପ୍ରସାର କରିଚାଲିଛି । ମେ

IPO ପୂର୍ବରୁ OYOର ହାତରେ ଲାଗିବ ଜ୍ୟାକ୍‌ପଟ୍‌, ଆମେରିକୀୟ କମ୍ପାନୀକୁ କିଣିବ କମ୍ପାନୀ !

ନୂଆଦିଲ୍ଲୀ ୨୨।୦୯ : OYO ହାତରେ ଲାଗିବ ଜ୍ୟାକ୍‌ପଟ୍‌ । ଆମେରିକାରେ ଶସ୍ତା ହୋଟେଲ୍‌ ଚେନ୍‌ ମୋଟେଲ୍‌ ୬ ଏବଂ ଷ୍ଟୁଡିୟ ୬ ବ୍ରାଣ୍ଡକୁ କିଣିବାକୁ ସହମତି ପ୍ରକାଶ କରିଛି ଓୟୋ । ୫୨.୫ କୋଟି ଡଲାରର ନଗଦ ନେଣନେଣରେ ଏହି ଚୁକ୍ତି ହେବ ବୋଲି ଜଣାପଡିଛି।  ଏହି ଡିଲ୍‌ଟି ସମ୍ପୂର୍ଣ୍ଣ ଭାବେ ନଗଦରେ ହେବ ବୋଲି ଜଣାପଡ଼ିଛି । ଭାରତୀୟ ୟୁନିକର୍ଣ୍ଣ ଓୟୋ ଆମେରିକାରେ ଜୋରଦାର ସମ୍ପ୍ରସାରଣ କରୁଛି ।  ଓୟୋର ମୂଳ କମ୍ପାନି ଓରାଭେଲ  ଷ୍ଟେଜ୍‌ ଶନିବାର ଏହି ଘୋଷଣା କରିଛି।

୨୦୨୪ ମସିହା ଶେଷ ଆଡକୁ ଏହି ଡିଲ୍‌ ଫାଇନାଲ ହୋଇପାରେ । ଏହି ଚୁକ୍ତିରେ କିଛି ସର୍ତ୍ତ ରହିବ ବୋଲି ଜଣାପଡିଛି । ମୋଟେଲ ୬ର ଫ୍ରାଞ୍ଚାଇଜ୍ ନେଟୱାର୍କ ୧.୭ ବିଲିୟନ୍‌ ଡଲାର ରାଜସ୍ୱ ଆୟ କରୁଛି । ଯାହାକି ଜି ୬ ପାଇଁ ଆୟର ଏକ ମଜବୁତ୍‌ ସ୍ତମ୍ବ ରହିଛି ।

ସେପଟେ ଓୟୋ କହିଛନ୍ତି ଯେ, ମୋଟେଲ 6 ଏବଂ ଷ୍ଟୁଡିଓ 6 ବ୍ରାଣ୍ଡକୁ ଆହୁରି ମଜବୁତ କରିବା ପାଇଁ କମ୍ପାନୀ ଉଦ୍ୟମ କରିବ । ଏହାସହିତ କିପରି କମ୍ପାନୀର ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢିବ । ସେଦିଗରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ଖାସ୍‌ କରି ମାର୍କେଟିଂ ଉପରେ କମ୍ପାନୀର ଅଧିକ ଫୋକସ୍‌ ରହିବ । ୨୦୧୯ରେ ପର ଠାରୁ କମ୍ପାନୀ ଲଗାତର ଭାବରେ ଆମେରିକାରେ ନିଜର ବ୍ୟବସାୟର ପ୍ରଚାର ପ୍ରସାର କରିଚାଲିଛି । ୨୦୧୯ ପରଠାରୁ ଓୟୋ ବର୍ତ୍ତମାନ ଯାଏଁ ଆମେରିକାର ୩୫ ଟି ରାଜ୍ୟରେ ପ୍ରଚାର ପ୍ରସାର କରିଚାଲିଛି । ମୋଟ କମ୍ପାନୀ ପକ୍ଷରୁ ଆମେରିକାରେ ୩୨୦ଟି ହୋଟେଲ୍‌କୁ ଅପରେଟ୍‌ କରାଯାଉଛି । ଏହାସହିତ ଆଗକୁ ଆହୁରି ୨୫୦ ହୋଟେଲ୍‌ର ମିଶ୍ରଣ କରିବାକୁ ଯୋଜନା କରୁଛି କମ୍ପାନୀ ।